ଦେଶ ବିଦେଶ

ମନର ଦୁଃଖ ବଖାଣିଲେ ସୁନୀତା…

ୱାଶିଂଟନ: ଅନେକ ମାସ ଧରି ମହାକାଶରେ ଅଟକି ରହିଥିବା ସୁନୀତା ୱିଲିୟମ୍ସ ଏବଂ ବଚ୍ ୱିଲମୋର ଶୁକ୍ରବାର ଦିନ ଭାବପ୍ରବଣ ହୋଇ ନିଜର ମନର ଦୁଃଖ ବଖାଣିଛନ୍ତି। ସେମାନେ କହିଛନ୍ତି ଯେ ବୋଇଙ୍ଗ କ୍ୟାପସୁଲ ଆମ ବିନା ପୃଥିବୀକୁ ଫେରିବା ଦେଖିବା ଆମ ପାଇଁ ସହଜ ନ ଥିଲା।

 ଜୁନ୍ ମାସରେ ବଚ୍ ଏବଂ ସୁନୀତା ଏକ ବୋଇଙ୍ଗ ଷ୍ଟାରଲ‌ାଇନର୍ କ୍ୟାପସୁଲରେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍) କୁ ଯାଇଥିଲେ। କିନ୍ତୁ କ୍ୟାପସୁଲରେ ତ୍ରୁଟି ଥିବାରୁ ସୁନୀତା ଏବଂ ବଚ୍‌ଙ୍କୁ ଆଇଏସଏସରେ ରହିବାକୁ ପଡିଛି। ଗତ ସପ୍ତାହରେ ବୋଇଙ୍ଗ କ୍ୟାପସୁଲ ପୃଥିବୀ ଫେରିଥିଲା।

ବୋଇଙ୍ଗ କ୍ୟାପସୁଲ ଫେରିବା ପରେ ସୁନୀତା ୱିଲିୟମ୍ସ ପ୍ରଥମ ଥର ପାଇଁ ଏକ ବିବୃତି ଦେଇଛନ୍ତି। ସେ କହିଛନ୍ତି ଯେ ଏଠାରେ ହିଁ ଏହା ଘଟେ। ଏବେ ଆମକୁ ଅନ୍ୟ ଏକ ଅପ୍ସନ୍ ଦେଖିବାକୁ ପଡିବ। ଉଭୟ ସୁନୀତା ଏବଂ ବଚ୍ ଏବେ ପୂର୍ଣ୍ଣ ଆଇଏସଏସ କ୍ରୁ ସଦସ୍ୟ ଭାବେ ରକ୍ଷଣାବେକ୍ଷଣରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

ଗତ ସପ୍ତାହରେ ୨ ରୁଷିଆ ଏବଂ ଜଣେ ଆମେରିକୀୟ ମହାକାଶଚାରୀ ମଧ୍ୟ ଆଇଏସଏସରେ ପାଦ ଦେଇଥିଲେ। ଏହା ସହିତ ଆଇଏସଏସରେ ମହାକାଶଚାରୀଙ୍କ ସଂଖ୍ୟା ଏବେ ୧୨କୁ ବୃଦ୍ଧି ପାଇଛି।

ସୁନୀତା ୱିଲିୟମ୍ସ ଖୁବ ଶୀଘ୍ର ଷ୍ଟେସନ କମାଣ୍ଡର ଭାବେ ଦାୟିତ୍ୱ ଗ୍ରହଣ କରିବେ। ସୁନୀତା ୱିଲିୟମ୍ସ କହିଛନ୍ତି ଯେ ଆଇଏସଏସରେ ରହିବା ଏତେ କଷ୍ଟସାଧ୍ୟ ନୁହେଁ, କାରଣ ସେ ପୂର୍ବରୁ ମଧ୍ୟ ସେଠାରେ କାମ କରିଛନ୍ତି। ଏହା ମୋର ଖୁସିର ସ୍ଥାନ, ମୁଁ ମହାକାଶରେ ରହିବାକୁ ଭଲ ପାଏ।

ରିପୋର୍ଟ ଅନୁସାରେ ସୁନୀତା ୱିଲିୟମ୍ସ ଏବଂ ବଚ୍ ୱିଲମୋର ଆସନ୍ତା ବର୍ଷ ୨୦୨୫ ଫେବୃଆରୀ ଶେଷ ପର୍ଯ୍ୟନ୍ତ ଆଇଏସଏସରେ ରହିବେ। ସେମାନଙ୍କୁ ଫେରାଇ ଆଣିବା ପାଇଁ ଏକ ସ୍ପେସ୍ ଏକ୍ସ କ୍ୟାପସୁଲ ପଠାଯିବ। ଫେବୃଆରୀ ୨୦୨୫ ସୁଦ୍ଧା ଏହି କ୍ୟାପସୁଲ ସ୍ପେସରେ ପହଞ୍ଚିବ। ସେଥିରେ ସୁନୀତା ଏବଂ ବଚ୍ ପୃଥିବୀକୁ ଫେରିବେ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ