ଅପରାଧ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ମଧ୍ୟାହ୍ନ ଭୋଜନ: ଲୁଣ ବଦଳରେ ଡିଟରଜେଣ୍ଟ୍‌! ଅଳ୍ପକେ ବର୍ତ୍ତିଲେ ୨ ଶହ ପିଲା

ନାଉଗାଁ, : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍‌ ମାରଡ଼ା ସରକାରୀ ଉପ୍ରା ବିଦ୍ୟାଳୟରେ ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଦୁଇଶହରୁ ଅଧିକ ଛାତ୍ରଛାତ୍ରୀ। ମଧ୍ୟାହ୍ନ ଭୋଜନ ଡାଲ୍‌ମାରେ ରୋଷେୟା ଲୁଣ ବଦଳରେ ଡିଟରଜେଣ୍ଟ୍ ପାଉଡର୍ ପକାଇ ଦେଇଥିଲେ। ପିଲାଙ୍କୁ ଖାଦ୍ୟ ପରସା ଯିବାସମୟରେ ଡାଲ୍‌ମାରୁ ଗନ୍ଧ ଆସିବାରୁ ଶିକ୍ଷକଶିକ୍ଷୟିତ୍ରୀମାନେ ପିଲାଙ୍କୁ ଖାଇବାକୁ ବାରଣ କରିଥିଲେ। ସେହି ଖାଦ୍ୟକୁ ଫିଙ୍ଗି ଦିଆଯାଇ ଛାତ୍ରଛାତ୍ରୀମାନଙ୍କୁ ବିସ୍କୁଟ୍ ଦିଆଯାଇଥିଲା। କିନ୍ତୁ, ଛାନ୍‌ଭିନ୍‌ରୁ ଡାଲ୍‌ମାରେ ଡିଟର୍‌ଜେଣ୍ଟ୍ ପଡ଼ିଥିବା ସ୍ପଷ୍ଟ ହୋଇଥିଲା।

ସୂଚନା ଅନୁସାରେ, ଏହି ବିଦ୍ୟାଳୟରେ ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ୍‌ ୨୧୩ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି।
ଶୁକ୍ରବାର ଦିନ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ‌ ଭୋଜନରେ ଭାତ-ଡାଲ୍‌ମା ପ୍ରସ୍ତୁତ ହୋଇଥିଲା। ଖାଦ୍ୟ ପରସା ଯିବାସମୟରେ ଡାଲ୍‌ମାରୁ ଏକ ଭିନ୍ନପ୍ରକାର ଦୁର୍ଗନ୍ଧ ଆସିବା ସହ ଏହାକୁ ପାଟିରେ ନେଇଥିବା କିଛି ପିଲାଙ୍କୁ ବାନ୍ତି ଦେଖାଇଥିଲା। ଶିକ୍ଷକ/ଶିକ୍ଷୟିତ୍ରୀ ଓ ପ୍ରଧାନଶିକ୍ଷୟିତ୍ରୀ ଅନୁଧ୍ୟାନ କରି ତାହାକୁ ଖାଇବାକୁ ବାରଣ କରି ସେସବୁକୁ ଫୋପାଡ଼ି ଦେଇଥିଲେ। ଏହି ଖବର ଜଣାପଡ଼ିବା ପରେ ଅଭିଭାବକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

ସୂଚନାଯୋଗ୍ୟ ଯେ ଏହି ବିଦ୍ୟାଳୟରେ ୨୧୩ ଛାତ୍ରଛାତ୍ରୀ ପଢୁଥିବାରୁ ମଧ୍ୟାହ୍ନଭୋଜନ ପ୍ରସ୍ତୁତ ପାଇଁ ୪ ଜଣ ନିୟୋଜନ ହେବା ଆବଶ୍ୟକ। କିନ୍ତୁ, ସ୍କୁଲରେ ଏବେ ମାତ୍ର ୨ଜଣ ରୋଷେୟା କାମ କରୁଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି