ଅପରାଧ ରାଜ୍ୟ

ମଧ୍ୟାହ୍ନଭୋଜନ ଏମିତି; ୭ ଦିନରେ ଥାଳି ସଫେଇ, ପାଣିଟାଙ୍କିରେ ପୋକ

ଯାଜପୁରସଦର : ଯାଜପୁର ସହର ଉପକଣ୍ଠରେ ସରକାରୀ ସ୍କୁଲର ଦୟନୀୟ ଚିତ୍ର ଦେଖିବାକୁ ମିଳିଛି। ପିଲାଙ୍କ ମଧ୍ୟାହ୍ନଭୋଜନ ଥାଳି ଧୁଆ ହେଉନଥିବା ବେଳେ ପାଣି ଟାଙ୍କିରେ ପୋକ ସ‌ାଲୁବାଲୁ ହେଉଛନ୍ତି। ପଣସା ପଞ୍ଚାୟତର ଲାଲବାଗ ନୋଡାଲ ଉପ୍ରା ବିଦ୍ୟାଳୟରୁ ଏପରି ଚିତ୍ର ସାମ୍‌ନାକୁ ଆସିଛି। ସ୍କୁଲ ପରିବେଶ ସଫାସୁତରା ଥିଲେ ସୁଦ୍ଧା ଖାଦ୍ୟ ପ୍ରସ୍ତୁତି ଓ ବଣ୍ଟନ ଅବ୍ୟବସ୍ଥା ମଧ୍ୟକୁ ଚାଲିଯାଇଛି। ଏଠା‌ରେ ୨୭୦ରୁ ଊର୍ଦ୍ଧ୍ବ ପିଲା ପାଠ ପଢ଼ୁଥିବାବ‌େଳେ ୪ ଜଣ ରୋଷେୟା ନିୟୋଜିତ ହୋଇଛନ୍ତି। ରୋଷେୟା ହିଁ ସ୍କୁଲର ପିଅନ କାର୍ଯ୍ୟ କରୁଥିବାରୁ ଖାଦ୍ୟ ପରିବେଷଣ ଓ ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠିଛି। ରୋଷେୟା ସ୍କୁଲର ଝାଡୁ କରିବା, ସ୍କୁଲ ସଫା କରିବା, ପିଲାମାନଙ୍କ ସମସ୍ୟା ବୁଝିବା ସହ ଅନ୍ୟ ସହଯୋଗୀଙ୍କ କାର୍ଯ୍ୟ ମଧ୍ୟ କରୁଛନ୍ତି। ପିଲାମାନଙ୍କୁ ଖାଦ୍ୟ ପରଷା ଯ‌ାଉଥିବା ଥାଳି ଅପରିଷ୍କାର ହୋଇଥିବାବେଳେ ସପ୍ତାହ‌ରେ ମାତ୍ର ଥରେ ଧୁଆଯାଏ ବୋଲି ରୋଷେୟା କହିଛନ୍ତି। ଅନ୍ୟ ଦିନଗୁଡ଼ିକରେ କୁନିକୁନି ପିଲା ନିଜେ ଯାହା ଯେମିତି ଥାଳି ଧୋଇଥାନ୍ତି। ତେଣୁ ତାହା ଠିକ୍‌ ଭାବେ ସଫା ହୋଇନଥାଏ।
ବଡ଼କଥା ହେଉଛି ପିଲାମାନଙ୍କ ପାଇଁ ନୂଆ କରି ୩ ଶହ ଥାଳି ଓ ଗ୍ୟାସ କିଣା ଯାଇଥିଲେ ହେଁ ତାହା ବ୍ୟବହାର କରାଯାଉନାହିଁ। ପିଲାମାନେ ବ୍ୟବହାର କରୁଥିବା ଟ୍ୟାପ୍‌ ପାଣି ସଫା ଦେଖାଯାଉଥିଲେ ମଧ୍ୟ ଟାଙ୍କି‌ରେ ଢାଙ୍କୁଣୀ ନଥିବାରୁ ପୋକ ସାଲୁବାଲୁ ହେଉଥିବା ଅଭିଯୋଗ ହୋଇଛି। ‌‌‌‌ତାକୁ ପିଲାମାନେ ବ୍ୟବହାର କରି ଅସୁସ୍ଥ ହେଉଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ସ୍କୁଲର ଅବ୍ୟବସ୍ଥା ସଂପର୍କରେ ପ୍ରଶ୍ନ କଲେ ପ୍ରଧାନଶିକ୍ଷକ ସେମାନଙ୍କୁ ନାଲି ଆଖି ଦେଖାଉଥିବା ଅଭିଭାବକମାନେ କହିଛନ୍ତି। ଏସବୁ ସମସ୍ୟାର ସମାଧାନ ହେଉନଥିବାରୁ ଆଜି ଅଭିଭାବକମାନେ ସ୍କୁଲରେ ଧାରଣା ଦେବା ସହ ହୋହ‌ଲ୍ଲା କରିଥିଲେ।
ଏ ବିଷୟରେ ସ୍କୁଲର ପ୍ରଧାନଶିକ୍ଷକ ଲକ୍ଷ୍ମୀନାରାୟଣ ରାଉତ କହିଛନ୍ତି, ସ୍କୁଲର ସମସ୍ୟା ବିଷୟରେ ଉପରିସ୍ଥ ଅଧିକାରୀ ଅବଗତ ଅଛନ୍ତି। ପିଲାମାନେ ଥାଳି ଧୋଉଥିବାରୁ ଅପରିଷ୍କାର ରହୁଛି। ପବନରେ ପାଣିଟାଙ୍କି ଘୋଡଣୀ ଉଡ଼ିଯାଇଥିବାରୁ ତାହା ମୁକୁଳା ପଡ଼ିଛି। ଏହି ତ୍ରୁଟି ଭବିଷ୍ୟତରେ ଯେପରି ପୁନରାବୃତ୍ତି ନହୁଏ ସେ ଦିଗରେ ଚେଷ୍ଟା କରାଯିବ ବୋଲି ସେ କହିଛନ୍ତି। ସ୍ଥାନୀୟ ଅଭିଭାବକ ନରେନ୍ଦ୍ର ରାଉତ, ଧନେଶ୍ବର ଜେନା, ଉପେନ୍ଦ୍ର ରାଉତ, ଗଣେଶ ରାଉତ, ବିଜୟ ସେଠୀ, ସନାତନ ରାଉତ, ରାମଚନ୍ଦ୍ର ରାଉତଙ୍କ ସହ ବହୁ ଅଭିଭାବକ ସ୍କୁଲରେ ପହଞ୍ଚି ପ୍ରତିବାଦ ଜଣାଇଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।