ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମଧ୍ୟପ୍ରଦେଶ ନିର୍ବାଚନ ୨୦୨୩: ବଜରଙ୍ଗ ସେନା ସହ ମେଣ୍ଟ କଲା କଂଗ୍ରେସ

ଭୋପାଳ: ଚଳିତବର୍ଷ ଆଗକୁ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଥିବା ବେଳେ ଦକ୍ଷିଣପନ୍ଥୀ ସଂଗଠନ ବଜରଙ୍ଗ ସେନା କଂଗ୍ରେସ ସହ ହାତ ମିଳାଇଥିବା ଜଣାପଡ଼ିଛି। କଂଗ୍ରେସର ମଧ୍ୟପ୍ରଦେଶ ଶାଖା ମୁଖ୍ୟ କମଳନାଥଙ୍କୁ ସମର୍ଥନ ଜଣାଇଛନ୍ତି ବଜରଙ୍ଗ ସେନା କର୍ମୀମାନେ।

ସୂଚନାଯୋଗ୍ୟ, ବଜରଙ୍ଗ ସେନା ହେଉଛି ଏକ ଦକ୍ଷିଣପନ୍ଥୀ ହିନ୍ଦୁତ୍ବ ସଂଗଠନ। କର୍ଣ୍ଣାଟକ ନିର୍ବାଚନ ପରେ ବଜରଙ୍ଗବଳୀ ଆମ ସାଙ୍ଗରେ ଅଛନ୍ତି ବୋଲି ଗେରୁଆ ବସ୍ତ୍ର ପିନ୍ଧି ନାଚିଥିବା କଂଗ୍ରେସ ବଜରଙ୍ଗ ସେନା ସହ ମେଣ୍ଟ କରିଥିବା ମଙ୍ଗଳବ‌ାର ଘୋଷଣା କରିଛି। ‘ଜୟ ଶ୍ରୀରାମ’ ଧ୍ବନିରେ ବଜରଙ୍ଗ ସେନା ସଦସ୍ୟମାନଙ୍କୁ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ ଓ ଅନ୍ୟ କଂଗ୍ରେସ କର୍ମୀମାନେ ସ୍ବାଗତ କରିଥିଲେ। ବଜରଙ୍ଗ ସେନାର ଜାତୀୟ ଆବାହକ ରଘୁନନ୍ଦନ ଶର୍ମା ଓ ରାଜ୍ୟ ସଭାପତି ଅମ୍ରିଶ ରାୟ କଂଗ୍ରେସ ସହ ସେନାର ମେଣ୍ଟ ହୋଇଥିବା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ବିଜେପି ସରକାରରେ ବ୍ୟାପକ ଦୁର୍ନୀତି ହେଉଥିବାରୁ ତାହାକୁ ବିରୋଧ କରି ସେମାନେ କଂଗ୍ରେସ ସହ ହାତ ମିଳାଇଲେ ବୋଲି ସେନା ପକ୍ଷରୁ କୁହାଯାଇଛି। ଏକମାତ୍ର କମଳନାଥ ସନାତନ ଧର୍ମକୁ ସୁରକ୍ଷା ଦେଇପାରିବେ ବୋଲି ବଜରଙ୍ଗ ସେନାର ଜଣେ କର୍ମକର୍ତ୍ତା ଦୀପକ ଯୋଶୀ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ