ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମଧ୍ୟପ୍ରଦେଶରେ ଜଣେ ଲୋକକୁ ଅଟକ ରଖି ପରିସ୍ରା ପିଆଯାଇଥିବା ଅଭିଯୋଗ

ଭୋପାଳ,: ମଧ୍ୟପ୍ରଦେଶର ସାଗରରେ ରଣଜିତ ଲୋଧି ନାମକ ଜଣେ ଲୋକ ଅଭିଯୋଗ କରିଛନ୍ତି ଯେ ଏକ ଡାଲି କାରଖାନାର ମାଲିକ ତାଙ୍କୁ ପରିସ୍ରା ପିଇବାକୁ ବାଧ୍ୟ କରିଛନ୍ତି। ପୁଲିସ ତାଙ୍କ ଅଭିଯୋଗ ଉପରେ କର୍ଣ୍ଣପାତ ନ କରିବାରୁ ସେ କଂଗ୍ରେସ ନେତାମାନଙ୍କ ଦ୍ବାରସ୍ଥ ହୋଇଥିଲେ। କଂଗ୍ରେସ ଲୋଧିଙ୍କ ସପକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ କରିବାକୁ ସ୍ଥିର କରିଥିଲା। କିନ୍ତୁ ଏକ ଚୋରି ଅଭିଯୋଗରେ ଲୋଧି ଜଣେ ଯୁବକକୁ ମାଡ଼ ମାରୁଥିବା ଭିଡ଼ିଓ ଭାଇରାଲ ହେବା ପରେ କଂଗ୍ରେସ ସେହି ନିଷ୍ପତ୍ତିରୁ ଓହରିଯାଇଛି।

ରଣଜିତ ଲୋଧିଙ୍କ ଅଭିଯୋଗ ଅନୁଯାୟୀ ଏକ ଡାଲି କାରଖାନା ମାଲିକ ମହେଶ ସାହୁ ଗତମାସରେ ତାଙ୍କୁ ତିନିଦିନ ଅଟକ ରଖି ପରିସ୍ରା ପିଇବାକୁ ବାଧ୍ୟ କରିଥିଲେ। କିନ୍ତୁ ପୁଲିସ ଅଭିଯୋଗ ରଖିବାକୁ ମନା କରିଦେଇଥିଲା। ମହେଶ ସାହୁ କୁଆଡ଼େ ଜଣେ ବରିଷ୍ଠ ମନ୍ତ୍ରୀଙ୍କୁ କହିବା ପରେ ମନ୍ତ୍ରୀଙ୍କ ହସ୍ତକ୍ଷେପ ଯୋଗୁ ପୁଲିସ ତାଙ୍କଠାରୁ ଏତଲା ରଖି ନ ଥିବା ଲୋଧି ଅଭିଯୋଗ କରିଛନ୍ତି। ପୁଲିସର ନିଷ୍କ୍ରିୟତାରେ ହତାଶ ହୋଇ ଲୋଧି ଭୋପାଳରେ କଂଗ୍ରେସ ନେତାମାନଙ୍କ ପାଖକୁ ସାହାଯ୍ୟ ପାଇଁ ଯାଇଥିଲେ। ପ୍ରଥମେ କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀ କରି ଘଟଣାକୁ ସାର୍ବଜନୀନ କରିବା ପାଇଁ ଚାହିଥିଲା। କିନ୍ତୁ ତା’ ପୂର୍ବରୁ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେଲା। ଏଥିରେ ମନୋଜ ଅହିରୱାର ନାମକ ଜଣେ ଯୁବକକୁ ୧୫ କେଜି ଡାଲି ଚୋରି ଅଭିଯୋଗରେ ମାଡ଼ ମରାଯାଇଥିବା ଦେଖିବାକୁ ମିଳିଥିଲା। ମାଡ଼ ମାରୁଥିବା ଲୋକଙ୍କ ଭିତରେ ରଣଜିତ ଲୋଧି ଥିଲା। ତା’ପରେ ସାମ୍ବାଦିକ ସମ୍ମିଳନୀ ବନ୍ଦ ରଖିବାକୁ କଂଗ୍ରେସ ନିଷ୍ପତ୍ତି ନେଲା କାରଣ ଯୁବକକୁ ଆକ୍ରମଣ ଘଟଣାରେ ଲୋଧିଙ୍କ ସମ୍ପୃକ୍ତି ନେଇ ଘଟଣା ଅନ୍ୟ ଆଡ଼କୁ ଗତି କରିପାରେ ବୋଲି ଆଶଙ୍କା ଥିଲା। ଭିଡ଼ିଓ ଭାଇରାଲ ହେବା ପରେ ପୁଲିସ ଆକ୍ରମଣକାରୀମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। ସାଗର ପୁଲିସ କହିଛି ଯେ, ମନୋଜ ଅହିରୱାର ଥାନାକୁ ଆସି ଆକ୍ରମଣକାରୀମାନଙ୍କୁ ଚିହ୍ନଟ କରିଛି। ଏହି ମାଡ଼ମରା ଘଟଣା ୨୦୨୨ ମସିହାର ବୋଲି ଅହିରୱାର ପ୍ରକାଶ କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ