ଅପରାଧ ରାଜ୍ୟ

ମଦ ରନ୍ଧା ବେଳେ ଚଢାଉ, ୧୮ଶହ ଲିଟର ମହୁଲ ପୋଚ ସହ ୬୦ଲିଟର ମଦ ଜବତ

ପଦ୍ମପୁର ୨୮।୬: ପଦ୍ମପୁର ଅବକାରୀ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ମଦ ରନ୍ଧା ହେଉଥିବା ଖବର ପାଇ ପଦ୍ମପୁର ଅବକାରୀ ବିଭାଗ ପକ୍ଷରୁ ସମାରପାଲି ଓ ଗୁଣ୍ଡିଚାପାଲିଠାରେ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉ ସମୟରେ ସମାରପାଲିଠାରେ ୧୮୦୦ ଲିଟର ମହୁଲ ପୋଚ ସହ ୬୦ ଲିଟର ମଦ ଜବତ କରାଯାଇଥିଲା ।

ଗୁଣ୍ଡିଚାପାଲିଠାରେ ୮୦ ଲିଟର ରନ୍ଧାମଦ ଜବତ କରିବା ସହ ଦିଲ୍ଲୀପ ରଣା ନାମକ ଜଣେ ବ୍ୟକ୍ତିକୁ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଥିବା ପଦ୍ମପୁର ଅବକାରୀ ଥାନା ଏସଆଇ ଏଚ ଜଗା ରାଓ ସୂଚନା ଦେଇଛନ୍ତି । ଏହି ଚଢ଼ାଉରେ ମୁକେଶ ବିଶ୍ବାଳ, ପ୍ରଶାନ୍ତ ବାଗ, ନବବତି ମଲ୍ଲିକ, ସୁବାଷିନୀ ଭୋଇ ଓ ରାକେଶ ସାହୁ ସାମିଲ ଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।