ଅପରାଧ ରାଜ୍ୟ

ମଦ ପିଇ ରାସ୍ତାରେ ଗଡିବା ପଡିଲା ମହଙ୍ଗା, ପୋଲିସ କନଷ୍ଟେବଳ ନିଲମ୍ବିତ

ଉଦଳା ୨୭।୭: ନିଶା ଖାଇ ସର୍ବସାଧାରଣ ସ୍ଥାନରେ ପଡିବା ଏବଂ ମାତାଲ ହୋଇ ବୁଲିବା ଜଣେ ପୋଲିସ କର୍ମଚାରୀଙ୍କ ପାଇଁ ମହଙ୍ଗା ପଡିଛି । ମାତାଲ କନଷ୍ଟେବଳ ନିଲମ୍ବିତ ହୋଇଛନ୍ତି । ନିଲମ୍ବିତ ହୋଇଥିବା ପୋଲିସ କର୍ମଚାରୀ ଜଣଙ୍କ ହେଲେ ମୟୁରଭଞ୍ଜ ଜିଲ୍ଲା ଉଦଳା କୁଣ୍ଡାବାଇ ଫାଣ୍ଡିର କନଷ୍ଟେବଳ ଇଶ୍ବର ଚନ୍ଦ୍ର ମହାନ୍ତ।

ସୂଚନାଯୋଗ୍ୟ ଯେ, ଗତ ରବିବାର ଦିନ କନଷ୍ଟେବଳ ଇଶ୍ବର ଚନ୍ଦ୍ର ମହାନ୍ତ ଉଦଳା-କପ୍ତିପଦା ରାସ୍ତାରେ ଥିବା ଏକ ମଦ ଦୋକାନ ସମ୍ମୁଖରେ ମଦ ପିଅ ପୁରା ନିଶାରେ ଚୁର ହୋଇଥିଲେ । ଗାଡିରୁ ପଡିଯିବା ସହ ମଦ ଦୋକାନ ସାମ୍ନାରେ ଶୋଇ ବି ପଡିଥିଲେ । ଏପରିକି ନିଶାରେ ଥିବା ଖୋଦ୍ ନିଜେ କନଷ୍ଟେବଳ ଇଶ୍ବର ଚନ୍ଦ୍ର ମହାନ୍ତ ମାନିଥିଲେ ।

ପୂର୍ବରୁ ମଧ୍ୟ ନିଶାସକ୍ତ ଅବସ୍ଥାରେ ଥିବା କଥା ମାନିଥିଲେ । ନିଶାସକ୍ତ ଥିବା ସମୟରେ ସସ୍‌ପେଣ୍ଡ କରିଦେଲେ କରି ଦିଅନ୍ତୁ ବୋଲି ମଧ୍ୟ କହିଥିଲେ । ଶେଷରେ ତାହା ହିଁ ହୋଇଛି । ଏହି ପୋଲିସ କନଷ୍ଟେବଳ ଚାକିରୀରୁ ନିଲମ୍ବିତ ହୋଇଛନ୍ତି । ସର୍ବସାଧାରଣ ସ୍ଥାନରେ ଏଭଳି ବ୍ୟବହାର ପାଇଁ ନିଲମ୍ବିତ ହୋଇଥିବା ଜଣାପଡିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।