ନୂଆଦିଲ୍ଲୀ ୨୫/୦୭: ସୋସିଆଲ ମିଡିଆରେ ଜଣେ ଧାର୍ମିକ ଗୁରୁଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ସେ ତାଙ୍କର ଭକ୍ତମାନଙ୍କୁ ମଦ ପିଇବାକୁ ବାଧ୍ୟ କରୁଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଧର୍ମଗୁରୁ ଲୋକଙ୍କୁ କହି ବୁଲୁଛନ୍ତି ଯେ, ଯେତେ ସଂଖ୍ୟାରେ ମଦ ପିଇବ ସେତେ ମାତ୍ରାରେ ଧନୀ ହେବ । ଏ ଘଟଣା ଥାଇଲ୍ୟାଣ୍ଡର ।
ଆଉ ସେହି ଧର୍ମଗୁରୁ ହେଉଛନ୍ତି PHRA AJRAN KAMPEE । ତାଙ୍କ ମନ୍ଦିର ଚିଆଙ୍ଗ ୟୁହେନ ଜିଲ୍ଲାର ମହା ସରଖାମ ପ୍ରାନ୍ତରରେ ଅବସ୍ଥିତ । ଏହି ଧର୍ମଗୁରୁଙ୍କୁ ଭେଟିବାକୁ ତାଙ୍କ ଅନୁଗାମୀମାନେ କୋଣ ଅନୁକୋଣରୁ ଆସି ପହଞ୍ଚିଥାନ୍ତି । ତେବେ ଭେଟିବାକୁ ଆଗୁଆ ବୁକ୍ କରିବାକୁ ପଡିଥାଏ । କାରଣ ଦିନକରେ ସେ ୫୦ଜଣଙ୍କୁ ଭେଟିଥାନ୍ତି ।
ତେବେ ଘଟଣାର ଖୁଲ୍ଲାସା ସେବେ ହୋଇଥିଲା, ଯେବେ ଜଣେ ମହିଳା ଟିକଟକର ଏହି ଧର୍ମଗୁରୁଙ୍କ ଭିଡିଓ ସେୟାର କରିଥିଲେ । ସେ ସେଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ । ଭିଡିଓରେ, ସେଠାରେ ଉପସ୍ଥିତ ଥିବା ଲୋକମାନେ ସାଧା ପୋଷାକରେ ନଜର ଆସିଛନ୍ତି । ସେମାନେ ନାଲି ରଙ୍ଗର ହେଡବ୍ୟାଣ୍ଡ ପିନ୍ଧିଥିବାର ମଧ୍ୟ ଦେଖାଯାଏ । ତେବେ ସମସ୍ତେ ତଳେ ବସି ଖାଇବା ସହ କିଛି ପାନୀୟ ପିଉଥିବା ନଜର ଆସୁଛନ୍ତି ।
ପୁଜାରୀ ଜଣଙ୍କ ବେଶଭୂଷା ହୋଇ ଲୋକ ଲୋକମାନଙ୍କ ମଧ୍ୟରେ ବୁଲନ୍ତି । ସେମାନଙ୍କୁ ପ୍ରାର୍ଥନା କରିବାକୁ କୁହନ୍ତି । ଭିଡିଓର କ୍ୟାପସନରେ ମହିଳା ଲେଖିଛନ୍ତି – ଯଦି ଆପଣ ଧନୀ ହେବାକୁ ଚାହାଁନ୍ତି ତେବେ ଏହି ସମାରୋହର ଏକ ଅଂଶ ହୁଅନ୍ତୁ । ଏହି ସମାରୋହ ତୁମର ଭାଗ୍ୟ ଖୋଲିଯିବ । ଯେ ପର୍ଯ୍ୟନ୍ତ ଆପଣ ଏହି ସମାରୋହରେ ଅଛନ୍ତି ସେହି ପର୍ଯ୍ୟନ୍ତ ଆପଣ ପିଇବା ବନ୍ଦ କରିବେନି ।
ଅଧିକ ସୁନା ପାଇବାକୁ ବିୟର ପିଅନ୍ତୁ, ଧନୀ ହେବା ପାଇଁ ରାଇସ ହ୍ୱିସ୍କି ପିଅନ୍ତୁ । ତୁମେ ଯେତେ ଅଧିକ ପିଅ, ତୁମର ଧନ ସେତେ ବଢିବ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଲୋକମାନେ ଧାର୍ମିକ ନେତାଙ୍କୁ ଠକ ବୋଲି କହୁଛନ୍ତି । କିଛି ଲୋକ କହିଛନ୍ତି ଯେ ଅନୁସରଣକାରୀମାନେ ପ୍ରତାରଣା କରୁଛନ୍ତି, ସେମାନେ ସେମାନଙ୍କର ଟଙ୍କା ହରାଇବା ସହ ଶରୀରର ବି କ୍ଷତି କରିବେ ଏଥିରେ ସନ୍ଦେହ ନାହିଁ ।
ସ୍ଥାନୀୟ ଗଣମାଧ୍ୟମ ସହିତ ଏକ ବାର୍ତ୍ତାଳାପରେ ସେ କହିଛନ୍ତି ଯେ ତାଙ୍କର ଶିକ୍ଷା ଅନ୍ୟ ମହାନ ଶିକ୍ଷକମାନଙ୍କଠାରୁ ମିଳିଥିବା ଶିକ୍ଷା ଉପରେ ଆଧାରିତ । ସମାରୋହରେ ଅଂଶଗ୍ରହଣ କରି ଜଣେ ଧନୀ ହୁଅନ୍ତି ନାହିଁ । ଏହି ସମାରୋହରେ ଲୋକମାନେ ଟଙ୍କା ପାଇଁ କଠିନ ପରିଶ୍ରମ କରିବାକୁ ଉତ୍ସାହିତ ହୁଅନ୍ତି ।