ଅନୁଗୁଳ ୨୯।୦୮: ଗୁଳିମାଡ଼ କରି ମଦ ଦୋକାନ କର୍ମଚାରୀଙ୍କଠୁ ଲୁଟ୍ । ଗୁରୁତର ଅବସ୍ଥାରେ କର୍ମଚାରୀଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନୁଗୁଳ କୁରୁଡୋଲ ନିକଟରେ ଘଟିଛି ଏହି ଘଟଣା ।
ଖବର ଅନୁଯାୟୀ, ତାଳଚେର ଶର୍ମା ଛକରୁ ଏକ ମଦ ଦୋକାନରୁ ଟଙ୍କା ନେଇ ଅନୁଗୁଳ ଆସୁଥିଲେ । ଠିକ୍ ଏହି ସମୟରେ ଦୁର୍ବୁତ୍ତଙ୍କ ଆକ୍ରମଣର ଶିକାର ହେଲେ ମଦ ଦୋକାନ କର୍ମଚାରୀ ଶେଷନାଥ ଗୁପ୍ତା । ଗୁଳିଚାଳନା କରି ଟଙ୍କା ଲୁଟିନେଲେ ଦୁର୍ବୁତ୍ତ। ଦୁର୍ବୃତ୍ତମାନେ ଭୁଜାଲିରେ ହାତ ଓ ଛାତିକୁ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।