କଳାହାଣ୍ଡି ୧୫।୭: କଳାହାଣ୍ଡି ଜିଲ୍ଲା କେସିଙ୍ଗା ମଦଭାଟି ନିକଟରୁ ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର । ମୃତ ବ୍ୟକ୍ତି ଜଣଙ୍କ କେସିଙ୍ଗା ଥାନା ଅଞ୍ଚଳର ଭୂଷଣ ପ୍ରସାଦକଶ୍ୟପ ବୋଲି ଜଣାପଡ଼ିଛି । ସେ ଗତ ୧୨ ତାରିଖରୁ ନିଖୋଜ ଥିଲେ ବୋଲି ତାଙ୍କ ପରିବାର ତରଫରୁ ଏକ ଏତଲା ଦିଆଯାଇଥିଲା । ବର୍ତ୍ତମାନ ଶବ ମିଳିବା ପରେ ପରିବାର ଲୋକେ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଏତଲାରେ ଭୂଷଣ ପ୍ରସାଦଙ୍କୁ ତାଙ୍କ ଭାଇ ଏବଂ ଦୁଇ ପୁତୁରା ହତ୍ୟା କରି ଫୋପାଡ଼ି ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବଟିକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।