ଅପରାଧ ଦେଶ ବିଦେଶ ରାଜନୀତି

ମତେ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ଚାଲିଛି: ଇମ୍ରାନ୍‌ ଖାଁ

ଇସ୍‌ଲାମାବାଦ୍‌: ତାଙ୍କୁ ହତ୍ୟା କରିବା ଲାଗି ଷଡ଼ଯନ୍ତ୍ର ଚାଲିଛି। ତାଙ୍କ ସରକାରକୁ ହଟାଇବା ପାଇଁ ହୋଇଥିବା ଷଡ଼ଯନ୍ତ୍ରରେ ଜଡ଼ିତ ଥିବା ବ୍ୟକ୍ତିମାନଙ୍କର ନାମ ମଧ୍ୟ ସେ ଭିଡିଓ ରେକର୍ଡ କରିଛନ୍ତି ବୋଲି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଶନିବାର ଦିନ କହିଛନ୍ତି।

ଯଦି ତାଙ୍କର କିଛି କ୍ଷତି ହୁଏ ତେବେ ସେ ଉକ୍ତ ଭିଡିଓକୁ ସର୍ବସାଧାରଣରେ ପ୍ରଘଟ କରିଦେବେ ବୋଲି ସିଆଲ୍‌କୋଟ୍‌ରେ ଏକ ରାଲିରେ ଉଦ୍‌ବୋଧନ ଦେବା‌ବେଳେ ସେ କହିଛନ୍ତି।

ରାଲିରେ ଉଦ୍‌ବୋଧନ ଦେବା ବେଳେ ସେ କହିଲେ, ମୁଁ ଜାଣେ, ମତେ ମାରିବା ପାଇଁ ପାକିସ୍ତାନ ଓ ବିଦେଶରେ ଲୋକେ ଯୋଜନା କରୁଛନ୍ତି। ମୋ ବିରୋଧରେ ଚାଲିଥିବା ଷଡ଼ଯନ୍ତ୍ରର ସମ୍ପୂର୍ଣ୍ଣ ବିବରଣୀ ସହ ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କର ନାମ ସହିତ ଏକ ଭିଡିଓ ରେକର୍ଡ କରି ସୁରକ୍ଷିତ ସ୍ଥାନରେ ରଖିଛି।

କିନ୍ତୁ, ତାଙ୍କୁ ହତ୍ୟା କରିବା ଲାଗି ଚାଲିଥିବା ଷଡ଼ଯନ୍ତ୍ରରେ ଯେଉଁମାନେ ଅନ୍ତର୍ଭୁକ୍ତ ସେମାନଙ୍କ ନାମ ସେ ପ୍ରକାଶ କରିନାହାନ୍ତି। କେବଳ ସେ କହିଛନ୍ତି, ମତେ ହତ୍ୟା କରିବା ଲାଗି ବିଦେଶରେ ଏବଂ ପାକିସ୍ତାନରେ ଷଡ଼ଯନ୍ତ୍ର ଚାଲିଛି। କେଉଁମାନେ ମୋର ହତ୍ୟା ଷଡ଼ଯନ୍ତ୍ର କରୁଛନ୍ତି, ତାହା ମୁଁ ଜାଣେ। ଯଦି ମତେ ହତ୍ୟା କରାଯାଏ, ଭିଡିଓକୁ ସର୍ବସାଧାରଣରେ ପ୍ରଘଟ କରିଦିଆଯିବ।

ସେମାନେ ଭାବୁଛନ୍ତି, ମୁଁ ତାଙ୍କ ପାଇଁ ବାଧକ ଏବଂ ତାଙ୍କୁ ହଟାଇବାକୁ ଇଚ୍ଛାକରୁଛି।

ସେହିପରି, ଶୁକ୍ରବାର ଦିନ ବାନିଗଲ୍‌ସ୍ଥିତ ନିଜ ବାସଭବନରେ ସାମ୍ବାଦିକମାନଙ୍କ ଆଗରେ ଦେଇଥିବା ଗୋଟାଏ ବିଚିତ୍ର ବିବୃତିରେ ଇମ୍ରାନ୍‌ ଖାଁ କହିଥିଲେ ଯେ, ଚୋରମାନଙ୍କୁ ଲଗାମ୍‌ ଦେବା ଅପେକ୍ଷା ପରମାଣୁ ବୋମା ପକାଇବା ଶ୍ରେୟସ୍କର।

NewsLaxmi7

About Author

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର