ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ମଣିଷ ଭଳି ମଣିଷଟିଏ : ପୁଅର ମୃତ୍ୟୁ ପରେ ବୋହୂର କନ୍ୟାଦାନ କଲେ ଶ୍ବଶୁର, ଯୌତୁକରେ ବୀମା ଟଙ୍କା ସହ ଦେଲେ ଗାଡି ଓ ସୁନାଗହଣା

ନରସିଂହପୁର ୨୭।୧୧: ମଧ୍ୟପ୍ରଦେଶ ନରସିଂହପୁର ଜିଲ୍ଲାରୁ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପ୍ରାୟତଃ ଅଧିକାଂଶ ସମୟରେ ଦେଖିବାକୁ ମିଳେ ଯେ, ଶାଶୁ-ଶ୍ବଶୁର ନିଜ ବୋହୂଙ୍କୁ ନିର୍ଯାତନା ଦେଇଥାନ୍ତି । ମାତ୍ର ନରସିଂହପୁର ଜିଲ୍ଲାରେ ମୋଟେଗାଓଁ ତହସିଲ ଝୋତେଶ୍ବର ମବାଇ ନିବାସୀ ରବିଶଙ୍କର ସୋନି ସମାଜ ପାଇଁ ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି । ଯାହା ଅଧିକାଂଶ ଫିଲ୍ମଗୁଡିକରେ ଦେଖିବାକୁ ମିଳିଥାଏ । ସେ ତାଙ୍କ ବିଧବା ବୋହୂଙ୍କୁ ଝିଅ ଭଳି ରଖି ସବୁ ରୀତିନୀତିରେ ପୁର୍ନବାର ବିବାହ କରାଇବାକୁ ନିଷ୍ପତ୍ତି ନେଇଛନ୍ତି । ଶ୍ବଶୁର ହେବା ସଙ୍ଗେ ସଙ୍ଗେ ବାପା ହୋଇ କନ୍ୟାଦାନ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି । ଫିଲ୍ମର କାହାଣୀ ଭଳି ଲାଗୁଥିବା ଏହି ଘଟଣାକୁ ସତ କରି ଦେଖାଇଛନ୍ତି ସେନାର ଅବସରପ୍ରାପ୍ତ ଡେପୁଟୀ ରେଞ୍ଜର ରବିଶଙ୍କର ସୋନି ।

ସୂଚନା ଅନୁସାରେ ରବିଶଙ୍କର ସୋନିଙ୍କ ପୁଅ ସଞ୍ଜୟଙ୍କର ବିବାହ ୧୨ ବର୍ଷ ପୂର୍ବରୁ ୨୦୦୮ ମସିହାରେ କରେଲି ନିବାସୀ ରାମଜୀ ସୋନୀଙ୍କ ଝିଅ ସରିତାଙ୍କ ସହ ହୋଇଥିଲା । ଉଭୟଙ୍କର ୧୧ ଏବଂ ୯ ବର୍ଷର ଦୁଇ ଝିଅ ଅଛନ୍ତି । ଗତ ସେପ୍ଟେମ୍ବର ୨୫ ତାରିଖରେ ପୁଅ ସଞ୍ଜୟଙ୍କର ରୋଗଗ୍ରସ୍ତ ହେବା କାରଣରୁ ମୃତ୍ୟୁ ହୋଇଥିଲା । ଫଳରେ ବୋହୂ ଏବଂ ନାତୁଣୀଙ୍କୁ ପୁଣି ଥରେ ବଞ୍ଚିବାର ସାହାରା ଦେବାକୁ ରବିଶଙ୍କର ନିଷ୍ପତ୍ତି ନେଇଥିଲେ । ସେ ବୋହୂଙ୍କ ବାପାଙ୍କୁ ଏ ସଂପର୍କରେ ଜଣାଇବା ସହ ପୁଅଟିଏ ଖୋଜିବା ପାଇଁ କହିଥିଲେ । ନିଜେ ମଧ୍ୟ ଭଲ ପୁଅଟିଏ ଖୋଜିବାରେ ଲାଗିପଡିଥିଲେ । ଶେଷରେ ଜବଲପୁର ପିପରିୟା ନିବାସୀ ରାଜେଶ ସୋନୀଙ୍କ ସହ ତାଙ୍କ ବୋହୂଙ୍କର ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ।

ରାଜେଶଙ୍କର ପତ୍ନୀଙ୍କର ୩ ବର୍ଷ ପୂର୍ବେ ସଡକ ଦୁର୍ଘଟଣାରେ ଦେହାନ୍ତ ହୋଇଥିଲା । ତାଙ୍କର କୌଣସି ସନ୍ତାନ ନାହାନ୍ତି । ରାଜେଶଙ୍କ ପରିବାର ଲୋକ ମଧ୍ୟ ସରିତାଙ୍କୁ ବୋହୂ କରି ନେବା ପାଇଁ ରାଜି ହୋଇଯାଇଥିଲେ । ରବିଶଙ୍କର କହିଛନ୍ତି ଯେ, ସେ ତାଙ୍କ ପୁଅ ନାଁରେ କିଣିଥିବା କାର୍ କୁ ସେ ତାଙ୍କ ବୋହୂଙ୍କ ନାଁରେ କରିଦେଇଛନ୍ତି । ପୁଅର ମୃତ୍ୟୁ ପରେ ଯେଉଁ ବୀମା ରାଶି ୩୭୬୦୦୦ ଟଙ୍କା ମିଳିଥିଲା ତାକୁ ମଧ୍ୟ ବୋହୂ ନାଁରେ ଜମା କରିଦେଇଛନ୍ତି । ଏହାସହ ତାଙ୍କର ସବୁ ଗହଣା ମଧ୍ୟ ଦେଇଦେଇଛନ୍ତି ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ