ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ମଣିଷଙ୍କ ଭଳି ମାଙ୍କଡଙ୍କୁ କରୋନା ଭୟ: ସଂକ୍ରମଣ ରୋକିବା ପାଇଁ ହେଲା ଆଇସୋଲେସନ୍ ବ୍ୟବସ୍ଥା

ନୂଆଦିଲ୍ଲୀ ୨୦/୦୫: ଦିଲ୍ଲୀ ସରକାରଙ୍କ ବନ ବିଭାଗ ୧୪ ଦିନ ପାଇଁ ୬୦ ଟି ମାଙ୍କଡକୁ କ୍ୟାରେନଣ୍ଟାଇନ୍ କରିଛି। ଏହି ମାଙ୍କଡମାନଙ୍କୁ ଦକ୍ଷିଣ ଦିଲ୍ଲୀର ସେହି ସ୍ଥାନରୁ ଧରାଯାଇଥିଲା, ଯେଉଁଠାରେ ଅଧିକ କରୋନା ମାମଲା ଦେଖାଦେଇଥିଲା । ବନ ବିଭାଗ ଟିମ୍ ଏହି ମାଙ୍କଡମାନଙ୍କୁ ତୁଗଲକାବାଦର ପଶୁ ଉଦ୍ଧାର କେନ୍ଦ୍ରରେ କ୍ୟାରେନଣ୍ଟାଇନ୍ କରିଥିଲା। ସେମାନଙ୍କ ମଧ୍ୟରୁ ୩୦ ଟି ମାଙ୍କଡ଼ର ୧୪ ଦିନିଆ ଆଇସୋଲେସନ୍ ସମାପ୍ତ ହୋଇସାରିଛି, ଯେଉଁମାନଙ୍କୁ ବର୍ତ୍ତମାନ ଆସୋଲା ଭାଟି ବନ୍ୟଜନ୍ତୁ ଅଭୟାରଣ୍ୟରେ ଛଡା ଯିବ । ଅବଶିଷ୍ଟ ୩୦ଟି ମାଙ୍କଡ଼ ଏପର୍ଯ୍ୟନ୍ତ ଆଇସୋଲେସନରେ ରହିଛନ୍ତି ।

ଏପର୍ଯ୍ୟନ୍ତ ଧରାଯାଇଥିବା କୌଣସି ମାଙ୍କଡ଼ମାନଙ୍କ ମଧ୍ୟରେ କରୋନାର ଲକ୍ଷଣ ଚିହ୍ନଟ ହୋଇନାହିଁ । ଏହି ମାଙ୍କଡମାନଙ୍କର ଆଣ୍ଟିଜେନ୍ ପରୀକ୍ଷା କରାଯାଇଥିଲା, ଯେଉଁଥିରେ ସେମାନେ ନେଗେଟିଭ୍ ବୋଲି ଜଣାପଡିଛି । ବାସ୍ତବରେ, ଦିଲ୍ଲୀ ସରକାରଙ୍କ ବନ ବିଭାଗ ଅନୁଯାୟୀ, କିଛିଦିନ ତଳେ ହାଇଦ୍ରାବାଦ ପ୍ରାଣୀ ଉଦ୍ୟାନରେ ଅନେକ ସିଂହ କରୋନା ସଂକ୍ରମିତ ହୋଇଥିବା ଦେଖିବାକୁ ମିଳିଥିଲା। ଏହା ପରେ ଦିଲ୍ଲୀ ସରକାରଙ୍କ ବନ ବିଭାଗ ମାଙ୍କଡମାନଙ୍କୁ ଏହି ସ୍ଥାନରୁ ଧରି କ୍ୱାରେଣ୍ଟାଇନ୍ କରିଥିଲା ଯେପରିକି ଅନ୍ୟ ଜୀବଜନ୍ତୁଙ୍କ ମଧ୍ୟରେ ସଂକ୍ରମଣ ବ୍ୟାପି ନଯାଏ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ