ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମଣିପୁର ସଙ୍କଟ: ପୁଣି ହିଂସା ପରିବହନ ଠପ୍‌

ଇମ୍ଫାଲ: ମଣିପୁରର ବିଭିନ୍ନ ଅଞ୍ଚଳରେ ଜାତିଆଣ ହିଂସାକୁ ନେଇ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଥିବା ବେଳେ ଜାତୀୟ ରାଜପଥ-୨ରେ ବଡ଼ ଧରଣର ଅବରୋଧ ଦେଖିବାକୁ ମିଳିଛି। ଏହି ଗୁରୁତ୍ବପୂର୍ଣ୍ଣ ମାର୍ଗ ଦେଇ ପରିବହନ ବ୍ୟବସ୍ଥା ଠପ୍‌ ହୋଇଯାଇଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ ଦେଖିବାକୁ ମିଳିଛି। ପେଟ୍ରୋଲ କଳାବଜାରରେ ଲିଟର ପିଛା ୨ ଶହ ଟଙ୍କାରେ ବିକ୍ରି ହେଉଥିବା ବେଳେ ଜୀବନ ରକ୍ଷାକାରୀ ଔଷଧର ଘୋର ଅଭାବ ଦେଖିବାକୁ ମିଳିଛି। ଏଟିଏମ୍‌ଗୁଡ଼ିକ ଖାଲି ପଡ଼ିଛି ଏବଂ ଦୋକାନ ବଜାର ମାତ୍ର କିଛି ଘଣ୍ଟା ପାଇଁ ଖୋଲୁଛି। ପରିସ୍ଥିତିକୁ ସ୍ବାଭାବିକ କରିବା ପାଇଁ ଜନସାଧାରଣ ତୁରନ୍ତ ଏହି ଅବରୋଧ ହଟାଇ ଜାତୀୟ ରାଜପଥ-୨କୁ ସ୍ବାଭାବିକ କରିବା ପାଇଁ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆହ୍ବାନ ଦେଇଛନ୍ତି। ଶାହ କହିଛନ୍ତି ଯେ ଖାଦ୍ୟ, ଔଷଧ, ପେଟ୍ରୋଲ/ଡିଜେଲ ଏବଂ ଅନ୍ୟ ଜରୁରୀ ସାମଗ୍ରୀ ଉପଲବ୍ଧ କରାଇବା ପାଇଁ ଜାତୀୟ ରାଜପଥରୁ ଅବରୋଧ ତୁରନ୍ତ ହଟାଯିବା ଜରୁରୀ।

ଜୀବନ ରକ୍ଷାକାରୀ ଔଷଧ ମିଳୁନି
ପେଟ୍ରୋଲ ଲିଟର ୨ ଶହ ଟଙ୍କା
ବଜାର ବନ୍ଦ, ଏଟିଏମ୍‌ ଖାଲି
ଜାତୀୟ ରାଜପଥରୁ ଅବରୋଧ ହଟାଇବାକୁ ଶାହଙ୍କ ନିବେଦନ

ନିକଟରେ ଶାହ ମଣିପୁରରେ ୪ ଦିନ ରହିଛି ପରିସ୍ଥିତି ସମୀକ୍ଷା କରିବା ସହ ଶାନ୍ତି ଫେରାଇ ଆଣିବା ଦିଗରେ ବ୍ୟାପକ ପଦକ୍ଷେପ ନେଇଥିଲେ। ଏହା ସତ୍ତ୍ବେ କେତେକ ଅଂଚଳରେ କୁକି ସଂପ୍ରଦାୟ ପକ୍ଷରୁ ପୁଣି ହିଂସା ଆରମ୍ଭ କରାଯିବାରୁ ମାମଲା ବିଗିଡ଼ିବାରେ ଲାଗିଛି। ଗତକାଲି ଓ ଆଜି ବିଭିନ୍ନ ସ୍ଥାନରେ ଗୁଳିବିନିମୟ ଘଟି ୧୬ ଜଣ ଆହତ ହୋଇଛନ୍ତି। ପୁଣି ହିଂସା ଯୋଗୁଁ ଚୁରାଚାନ୍ଦପୁର ଜିଲ୍ଲାର ତଙ୍ଗଜେଙ୍ଗ ଗାଁର ଲୋକମାନେ ଅନ୍ୟତ୍ର ପଳାୟନ କରିଥିଲେ। ବର୍ତ୍ତମାନ ସୁଦ୍ଧା ୨୭୨ଟି ରିଲିଫ ଶିବିରରେ ୩୭,୪୫୦ ଜଣ ଲୋକ ରହୁଥିବା ଜଣାପଡ଼ିଛି। ଗୃହମନ୍ତ୍ରୀ ଶାହ ଚେତାବନୀ ଦେଇ କହିଛନ୍ତି ଯେ ସରକାର ହିଂସାକାରୀଙ୍କୁ କଠୋର ହସ୍ତରେ ଦମନ କରିବେ। ସୁରକ୍ଷା ବାହିନୀର ତଲାସୀ ଅଭିଯାନ ସମୟରେ ଯେଉଁମାନଙ୍କ ପାଖରୁ ଅସ୍ତ୍ର ମିଳିବ ସେମାନେ କଡ଼ା କାର୍ଯ୍ୟାନୁଷ୍ଠାନ ସମ୍ମୁଖୀନ ହେବେ। ଇତିମଧ୍ୟରେ ୧୫୦ରୁ ଅଧିକ ଲୁଟ୍‌ ବନ୍ଧୁକ ସରେଣ୍ଡର କରାଯାଇଛି ଏବଂ ପୁଲିସ ବାହିନୀ ମଧ୍ୟ ବିଭିନ୍ନ ସ୍ଥାନରେ ଚଢ଼ଉ କରି ବନ୍ଧୁକ ଜବତ କରିଛନ୍ତି।
ଯାନ୍ତ୍ରିକ ତ୍ରୁଟି

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ