ରାଜ୍ୟ

ମଣିପୁର ପିଲାଙ୍କ ତଥ୍ୟ ମାଗିଥିଲେ ସରକାର, ଦେଢ଼ ମାସ ପରେ ନିଦ ଭାଙ୍ଗିଲା

ଭୁବନେଶ୍ବର : ମଣିପୁର ଜାତିଆଣ ହିଂସା ପ୍ରସଙ୍ଗକୁ ନେଇ ଅଢ଼େଇ ମାସ ହେଲା ସାରା ଦେଶ ଉଠୁଛି ପଡ଼ୁଛି। ସଂସଦରେ ହଟ୍ଟଗୋଳ ଲାଗି ରହିଥିବାବେଳେ ଓଡ଼ିଶାରେ ପଢ଼ୁଥିବା ମଣିପୁର ପିଲାଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ସହ ଓଡ଼ିଶାରେ ପଢ଼ିବାକୁ ଇଚ୍ଛୁକ ଥିବା ପିଲାଙ୍କ ନିମନ୍ତେ ନାମଲେଖା ତାରିଖକୁ କୋହଳ କରିବାକୁ ମଣିପୁର ରାଜ୍ୟପାଳ ଓ ମୁଖ୍ୟସଚିବ ଓଡ଼ିଶା ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଦେଢ଼ ମାସ ତଳେ ମଣିପୁର ରାଜ୍ୟପାଳ ହସ୍ତକ୍ଷେପ ଲୋଡ଼ିଥିବା ବେଳେ ଏବେ ଉଚ୍ଚଶିକ୍ଷା ବିଭାଗ ଅଧିକାରୀମାନଙ୍କ ନିଦ ଭାଙ୍ଗିଛି। ଏବଂ ୭ଦିନ ମଧ୍ୟରେ ମଣିପୁର ଛାତ୍ରଛାତ୍ରୀଙ୍କ ବିଷୟରେ ସବିଶେଷ ତଥ୍ୟ ଦେବାକୁ ବିଭାଗୀୟ ଅଧିକାରୀ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଚିନ୍ତାର ବିଷୟ ହେଉଛି, ମଣିପୁର ରାଜ୍ୟପାଳ ଅନୁସୂୟା ଉକେ ଗତ ଜୁନ୍ ୮ତାରିଖରେ ଓଡ଼ିଶା ରାଜ୍ୟପାଳଙ୍କୁ ପତ୍ର ଲେଖିଥିଲେ। କହିଥିଲେ ଯେ ମଣିପୁର ସରକାରଙ୍କ ଦ୍ୱାରା ଇଣ୍ଟରନେଟ ସେବା ବନ୍ଦ ଓ କର୍ଫ୍ୟୁ ଲାଗୁ ହୋଇଛି। ବହୁ ଛାତ୍ରଛାତ୍ରୀ ଓଡ଼ିଶାରେ ପଢ଼ୁଥିବାରୁ ସେମାନେ ଏଭଳି ପରିସ୍ଥିତି ଯୋଗୁ ନିଜର ଦୈନନ୍ଦିନ ଓ ପାଠ୍ୟକ୍ରମ ସଂକ୍ରାନ୍ତ ଖର୍ଚ୍ଚ ପାଇଁ ସମସ୍ୟାର ସମ୍ମୁଖୀନ ହେଉଥିବେ। ତେଣୁ ଏଭଳି ପ୍ରତିକୂଳ ଓ ଦୁର୍ଭାଗ୍ୟଜନକ ପରିସ୍ଥିତିରେ ମଣିପୁର ପିଲାଙ୍କ ପାଠପଢ଼ା ଯେଭଳି ପ୍ରଭାବିତ ନହେବ ଏବଂ ସେମାନେ କଷ୍ଟର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ ରାଜ୍ୟପାଳ ଅନୁରୋଧ କରିଥିଲେ।

କେବଳ ସେତିକି ନୁହେଁ, ମଣିପୁର ମୁଖ୍ୟ ଶାସନ ସଚିବ ମେ’ ୧୯ରେ ଓଡ଼ିଶା ସମେତ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖି ମେ’ ୩ରୁ ଆରମ୍ଭ ହୋଇଥିବା ଜାତିଆଣ ହିଂସା ସମ୍ପର୍କରେ ସୂଚନା ଦେଇଥିଲେ। ରାଜ୍ୟରେ କର୍ଫ୍ୟୁ ଓ ଇଣ୍ଟରନେଟ୍ ବ୍ୟବସ୍ଥା ନଥିବାରୁ ମଣିପୁରର ପିଲାଙ୍କ ନାମଲେଖା ପ୍ରକ୍ରିୟାରେ ଆବଶ୍ୟକ କୋହଳ ନୀତି ଆପଣାଇବାକୁ ଅନୁରୋଧ କରିଥିଲେ। ମଣିପୁର ପିଲାମାନଙ୍କ ନିମନ୍ତେ ଉଭୟ ଅନଲାଇନ୍ ଓ ଅଫଲାଇନରେ ନାମଲେଖା ପ୍ରକ୍ରିୟାର ଅବଧିକୁ ବୃଦ୍ଧି କରାଗଲେ ଉଚ୍ଚଶିକ୍ଷା ପାଇଁ ଆଗ୍ରହୀ ଥିବା ମଣିପୁରର ପିଲାମାନେ ବିଭିନ୍ନ ରାଜ୍ୟର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ସମ୍ଭବପର ହୋଇପାରିବ ବୋଲି କହିଥିଲେ।
ଏସବୁକୁ ଆଧାର କରି ଓଡ଼ିଶା ରାଜ୍ୟପାଳଙ୍କ କାର୍ଯ୍ୟାଳୟ ତଥା ରାଜଭବନ ପକ୍ଷରୁ ଜୁନ୍ ୧୬ରେ ଉଚ୍ଚଶିକ୍ଷା ବିଭାଗକୁ ଅବଗତ କରାଯାଇଥିଲା। ମାତ୍ର ବିଭାଗୀୟ ଅଧିକାରୀମାନେ ତତ୍ପରତା ଦେଖାଇ ନ ଥିଲେ। ରାଜଭବନରୁ ଚିଠି ପହଞ୍ଚିବାର ପ୍ରାୟ ଦେଢ଼ ମାସ ପରେ ଆଜି ବିଭାଗୀୟ ଅଧିକାରୀ ହଠାତ୍‌ ସକ୍ରିୟ ହୋଇ ଉଠିଛନ୍ତି ଏବଂ ୭ ଦିନ ମଧ୍ୟରେ ମଣିପୁର ଛାତ୍ରଛାତ୍ରୀଙ୍କ ସମ୍ପର୍କରେ ତଥ୍ୟ ଦେବାକୁ ରାଜ୍ୟର ୩୫ଟି ସରକାରୀ ଓ ଘରୋଇ ବିଶ୍ବବିଦ୍ୟାଳୟଗୁଡ଼ିକୁ କହିଛନ୍ତି।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଲେଖାଯାଇଥିବା ପତ୍ରରେ କୁହାଯାଇଛି ଯେ ଓଡ଼ିଶାରେ ପଢ଼ୁଥିବା ମଣିପୁର ଛାତ୍ରଛାତ୍ରୀଙ୍କ ନାମ, ପାଠ୍ୟକ୍ରମ, ନାମଲେଖା ବର୍ଷ, ହଷ୍ଟେଲରେ ରହୁଛନ୍ତି କି ନାହିଁ, ସମ୍ମୁଖୀନ ହେଉଥିବା ସମସ୍ୟା, ବିଶ୍ୱବିଦ୍ୟାଳୟ ଦ୍ୱାରା ସମସ୍ୟାର ସମାଧାନ ପାଇଁ ନିଆଯାଇଥିବା ପଦକ୍ଷେପ ଆଦି ସମ୍ପର୍କରେ ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ ତଥ୍ୟ ପ୍ରଦାନ କରନ୍ତୁ। ଉଚ୍ଚଶିକ୍ଷା ବିଭାଗ ଭଳି ଅନ୍ୟାନ୍ୟ ବିଭାଗ ଅଧୀନ ଶିକ୍ଷାନୁଷ୍ଠାନଗୁଡ଼ିକଠାରୁ ମଧ୍ୟ ଅନୁରୂପ ତଥ୍ୟ ମଗାଯାଇଛି।ଅନ୍ୟପକ୍ଷରେ ମଣିପୁରରେ ଓଡ଼ିଆ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କ ସ୍ଥିତି ଜାଣିବା ନିମନ୍ତେ ଓଡ଼ିଶା ସରକାରଙ୍କ ଏକ ପ୍ରତିନିଧି ଦଳ ଖୁବଶୀଘ୍ର ମଣିପୁର ଯିବ ବୋଲି ସୂଚନା ମିଳିଛି। ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।