ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମଣିପୁରରେ ସୁରକ୍ଷାବାହିନୀର ମିଳିତ କମ୍ବିଂ: ବିପୁଳ ଅସ୍ତ୍ରଶସ୍ତ୍ର ଜବତ, ଶାନ୍ତି ଫେରୁଛି

ଇମ୍ଫାଲ  : ହିଂସାଗ୍ରସ୍ତ ମଣିପୁରର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷାବାହିନୀ ଦ୍ବାରା ମିଳିତ କମ୍ବିଂ ଅପରେସନ୍‌ କରାଯାଇଛି। ସୁରକ୍ଷାକର୍ମୀଙ୍କ ଦ୍ବାରା ମଣିପୁରର ବିଭିନ୍ନ ଅଞ୍ଚଳରୁ ଗତ ୨୪ ଘଣ୍ଟା ମଧ୍ୟରେ ୨୭ଟି ଅସ୍ତ୍ର, ୨୪୫ ଗୁଳିଗୋଳା ଏବଂ ୪୧ଟି ବୋମା ଜବତ ‌ହୋଇଛି। ଏଯାବତ ମୋଟ୍‌ ୮୯୬ ଅସ୍ତ୍ର, ୧୧,୭୬୩ ଗୋଳାବାରୁଦ ଏବଂ ୨୦୦ ବୋମା ଜବତ ହୋଇଛି।

ରାଜ୍ୟ ସରକାରଙ୍କର ସୁରକ୍ଷା ଉପଦେଷ୍ଟା କୁଲଦୀପ ସିଂହ କହିଛନ୍ତି, ମଣିପୁରରେ ଏବେ ସ୍ଥିତି ଶାନ୍ତିପୂର୍ଣ୍ଣ ଏବଂ ନିୟନ୍ତ୍ରଣାଧୀନ ରହିଛି। ଗତ ୪୮ ଘଣ୍ଟା ମଧ୍ୟରେ ମଣିପୁରରେ କୌଣସି ହିଂସା ହୋଇନି। ହିଂସା ପ୍ରବଣ ମଣିପୁରରେ ଅନ୍ୟତ୍ର ସ୍ଥାନାନ୍ତର ହୋଇଥିବା ଲୋକମାନଙ୍କ ପାଇଁ ସରକାର ୧୦୧.୭୫ କୋଟି ଟଙ୍କାର ରିଲିଫ୍‌ ପ୍ୟାକେଜ୍‌ ମଂଜୁର କରିଛନ୍ତି ବୋଲି ସେ କହିଛନ୍ତି। ୫ ଭ୍ୟାଲି ଜିଲ୍ଲାରେ ୧୨ ଘଣ୍ଟା ପାଇଁ କର୍ଫ୍ୟୁ କୋହଳ ହୋଇଛି ଏବଂ ପଡ଼ୋଶୀ ପାର୍ବତ୍ୟ ଜିଲ୍ଲାରେ ୧୦ ଘଣ୍ଟାରୁ ୮ ଘଣ୍ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ହୋଇଛି। ସେହିପରି ଅନ୍ୟ ୬ଟି ପାର୍ବତ୍ୟ ଜିଲ୍ଲାରୁ କର୍ଫ୍ୟୁ ହଟାଯାଇଛି। ରାଜ୍ୟରେ ଗତକାଲିଠାରୁ ଯୋଗାଣ କାର୍ଯ୍ୟ ସ୍ବାଭାବିକ ହୋଇଛି। ବରିଷ୍ଠ ଅଧିକାରୀମାନେ ସମ୍ବେଦନଶୀଳ ଅଞ୍ଚଳ ଯାଇ ସେଠାରେ ଶିବିର କରି ରହିଛନ୍ତି।

ସେହିପରି ରାଜ୍ୟ ଏବଂ କେନ୍ଦ୍ରୀୟ ବାହିନୀର ମିଳିତ କମ୍ବିଂ ଅପରେସନ୍‌ ଜାରି ରହିଛି। ରାଜ୍ୟ ମନ୍ତ୍ରୀ ଏବଂ ବିଧାୟକମାନେ ମଣିପୁରର ବିଭିନ୍ନ ଅଞ୍ଚଳ ବୁଲି ଶାନ୍ତି ରକ୍ଷା ପାଇଁ ଅନୁରୋଧ କରିଛନ୍ତି। ଇତିମଧ୍ୟରେ ଏମ୍‌ଏଚ୍‌ଆର୍‌ସି (ମଣିପୁର ମ‌ାନବାଧିକାର କମିସନ୍‌) ରାଜ୍ୟରେ ଇଣ୍ଟରନେଟ୍‌ ସେବା ପୁନର୍ବାର ଆରମ୍ଭ କରିବା ଉପରେ ବିଚାରବିମର୍ଶ କରିବାପାଇଁ ରାଜ୍ୟ ସରକାରଙ୍କୁ କହିଛନ୍ତି। ଆହତ ସ୍ଥାନୀୟ ଲୋକଙ୍କ ପାଇଁ ଆସାମ ରାଇଫଲ୍ସ ଦ୍ବାରା ମେଡିକାଲ କ୍ୟାମ୍ପ୍‌ ପ୍ରତିଷ୍ଠା କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ