ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମଣିପୁରରେ ବିସ୍ଫୋରକ ସ୍ଥିତି ଜାରି: ନିଷିଦ୍ଧ ଉଗ୍ରପନ୍ଥୀ ସଂଗଠନର ୪ ସଦସ୍ୟ ଗିର

ଇମ୍ଫାଲ: ହିଂସାଗ୍ରସ୍ତ ମଣିପୁରରେ ବି‌ସ୍ଫୋରକ ସ୍ଥିତି ଲାଗି ରହିଛି। ନିଷିଦ୍ଧ ଉଗ୍ରପନ୍ଥୀ ସଂଗଠନଗୁଡ଼ିକ ଏବେ ସବୁ ଜିଲ୍ଲାରେ ସକ୍ରିୟ ହୋଇଉଠିଥିବାରୁ ସୁରକ୍ଷା ବାହିନୀ ପାଇଁ ଚ୍ୟାଲେଂଜ ବଢ଼ିଛି। ନିଷିଦ୍ଧ ଉଗ୍ରପନ୍ଥୀ ସଂଗଠନର ୟୁଏନ୍‌ଏଲ୍‌ଏଫ୍‌ର ୪ ଜଣ ସଦସ୍ୟଙ୍କୁ ଆଜି ଗିରଫ କରାଯାଇଛି । ସେମାନଙ୍କଠାରୁ ଅନେକ ମୋର୍ଟାର ଓ ବୋମା ଜବତ କରାଯାଇଛି । ବିଭିନ୍ନ ପୁଲିସ ଥାନା, ସୁରକ୍ଷା ବାହିନୀ ଶିବିର ଏବଂ ଅସ୍ତ୍ରାଗାରରୁ ଲୁଟ୍‌ ହୋଇଥିବା ବନ୍ଧୁକ ମଧ୍ୟରୁ ଅନେକ ଉଗ୍ରପନ୍ଥୀଙ୍କ ହାତରେ ପଡ଼ିଥିବା ଜଣାପଡ଼ିଛି। ରାଜ୍ୟରେ ମାସକ ତଳୁ କୁକି ଏବଂ ମୈତେୟୀ ସଂପ୍ରଦାୟ ମଧ୍ୟରେ ହିଂସା ଆରମ୍ଭ ହୋଇଥିବା ବେଳେ ଏବେ ବି ଏହା ବଳବତ୍ତର ରହିଛି ଏବଂ ଏଥିରେ ଶତାଧିକ ଲୋକଙ୍କ ମୃତ୍ୟୁ ହେଲାଣି।

ମୈତେଇ ସଂପ୍ରଦାୟକୁ ଅନୁସୂଚିତ ଜନଜାତିରେ ସାମିଲ କରାଯିବାକୁ ବିରୋଧ କରି ହୋଇଥିବା ଆଦିବାସୀ ଏକତା ମୋର୍ଚ୍ଚାର ରୢାଲିରେ ପ୍ରଥମେ ହିଂସା ଆରମ୍ଭ ହୋଇଥିଲା। ମଣିପୁର ଜନସଂଖ୍ୟାର ୫୩ ପ୍ରତିଶତ ମୈତେୟୀ ସଂପ୍ରଦାୟର ହୋଇଥିବା ବେଳେ ୪୦ ପ୍ରତିଶତ କୁକି ସଂପ୍ରଦାୟର। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ୍‌ ସିଂହ ରାଜ୍ୟରେ ଶାନ୍ତି କାଏମ ରଖିବାକୁ ନିବେଦନ କରିଛନ୍ତି। ଉଭୟ ସଂପ୍ରଦାୟ ହିଂସା ଛାଡ଼ି ଶାନ୍ତିର ରାସ୍ତା ଆପଣାଇଲେ ସବୁ ସମସ୍ୟାର ସମାଧାନ ହୋଇଯିବ ବୋଲି ସେ କହିଛନ୍ତି। ସାଧାରଣ ଜନତା ଓ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରୁଥିବା ଲୋକଙ୍କୁ ଦୃଢ଼ ହସ୍ତରେ ଦମନ କରାଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଚେତାବନୀ ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ