ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

‘ମଟର ସାଇକେଲ ରାଲି ନୁହେଁ’: ଅଟା ପାଇଁ ଟ୍ରକ୍ ପଛରେ ଗୋଡ଼ାଇଛନ୍ତି ପାକିସ୍ତାନୀ, ଭିଡ଼ିଓ ଭାଇରାଲ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ନୂଆଦିଲ୍ଲୀ: ପାକିସ୍ତାନରୁ ଅପ୍‌ଲୋଡ୍‌ ହୋଇଥିବା ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଏଥିରୁ ଜଣାପଡ଼ୁଛି ଯେମିତି ଅନେକ ଯୁବକ ଏକ ମଟରସାଇକେଲ ରୢାଲିରେ ଯାଉଛନ୍ତି। ଜଣେ ଟ୍ବିଟ୍ କରି ଲେଖିଛନ୍ତି, ବାସ୍ତବରେ ଏହା ମଟରସାଇକେଲ ରୢାଲି ନୁହେଁ। ଏହି ଯୁବକମାନେ ଅଟା ନେଇ ଯାଉଥିବା ଏକ ଟ୍ରକ୍ ପଛରେ ଗୋଡ଼ାଇଛନ୍ତି। ଟ୍ରକ୍‌ଟି ଯେମିତି ରହିଛି କିଛି ଯୁବକ ତା’ ଆଗରେ ଟଙ୍କା ହଲେଇବା ଦେଖିବାକୁ ମିଳୁଛି। ସେମାନେ ଏହାଦ୍ବାରା କହିବାକୁ ଚାହିଁଛନ୍ତି, ଟଙ୍କା ନିଆ ଆମକୁ ଗୋଟିଏ ପ୍ୟାକେଟ୍ ଅଟା ଦିଅ। ତେବେ ଏକ ଦମ୍ପତି କୌଣସି ପ୍ର‌କାରେ ଗୋଟିଏ ପ୍ୟାକେଟ ଅଟା ପାଇବାକୁ ସମର୍ଥ ହେଲେ। କିନ୍ତୁ ତାକୁ ଅନ୍ୟମାନେ ଛାଡ଼ାଇ ନେଲେ। ଏହା ହେଉଛି ପାକିସ୍ତାନରେ ସମ୍ପ୍ରତି ଦେଖାଯାଉଥିବା ଉତ୍କଟ ଖାଦ୍ୟ ସଂକଟର ବିକଟ ଚିତ୍ର।

ଟ୍ବିଟରରେ ଏହି ଭିଡ଼ିଓକୁ ନେଇ ଅନେକ ପାକିସ୍ତାନୀ ଲୋକ ଅନେକ ପ୍ରକାର ମତ ଦେଇଛନ୍ତି। ଜଣେ ଲେଖିଛନ୍ତି- ଜମ୍ମୁ-କାଶ୍ମୀର ମୁସଲମାନ ନିଜର ଆଖି ଖୋଲିବା ଦରକାର। ସେମାନେ ନିଜକୁ ଭାଗ୍ୟବାନ୍ ମଣିବା ଦରକାର ଯେ ସେମାନେ ପାକିସ୍ତାନରେ ନୁହଁ ଭାରତରେ ଅଛନ୍ତି। ଏଭଳି ପାକିସ୍ତାନରେ ଆମର କିଛି ଭବିଷ୍ୟତ ଅଛି କି?

ଦେଶର ବହୁ ସ୍ଥାନରେ ଏବେ ଅଟାର ଘୋର ଅଭାବ ଦେଖାଯାଇଛି। ଗତ ସପ୍ତାହରୁ ଖୈବର ପାଖତୁନଖ୍ବା, ସିନ୍ଧ ଓ ବେଲୁଚିସ୍ତାନ ପ୍ରଭୃତି ଅଞ୍ଚଳରେ ଅଟାର ଆକାଶଛୁଆଁ ମୂଲ୍ୟ ହୋଇଛି। ଗୋଟିଏ ପ୍ୟାକେଟ ଅଟା ୩୦୦୦ ପାକିସ୍ତାନୀ ଟଙ୍କାରେ ବିକ୍ରି ହେଉଛି।

ପାକ୍-ଅଧିକୃତ କାଶ୍ମୀରରେ ଏବେ ଖାଦ୍ୟକୁ ନେଇ ଦଙ୍ଗା ହେବା ପରିସ୍ଥିତି ସୃଷ୍ଟି ହୋଇଛି। ଲୋକମାନେ ଇସଲାମାବାଦ ଓ ପିଓକେ ସରକାରଙ୍କୁ ଏଭଳି ଉତ୍କଟ ଖାଦ୍ୟ ସଂକଟ ପାଇଁ ଦାୟୀ କରିଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ