କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ମଞ୍ଚ ଫେରାଇବା ଦାବିରେ ଶତାଧିକ କଳାକାରଙ୍କ ଧାରଣା, ଦାବି ପୂରଣ ନହେଲେ ନବୀନ ନିବାସ ଘେରାଉ ପାଇଁ ଚେତାବନୀ

ଭଦ୍ରକ ୯।୧୧: ମଞ୍ଚ ଫେରାଇବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସିଲେ ଶତାଧିକ କଳାକାର । ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କୁ ନିଜ ଦାବି ଜଣାଇଛନ୍ତି । ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସିଛନ୍ତି ଶତାଧିକ କଳାକାର ।

ସୂଚନାଯୋଗ୍ୟ ଯେ, କରୋନା କଟକଣା ପାଇଁ ଜିଲ୍ଲାର ହଜାର ହଜାର କଳାକାର ଏବେ ହାତ ବାନ୍ଧି ବସିଛନ୍ତି । ମେଲୋଡି, ଅର୍କେଷ୍ଟ୍ରା, କଳାକାର, କଣ୍ଠଶିଳ୍ପୀ ଓ ଡ୍ୟାନ୍ସ ଗ୍ରୁପର ମାଲିକ ଓ କଳାକାରମାନେ ଏବେ ନିଜର ଦାବି ଉପସ୍ଥାପନ କରିଛନ୍ତି । ପୂର୍ବରୁ ଭିନ୍ନ ଭିନ୍ନ ମାଧ୍ୟମରେ ନିଜ ଦାବି ପୂରଣ ପାଇଁ ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ ।

ତେବେ ସୋମବର ଶତାଧିକ କଳାକାର ଓ ମାଲିକ ବନ୍ତ ଛକଠାରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଗେଟ୍ ସମ୍ମୁଖରେ ବସିଛନ୍ତି । ଆଗାମୀ ଦିନରେ କରୋନା କଟକଣା ମଧ୍ୟରେ ମଞ୍ଚ ଫେରାଇବା ପାଇଁ ଦାବି କରିଛନ୍ତି । ପର୍ବ ପର୍ବାଣୀରେ କରୋନା କଟକଣା ମଧ୍ୟରେ କାର୍ଯ୍ୟକ୍ରମ କରିବା ପାଇଁ ଅନୁରୋଧ କରିଛନ୍ତି । ଦାବି ପୂରଣ ନହେଲେ ଆଗାମୀ ଦିନରେ ନବୀନ ନିବାସ ଘେରାଉ ପାଇଁ ମଧ୍ୟ ଚେତାବନୀ ଦେଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,