ଭୁବନେଶ୍ବର ୨୩।୦୫ : ମଞ୍ଚେଶ୍ବର ଅଞ୍ଚଳରେ ଖଣ୍ଡା ବୁଲାଇ ଆତଙ୍କ ଖେଳାଇବା ଘଟଣାରେ ଆକ୍ସନ । ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ମଞ୍ଚେଶ୍ବର ଥାନା ପୁଲିସ । ଗିରଫ ଅଭିଯୁକ୍ତ ହେଲେ ରାକେଶ ରଞ୍ଜନ ମହାନ୍ତି ଏବଂ ଅଜିତ ଗିରି ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ଭୁବନେଶ୍ୱରର ମଞ୍ଚେଶ୍ୱର ଅଞ୍ଚଳରେ ନିଜର ଭାଇଗିରି ପାଇଁ ଖଣ୍ଡା ବୁଲାଇଥିଲେ ଯୁବକ । ଏନେଇ ଘଟଣାରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେଇଛି ମଞ୍ଚେଶ୍ୱର ଥାନା ପୋଲିସ । ଏହି ଖଣ୍ଡା ବୁଲାଇବା ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୋଲିସ । ସେମାନଙ୍କ ନିକଟରୁ ଖଣ୍ଡା, ୨ଟି ମୋବାଇଲ୍ ଏବଂ ଗୋଟିଏ କାର୍ ଜବତ ହୋଇଛି ।