ରାଜ୍ୟ ସ୍ୱାସ୍ଥ୍ୟ

ମଝି ଚିଲିକାରେ ଅଟକିଲା ଭସାପୋଲ, ଘଣ୍ଟାଏ ଧରି ଫସିଲେ ୫୦ରୁ ଅଧିକ ଯାତ୍ରୀ:

କୃଷ୍ଣପ୍ରସାଦ: ମଝି ଚିଲିକାରେ ଅଟକିଲା ଯାତ୍ରୀବାହୀ ଭସାପୋଲ । ଜହ୍ନିକୁଦାରୁ ସାତପଡ଼ା ଯାଉଥିବାବେଳେ ଭସାପୋଲଟି ମୁଖ୍ୟ ଚ୍ୟାନେଲରୁ ଅଲଗା ହୋଇ ମଧ୍ୟଭାଗରେ ଅଟକି ଯାଇଥିଲା । ଭସାପୋଲରେ ୨ଟି ଯାତ୍ରୀବାହୀ ବସ୍, ୧୦ଟି ବାଇକ ଏବଂ ୫୦ରୁ ଉଦ୍ଧ୍ୱର୍ ଯାତ୍ରୀ ଯାତ୍ରା କରୁଥିଲେ । ତେବେ ହଠାତ୍ ମୁଖ୍ୟ ଚ୍ୟାନେଲରୁ ଅଲଗା ହେବା ପରେ ଅଟକି ଯାଇଥିଲା ଭସାପୋଲ, ଯାହାକୁ ନେଇ ଭୟଭୀତ ମଧ୍ୟ ହୋଇଯାଇଥିଲେ ଯାତ୍ରୀମାନେ ।

ସୋଭାଗ୍ୟବସତଃ ଚିଲିକାରେ ଜଳସ୍ତର କମ୍ ରହିଥିବା ଏବଂ କର୍ମଚାରୀଙ୍କ ନିଜସ୍ୱ ଉଦ୍ୟମ ଯୋଗୁଁ ପୁଣିଥରେ ଚାଲିଥିଲା ଭସାପୋଲ । ଭସାପୋଲର କର୍ମଚାରୀମାନେ ମରାମତି କରିଥିଲେ ଏବଂ ପୁନଃକାର୍ଯ୍ୟକ୍ଷମ କରିଥିଲେ ଆଉ ପ୍ରାୟ ୧ ଘଣ୍ଟା ପରେ ମଝି ଚିଲିକାରୁ କୂଳକୁ ଆସିଥିଲା ଭସାପୋଲ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ