ରାଜ୍ୟ ସ୍ପେଶାଲ ରିପୋର୍ଟ

ମଙ୍ଗୁଳି ଟୋଲ୍‌ଗେଟ୍‌ରେ ଫାସ୍‌ ଟ୍ୟାଗ୍‌ ଅଚଳ

କଟକ : ୧୬ନମ୍ବର ଜାତୀୟ ରାଜପଥର ମଙ୍ଗୁଳି (ଟାଙ୍ଗୀ)ସ୍ଥିତ ଟୋଲ୍‌ଗେଟ୍‌ରେ ଫାସ୍‌ ଟ୍ୟାଗ୍‌ ବ୍ୟବସ୍ଥା ଓ ବିଲିଂ କାଉଣ୍ଟର୍‌ ଅଚଳ ହୋଇପଡ଼ିଛି। ଫଳରେ, ରବିବାର ଅପରାହ୍ନରୁ ପ୍ରବଳ ଭିଡ଼ ଲାଗି ରହିଛି। ଭିଡ଼ ଯୋଗୁ ଦମକଳ ଗାଡ଼ି ବି ଦୀର୍ଘ ସମୟ ଫସିକି ରହିଛି। ଏ ନେଇ କର୍ତ୍ତୃପକ୍ଷଙ୍କଠାରୁ ଭିନ୍ନ ଭିନ୍ନ ଉତ୍ତର ମିଳିଥିବା ବେଳେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ସବୁ ଫାଟକ ଖୋଲିପାରି ନଥିବା ଜଣାପଡ଼ିଛି।

୧୬ ନମ୍ବର ଜାତୀୟ ରାଜପଥ ମଙ୍ଗୁଳି(ଟାଙ୍ଗୀ)ସ୍ଥିତ ଟୋଲ୍‌ଗେଟ୍‌ରେ ସମୁଦାୟ ୧୪ଟି ଫାଟକ ଅଛି। ତନ୍ମଧ୍ୟରୁ ୨ଟି (ଉଭୟପଟରେ ଗୋଟିଏ ଲେଖାଏଁ) ଫାଟକ ଆମ୍ବୁଲାନ୍ସ ଓ ଦମକଳ ଭଳି ନିଶୁଳ୍କ ଗାଡ଼ି ତଥା ଦୁଇଚକିଆ ଗାଡ଼ି ପାଇଁ ରହିଛି। ଏହାକୁ ଛାଡ଼ି ଉଭୟ ପାର୍ଶ୍ବରେ ୬ଟି ଲେଖାଏଁ କରି ଅନ୍ୟ ୧୨ଟି ଫାଟକ ଦେୟଯୁକ୍ତ ଗାଡ଼ି ପାଇଁ ରହିଛି। ରବିବାର ଅପରାହ୍ନ ୧ଟାପରେ ଏହି ଦେୟଯୁକ୍ତ ଫାଟକକୁ କର୍ତ୍ତୃପକ୍ଷ ଗୋଟିକ ପରେ ଗୋଟିଏ ବନ୍ଦ କରିଦେଇଥିଲେ। କେଇ ମିନିଟ୍‌ ପରେ ମାତ୍ର ୪ଟି(ଉଭୟପାର୍ଶ୍ବର ୨ଟି ଲେଖାଏଁ) ଫାଟକ ଖୋଲା ରହିଥିଲା। ୧୨ଟି ଫାଟକରୁ ମାତ୍ର ୪ଟି ଫାଟକ ଖୋଲା ରହିବା ଯୋଗୁଁ ସେଥିରେ ପ୍ରବଳ ଭିଡ଼ ଜମିଥିଲା। ଏପରିକି ଭିଡ଼ ଭିତରେ ଏକ ଦମକଳ ଗାଡ଼ି ବି ଫସି ରହିଥିଲା। ଟୋଲ୍‌ଗେଟ୍‌ କର୍ତ୍ତୃପକ୍ଷ ବି ତାକୁ ବାହାର କରି ଅନ୍ୟ ରାସ୍ତାରେ ଛାଡ଼ିବା ସ୍ଥିତିରେ ନଥିଲେ। ଦୀର୍ଘ ସମୟ ପରେ ଦମକଳଟି ଦେୟଯୁକ୍ତ ଫାଟକ ଦେଇ ଗେଟ୍‌ ଅତକ୍ରମ କରିଥିଲା। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ସେଇ ୪ଟି ଫାଟକ ଖୋଲା ରହିଥିବା ଯୋଗୁଁ ଟୋଲ୍‌ଗେଟ୍‌ର ଉଭୟପାର୍ଶ୍ବରେ ଭିଡ଼ ଲାଗି ରହିଥିବା ଜଣାପଡ଼ିଛି।

ଏସମ୍ପର୍କରେ ଟୋଲ୍‌ଗେଟ୍‌ ବିଲିଂ କାଉଣ୍ଟର୍‌ରେ ଥିବା କର୍ମଚାରୀଙ୍କୁ ପଚାରିବାରେ ବି କିଛି ସଠିକ୍‌ ଉତ୍ତର ମିଳି ନଥିଲା। ଅଧିକ ସଂଖ୍ୟକ ଗାଡ଼ି ଆସିଗଲେ ମେସିନ୍‌ ଖରାପ ହୋଇଯାଉଛି ବୋଲି ଜଣେ କର୍ମଚାରୀ କହିଥିବା ବେଳେ ଫାସ୍‌ ଟ୍ୟାଗ୍‌ ମେସିନ୍‌ ଖରାପ ହୋଇଥିବାରୁ ଫାଟକଗୁଡ଼ିକୁ ବନ୍ଦ ରଖାଯାଇଥିବା ଅନ୍ୟ ଜଣେ କହିଛନ୍ତି। ତେବେ, ଶହ ଶହ ଟଙ୍କା ଦେୟ ଭରି ରାଜପଥକୁ ବ୍ୟବହାର କରୁଥିବା ଯାନବାହନ ଚାଳକ ଏତେ ସମୟ ଧରି ସମସ୍ୟାର ସମ୍ମୁଖୀନ ହୋଇଥିଲେ ବି ଟୋଲ୍‌ଗେଟ୍‌ କର୍ତ୍ତୃପକ୍ଷ ସେଥିପ୍ରତି ଗୁରୁତ୍ବ ନ ଦେବାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।