ନୂଆଦିଲ୍ଲୀ ୦୫/୦୭: ଜ୍ୟୋତିଷ ଶାସ୍ତ୍ରରେ କେତୁଙ୍କୁ ନିଷ୍ଠୁର ଗ୍ରହ କୁହାଯାଏ । କେତୁଙ୍କ ନାମ ଶୁଣିବା ମାତ୍ରେ ଲୋକଙ୍କ ମନରେ ଏକ ଭୟ ସୃଷ୍ଟି ହୋଇଥାଏ । ତେବେ ଜ୍ୟୋତିଷଙ୍କ ଅନୁଯାୟୀ, କେତୁ ସର୍ବଦା ଅପ୍ରୀତିକର ଫଳାଫଳ ଦେଇନଥାନ୍ତି । ଯଦି କେତୁ କୌଣସି ଜାତକକୁ ଶୁଭ ପରିଣାମ ଦେଇଥାନ୍ତି, ତାଙ୍କୁ ସମ୍ମାନ-ପ୍ରତିଷ୍ଠା ଦେବା ସହିତ ଉଚ୍ଚତାକୁ ମଧ୍ୟ ନେଇ ଯାଇଥାନ୍ତି ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, କେତୁର ଅର୍ଥ ଉଚ୍ଚତା ହୋଇଥାଏ । ଯଦି ଜନ୍ମ କୁଣ୍ଡଳୀରେ କେତୁ କୌଣସି ଭଲ ଗ୍ରହ ସହିତ ବସିଥାନ୍ତି, ତେବେ ଜୀବନରେ ସର୍ବଶ୍ରେଷ୍ଠ ଫଳ ଦେଇଥାନ୍ତି । କେତୁଙ୍କ ସ୍ୱଭାବ ମଙ୍ଗଳ ଗ୍ରହ ସହିତ ସମାନ ହୋଇଥାଏ । ମଙ୍ଗଳ ଗ୍ରହ ପରି କେତୁଙ୍କୁ ମଧ୍ୟ ସାହାସ ଏବଂ ପରାକ୍ରମର ପ୍ରତୀକ ଭାବରେ ଜଣା ଯାଇଥାଏ ।
ଜୀବନରେ ହଠାତ୍ ହେଉଥିବା ଘଟଣାରେ କେତୁଙ୍କ ଗୁରିତ୍ୱପୂର୍ଣ୍ଣ ସ୍ଥାନ ରହିଛି । ଯଦି କେତୁ ଭଲ ଗ୍ରହ ସହିତ ଜନ୍ମ କୁଣ୍ଡଳୀର ଅଷ୍ଟମ ଭାଗରେ ରହିଥାନ୍ତି, ତେବେ ନିଶ୍ଚତ ଭାବରେ ହଠାତ୍ ଧନ ଲାଭ ହୋଇଥାଏ । କେତୁ ଗ୍ରହକୁ ଛାୟା ଗ୍ରହ ମଧ୍ୟ କୁହାଯାଏ । ଯେଉଁ ଗ୍ରହରେ ବସି ଯାଆନ୍ତି, ସେହି ଗ୍ରହର ବଳ ବଢାଇ ଦେଇଥାନ୍ତି ।
କେତୁଙ୍କ ସମ୍ବନ୍ଧ ଜନ୍ମ କୁଣ୍ଡଳୀର ଦ୍ୱିତୀୟ ଏବଂ ଅଷ୍ଟମ ଘରେ ହୋଇଥାଏ । ଉଭୟ ଘରେ କେତୁ ଗ୍ରହ ସବୁଠାରୁ ଅଧିକ ଫଳଦାୟୀ ହୋଇଥାଏ । ଜ୍ୟୋତିଷଙ୍କ ଅନୁଯାୟୀ କେତୁ ଏବଂ ମଙ୍ଗଳ ଗ୍ରହର ସଂଯୋଗ ଏକ ଅଙ୍ଗାରକ ଯୋଗ ସୃଷ୍ଟି କରିଥାଏ । ଏହି ସମୟ ମଧ୍ୟରେ, ଯାହାର କୁଣ୍ଡଳୀରେ ଏହି ସଂଯୋଗ ହୋଇଥାଏ, ତାଙ୍କୁ କଷ୍ଟର ସମ୍ମୁଖୀନ ହେବାକୁ ପଡିଥାଏ ।