ଭୁବନେଶ୍ୱର ୦୧/୦୨ : ଫେବୃଆରୀ ୨ ତାରିଖ ମଙ୍ଗଳବାର ଦିନ ମାଘ ମାସ କୃଷ୍ଣ ପକ୍ଷ ପଞ୍ଚମୀ ତିଥି। ଏହିଦିନ ହସ୍ତ ନକ୍ଷତ୍ର ରହିବ। ଜ୍ୟୋତିଷଶାସ୍ତ୍ର ଅନୁସାରେ ହସ୍ତ ନକ୍ଷତ୍ର ସ୍ୱାମୀ ଚନ୍ଦ୍ରମା। ଚନ୍ଦ୍ରମାଙ୍କୁ ମନର କାରକ ବୋଲି କୁହାଯାଏ। ପାଞ୍ଜି ଅନୁଯାୟୀ ଚନ୍ଦ୍ରମା ଏହି ଦିନ କନ୍ୟା ରାଶିରେ ଗୋଚର କରିବେ। ଚନ୍ଦ୍ରମା ଅଶୁଭ ଥିଲେ ବ୍ୟକ୍ତିଙ୍କୁ ମାନସିକ ଅଶାନ୍ତି ଦେଇ ଗତି କରିବାକୁ ପଡିଥାଏ। ଫଳରେ ମନରେ ନକାରାତ୍ମକ ଚିନ୍ତାଧାରା ଉତ୍ପନ୍ନ ହୁଏ ସବୁ କାର୍ଯ୍ୟ ପ୍ରଭାବିତ ହୋଇଥାଏ। ଏହିସବୁ ଦଶା ଥିଲେ ମଙ୍ଗଳବାର ପଞ୍ଚମୁଖୀ ହନୁମାନଙ୍କ ପୂଜା କରିବା ଉଚିତ। ପଞ୍ଚମୁଖୀ ହନୁମାନଙ୍କ ପୂଜା କରିବା ଦ୍ୱାରା ସମସ୍ତ ସମସ୍ୟା ଦୂର ହୋଇଥାଏ। ବ୍ୟକ୍ତିଙ୍କ ଜୀବନରେ କଷ୍ଟ ଓ ବାଧା କମ କରିବାରେ ହନୁମାନଙ୍କ ପୂଜା ଶୁଭ ଫଳଦାୟୀ।
ପୌରାଣିକ କଥା ଅନୁଯାୟୀ, ରାବଣକୁ ଯେତେବେଳେ ନିଜ ପରାଜୟ ନିକଟ ଥିବା ନଜର ଆସିଥିଲା, ସେତେବେଳେ ସେ ନିଜ ମାୟାବୀ ଭାଇ ଅହିରାବଣକୁ ରଣଭୂମୀକୁ ଆଣିଥିଲେ। ଅହିରାବଣ ନିଜ ତନ୍ତ୍ରମନ୍ତ୍ରରେ ଭଗବାନ ଶ୍ରୀରାମଙ୍କ ସେନାକୁ ଗଭୀର ନିଦ୍ରାରେ ଶୁଆଇ ଦେଇଥିଲେ। ସେନାକୁ ଶୁଆଇଦେଇ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ଅପହରଣ କରିନେଇଥିଲେ। ଅପହରଣ ପରେ ସେ ସେମାନଙ୍କୁ ପାତାଳଲୋକ ନେଇଯାଇଥିଲେ। କିଛି ସମୟ ପରେ ଅହିରାବଣର ତନ୍ତ୍ରମନ୍ତ୍ରର ପ୍ରଭାବ କମ ହେବାରେ ଲାଗିଲା। ସେତେବେଳେ ବିଭୀଷଣ ଏହି ପରିସ୍ଥିତିକୁ ଜାଣିପାରି ହନୁମାନଙ୍କୁ ସବୁ କଥା କହିଥିଲେ। ବିଭୀଷଣ ଶ୍ରୀରାମ ଓ ଲକ୍ଷ୍ମଣଙ୍କ ସହାୟତା କରିବାକୁ ହନୁମାନଙ୍କୁ ତୁରନ୍ତ ପାତାଳଲୋକ ଯିବାକୁ କହିଥିଲେ। ପାତାଳଲୋକରେ ହନୁମାନଙ୍କ ସାମ୍ନା ଅହିରାବଣର ପୁତ୍ର ମକରଧ୍ବଜ ସହ ହୋଇଥିଲା। ହନୁମାନ ମକରଧ୍ବଜକୁ ଯୁଦ୍ଧରେ ପରାସ୍ତ କରିଥିଲେ। ଏହାପରେ ସେ ବନ୍ଧକ ଥିବା ପ୍ରଭୁ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ସାକ୍ଷାତ କରିଥିଲେ।
ଅହିରାବଣ ମା’ ଭବାନୀଙ୍କ ଭକ୍ତ ଥିଲା। ପାତାଳଲୋକର ସେ ୫ଟି ଦୀପ ଅଲଗା ଆଗ ଦିଗରେ ଲଗାଇ ରଖିଥିଲା। ତାକୁ ଅଭିଶାପ ମିଳିଥିଲେ ଯିଏ ଏହି ୫ଟି ଦୀପ ଏକାଥରେ ଲିଭେଇଦେବ ସେ ହିଁ ତାର ବଧ କରିବ। ହନୁମାନ ଏହି ୫ଟି ଦୀପ ଏକାସଙ୍ଗେ ଲିଭେଇବାକୁ ପଞ୍ଚମୁଖୀ ରୂପ ଧାରଣା କରିଥିଲେ। ଉତ୍ତର ଦିଗରେ ବରାହ ମୁଖ, ଦକ୍ଷିଣରେ ନରସିଂହ ମୁଖ, ପଶ୍ଚିମରେ ଗରୁଡ ମୁଖ, ଆକାଶ ଆଡକୁ ହୟଗ୍ରୀବ ମୁଖ ଓ ପୂର୍ବକୁ ହନୁମାନଙ୍କ ମୁଖ। ଏହାପରେ ସେ ୫ଟି ଦୀପ ଏକାଥରେ ଲିଭେଇ ଦେଇଥିଲେ ଓ ଅହିରାବଣର ବଧ କରିଥିଲେ। ଅହିରାବଣ ବଧ ପରେ ହନୁମାନ ରାମ ଓ ଲକ୍ଷ୍ମଣଙ୍କୁ ମୁକ୍ତ କରିଥିଲେ।
ମଙ୍ଗଳବାର ଦିନ ପଞ୍ଚମୁଖୀ ହନୁମାନଙ୍କ ପୂଜାର ବିଶେଷ ମହତ୍ତ୍ୱ ରହିଛି। ଯେଉଁମାନଙ୍କ ଜୀବନରେ ସର୍ବଦା କିଛି ନା କିଛି ସମସ୍ୟା ଲାଗି ରହିଥାଏ ସେମାନେ ପଞ୍ଚମୁଖୀ ହନୁମାନଙ୍କ ଦର୍ଶନ ଓ ପୂଜା କରିବ ଉଚିତ। ପ୍ରତି ମଙ୍ଗଳବାର ଦିନ ହନୁମାନଙ୍କ ପୂଜା ସହ ହନୁମାନ ଚାଳିଶା ପାଠ କଲେ ସବୁ ସଙ୍କଟ ଦୂର ଆହୋଇଥାଏ। ଘରେ ପଞ୍ଚମୁଖୀ ହନୁମାନଙ୍କ ପ୍ରତିମା ଲଗାଇଲେ ଧନ, ଶିକ୍ଷା, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ।