ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ମଙ୍କିପକ୍ସ ନେଇ ୟୁପିରେ ଆଲର୍ଟ ଜାରି, ରୋଗୀ ଚିହ୍ନଟ ଦେଶ ଫେରନ୍ତା ଆଇସୋଲେସନ୍‌ରେ ରହିବେ

ଲକ୍ଷ୍ନୌ ୨୭।୫: ସାରା ବିଶ୍ବରୁ କରୋନା ଭାଇରସ୍ ଶେଷ ହୋଇନଥିବା ବେଳେ ମଙ୍କିପକ୍ସ ଏବେ ଚିନ୍ତା ବଢାଇଛି । ସାରା ବିଶ୍ବରେ ମଙ୍କିପକ୍ସ ମାମଲା ବଢିବାରେ ଲାଗିଛି । ଏହାର ବିପଦକୁ ଦେଖି ୟୁପି ସରକାର ଆଲର୍ଟ ଜାରି କରିଛନ୍ତି । ଫଳରେ ବିଦେଶକୁ ଫେରିଥିବା ଲୋକଙ୍କ ଉପରେ ନଜର ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏ ନେଇ ୟୁପି ସରକାର ସଂପୃକ୍ତ ବିଭାଗକୁ ମଧ୍ୟ ନିର୍ଦ୍ଦେଶ ଦେଇସାରିଛନ୍ତି ।

ସଂକ୍ରାମକ ରୋଗ ନିର୍ଦ୍ଦେଶକ କହିଛନ୍ତି ଯେ, ଯେଉଁମାନଙ୍କଠାରେ ଦାଗ ଦେଖାଦେଉଛି ସେମାନଙ୍କ ଉପରେ କଡା ନଜର ରଖିବାକୁ ପଡିବ । ବିଶେଷକରି ସେହି ଲୋକମାନଙ୍କୁ ଉପରେ ଦୃଷ୍ଟି ଦେବାକୁ ପଡିବ ଯେଉଁମାନେ ନିକଟରେ ଏମିତି ବିଦେଶରୁ ଫେରିଛନ୍ତି ଯେଉଁଠି ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇଛନ୍ତି କିମ୍ବା ସେମାନେ ରୋଗୀଙ୍କ ସଂସ୍ପର୍ଶରେ ଆସିଛନ୍ତି । ସେମାନଙ୍କ ଉପରେ ନଜର ରଖିବା ସହ ସେମାନଙ୍କୁ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ନେଇ ଗୁରୁବାର ସନ୍ଧ୍ୟାରେ ଏକ ଆଡଭାଇଜରୀ ଜାରି ହୋଇଛି । ଅନ୍ତର୍ଜାତୀୟ ଯାତ୍ରାର ହିଷ୍ଟ୍ରି ଥିବା ଅନ୍ୟ ରାଜ୍ୟରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ ଧ୍ୟାନ ଦିଆଯିବ ।ସରକାର ସ୍ବାସ୍ଥ୍ୟା ଅଧିକାରୀମାନଙ୍କୁ ଏସଓପି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଜଣେ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ, ମଙ୍କିପକ୍ସ ସନ୍ଦିଗ୍ଧ ରୋଗୀଙ୍କୁ ସେପର୍ଯ୍ୟନ୍ତ ଆଇସୋଲେସନରେ ରହିବା ଜରୁରୀ ଯେପର୍ଯ୍ୟନ୍ତ ଦାଗ ଥିବା ସ୍ଥାନରେ ନୂଆ ଚର୍ମ ଆସିନାହିଁ କିମ୍ବା ଡାକ୍ତର ଆଇସୋଲେସନ ଶେଷ କରିବାକୁ ପରାମର୍ଶ ଦେଇନାହାନ୍ତି । ରାଜ୍ୟର ସମସ୍ତ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି । ସେଥିରେ କୁହାଯାଇଛି ଯେ, ଯେଉଁ ଲୋକ କୌଣସି ରୋଗୀଙ୍କ ସଂସ୍ପର୍ଶରେ ଆସିଥାନ୍ତି ତାଙ୍କୁ ୨୧ ଦିନ ପର୍ଯ୍ୟନ୍ତ ଯାଞ୍ଚ କରାଯିବ ।

ମଙ୍କିପକ୍ସ ଏକ ସ୍ବୟଂ-ସୀମିତ ରୋଗ । ଏହାର ଲକ୍ଷଣ ୪ ସପ୍ତାହ ପର୍ଯ୍ୟନ୍ତ ରହିପାରେ । ଏପର୍ଯ୍ୟନ୍ତ ୟୁକେ, ୟୁଏସ୍, ୟୁରୋପ, କାନାଡା ଏବଂ ଅଷ୍ଟ୍ରେଲିଆରେ ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସଂକ୍ରମଣ ୭ରୁ ୧୪ ଦିନ ପର୍ଯ୍ୟନ୍ତ ରହିଥାଏ । ମାତ୍ର କିଛି ମାମଲାରେ ୨୧ ଦିନ ଯାଏଁ ମଧ୍ୟ ରହିପାରେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ