ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ମଙ୍କିପକ୍ସ ନେଇ ଆଲର୍ଟରେ ସରକାର, ବିଦେଶ ଫେରନ୍ତାଙ୍କ ଉପରେ ରଖାଯାଇଛି ନଜର

ଭୁବନେଶ୍ୱର ୩୧/୦୫: ମଙ୍କି ପକ୍ସକୁ ନେଇ ଏବେ ଚିନ୍ତାରେ ସାରା ବିଶ୍ୱ । ଏହାରି ଭିତରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦେଖାଦେଇଛି ତପ୍ତରତା । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯଇଛି । ଯେଉଁମାନେ ବାହାରୁ ଓଡିଶାକୁ ଆସୁଛନ୍ତି ସେମାନଂକ ଉପରେ ନଜର ରଖିବାକୁ ପଡିବ । ଶେଷ ୨୧ ଦିନ ଭିତରେ ଯେଉଁମାନେ ବିଦେଶରୁ ଆସୁଛନ୍ତି ସେମାନଙ୍କ ଉପରେ ବିଶେଷ ନଜର ରଖାଯାଉଛି ।

ବିଶେଷ କରି ଆଫ୍ରିକା ଦେଶମନଙ୍କରୁ ଯେଉଁମାନେ ଫେରୁଛନ୍ତି ସେମାନଙ୍କ ଉପରେ ରହିଛି ନଜର । ଏନେଇ ଆସନ୍ତା ୨ ତାରିଖରେ ସମସ୍ତ cdmo , ବିଭିନ୍ନ ହସ୍ପିଟାଲର ନିର୍ଦେଶକଙ୍କ ସହ ସହ ବିଭିନ୍ନ ଡାକ୍ତରଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି । ବୈଠକରେ ମଙ୍କି ଫକ୍ସ ଭାଇରସ ନେଇ ବ୍ୟାପକ ଆଲୋଚନା ହେବ । ମଙ୍କି ପକ୍ସ ୩୦ ଟି ଦେଶରେ ବ୍ୟାପିଲାଣି ।

ବିଶ୍ୱସ୍ୱାସ୍ଥ ସଂଗଠନ ଚେତାବନୀ ଦେଇଛି, ଏହା ଆମ ଦେଶରେ ମଧ୍ୟ ବ୍ୟାପିଯାଇ ପରେ । ଦରକାର ପଡିଲେ ଗୋଷ୍ଠୀ ସଂକ୍ରମଣ ହୋଇପାରେ । ତେବେ ଏ ଦିଗରେ ସଚେତନ ରହିବାକୁ ନିର୍ଦେଶ ଦିଆଯାଇଛି । କେମିତି ଚିହ୍ନିବା, ରୋଗୀ ଲକ୍ଷଣ କଣ ରହୁଛି, ଏହାର ସର୍ଭିଲାନ୍ସ କେମିତି ହେବ ତାହା ଉପରେ ନଜର ରହିଛି । ସେପଟେ ଡାକ୍ତର ମାନଙ୍କୁ ମଧ୍ୟ ଏନେଇ ସଚେତନ ରହିବାକୁ ନିର୍ଦେଶ ଦିଆଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ