ଖେଳ ଦେଶ ବିଦେଶ

ମଙ୍କଡ ଆଉଟ୍ ବେଆଇନ ନୁହେଁ : ଖୁବ୍ ଶୀଘ୍ର ନୂଆ ନିୟମ କରିବ ଆଇସିସି

ଦୁବାଇ,୧୦/୦୨: ଅନ୍ତର୍ଜାତୀୟ କ୍ରିକେଟ୍‌ରେ କିଛି ଚର୍ଚ୍ଚିତ ତଥା ବିବାଦୀୟ ନିୟମକୁ ଆଇସିସି ଖୁବ୍‌ ଶୀଘ୍ର ପରିବର୍ତ୍ତନ କରିବାକୁ ଯାଉଛି । ଦୀର୍ଘ ଦିନ ଧରି ଆଲୋଚନାର କେନ୍ଦ୍ରବିନ୍ଦୁ ସାଜିଥିବା ‘ମଙ୍କଡ୍‌ ଆଉଟ୍‌’କୁ ଆଇସିସି ସବୁଜ ସଂକେତ ଦେଇଥିବାବେଳେ କ୍ୟାଚ୍‌ ଆଉଟ୍‌, ଫିଲ୍ଡ ସଜ୍ଜା ନିୟମରେ ମଧ୍ୟ କିଛି ପରିବର୍ତ୍ତନ କରାଯାଇଛି । ମୋଟ୍‌ ଉପରେ ୯ଟି ନୂଆ ଏବଂ ପରିବର୍ତ୍ତିତ ନିୟମ ଲାଗୁ କରିବାକୁ ଆଇସିସି ନିଷ୍ପତ୍ତି ନେଇଛି । ଆସନ୍ତା ଅକ୍ଟୋବର ମାସ ୧ ତାରିଖରୁ ସମସ୍ତ ନୂଆ ନିୟମ କାର୍ଯ୍ୟକାରୀ କରାଯିବ ।

ଦୀର୍ଘ ଦିନରୁ ‘ମଙ୍କଡ୍‌ ଆଉଟ୍‌’କୁ ସମାଲୋଚନା କରାଯାଉଥିଲା । କୌଣସି ବ୍ୟାଟରକୁ ମଙ୍କଡ୍‌ ଆଉଟ୍‌ କରିବା ଖେଳୁଆଡ ମନୋଭାବର ପରିଚୟ ନୁହେଁ ବୋଲି ସର୍ବଦା ମତ ପ୍ରକାଶ ପାଉଥିଲା । ଆଇସିସି ଏହି ନିୟମକୁ ଅପରିବର୍ତ୍ତିତ ରଖିଛି । କେବଳ ଧାରା ୪୧ରୁ ଏହାକୁ ବାଦ ଦିଆଯାଇ ଧାରା ୩୮ବର୍ଗରେ ସାମିଲ କରାଯାଇଛି ।

ଅର୍ଥାତ ଏଣକି ରନ୍‌ ଆଉଟ୍‌ ନାମରେ ପରିଚୟ ପାଇବ ‘ମଙ୍କଡ୍‌ ଆଉଟ୍‌’ । ବୋଲର ଜଣକ ବଲ୍‌ ପକାଇବା ପୂର୍ବରୁ ବୋଲିଂ ୱିକେଟ୍‌ ପଟେ ଥିବା ବ୍ୟାଟର ଆଗୁଆ କ୍ରିଜ୍‌ ଛାଡ଼ିଲେ ବୋଲର ଜଣକ ତାଙ୍କୁ ଆଉଟ୍‌ କରିପାରିବେ । ଏହା ‘ରନ୍‌ ଆଉଟ୍‌’ରେ ଗଣନା କରାଯିବ । ମଙ୍କଡ୍‌ ଆଉଟକୁ ଏଣିକି ‘ଅନୁପଯୁକ୍ତ ଖେଳ’ ଶ୍ରେଣୀଭୁକ୍ତ କରାଯିବ ନାହିଁ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ