କଳା ଓ ସଂସ୍କୃତି ଧର୍ମ

ମକର ସଂକ୍ରାନ୍ତିରେ ଭୁଲରେ ବି ଦାନ କରନ୍ତୁନି ଏହିସବୁ ଜିନିଷ, ମିଳିବନି ଶୁଭଫଳ

ଭୁବନେଶ୍ୱର ୦୯/୦୧ : ଜାନୁଆରୀ ୧୪ ତାରିଖରେ ମକର ସଂକ୍ରାନ୍ତି ପାଳନ କରାଯାଏ। ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତିର ବିଶେଷ ମହତ୍ତ୍ୱ ରହିଛି। ପୌରାଣିକ କଥା ଅନୁଯାୟୀ ନୂଆ ଫଳ ଓ ନୂଆ ଋତୁର ଆଗମନକୁ ନେଇ ମକର ସଂକ୍ରାନ୍ତି ପାଳନ କରାଯାଏ। ସୂର୍ଯ୍ୟଦେବ ମକର ରାଶିରେ ପ୍ରବେଶ କଲେ ମକର ସଂକ୍ରାନ୍ତି ପର୍ବ ପାଳନ କରାଯାଏ।

ଏହି ଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଗଙ୍ଗା ନଦୀ ଏବଂ ବିଭିନ୍ନ ପବିତ୍ର ନଦୀରେ ସ୍ନାନ କରିବା ସହ ଦାନ, ଧର୍ମ ଆଦି କରିଥାନ୍ତି। ମକର ସଂକ୍ରାନ୍ତିରେ ଦାନପୁଣ୍ୟ କରିବା ଶୁଭ ହୋଇଥାଏ। ଏହି ଦିନ ଦାନ ଧର୍ମର ବିଶେଷ ମହତ୍ତ୍ୱ ରହିଛି। କାହାକୁ କଷ୍ଟ ଦେଇ ରୋଜଗାର କରିଥିବା ଧନ ଦାନ କରିବା ଉଚିତ ନୁହେଁ ବୋଲି କୁହାଯାଏ। ଏହି ଦାନ କଲେ ସେହି ଦାନର କିଛି ଲାଭ ନାହିଁ। ଏହାର କୌଣସି ସୁଫଳ ମଧ୍ୟ ମିଳିନଥାଏ। ସେଥିପାଇଁ ଦାନ ସବୁବେଳେ ସଠିକ ତରିକାରେ ରୋଜଗାର କରିଥିବା ଧନ ହିଁ ଦାନ କରିବା ଉଚିତ।

ଦାନ ପଛରେ କଣ ରହିଛି କାରଣ :

ଦାନ ସବୁବେଳେ ପାତ୍ରରେ ହିଁ କରିବା ଉଚିତ। ଅର୍ଥାତ ଆବଶ୍ୟକୀୟ ଏବଂ ଅଭାବୀ ଲୋକଙ୍କୁ ହିଁ ଦାନ କରିବା ଉଚିତ। ଶାସ୍ତ୍ର ଅନୁସାରେ ଦାନ ସବୁବେଳେ ଭଲ ମନରେ କରିବା ଉଚିତ। ଯାହାଦ୍ୱାରା ଏହାର ଫଳ ପ୍ରାପ୍ତ ହୋଇଥାଏ। ଦାନ କରିବା ପରେ କେବେ ବି ପଶ୍ଚାତାପ କରିବା ଉଚିତ ନୁହେଁ। ନହେଲେ ଦାତାଙ୍କୁ ଏହାର ପୂଣ୍ୟଫଳ ପ୍ରାପ୍ତ ହୋଇନଥାଏ। ଯେଉଁମାନେ ଦାନ ନେଇ ସନ୍ତୁଷ୍ଟ ହୋଇନଥାନ୍ତି ଏବଂ ଆହୁରି ଅଧିକ ଆଶା କରନ୍ତି, କିମ୍ବା ଦାତାଙ୍କୁ ଅପମାନିତ କରନ୍ତି ସେମାନଙ୍କୁ ଦାନ ଦିଆଯିବ ଉଚିତ ନୁହେଁ।


ଏସବୁ ଜିନିଷ ଦାନ କରନ୍ତୁ ନାହିଁ :

ଦାନ ଦେବା ପଛରେ ବ୍ୟକ୍ତିର ଲକ୍ଷ୍ୟ ସ୍ପଷ୍ଟ ହେବ ଉଚିତ। କୌଣସି ପ୍ରକାର ଯଶ ପାଇବାକୁ କିମ୍ବା ଦେଖେଇ ହେବାକୁ ଦାନ କରିବା ଉଚିତ ନୁହେଁ। ଏହିଭଳି ଦାନକୁ ଭଲ କୁହାଯାଏ ନାହିଁ। କାରଣ ଦାନ ଏଇଥିପାଇଁ ଦିଆଯାଏ କାରଣ ଭଗବାନ ଆପଣଙ୍କୁ ସେଥିପାଇଁ ଯୋଗ୍ୟ କରିଛନ୍ତି ଯେ ଆପଣ କାହାକୁ ସାହାଯ୍ୟ କରିପାରିବେ। ଆପଣ ଯାହା ଦାନ କରୁଛନ୍ତି ତାହା ଭଲ ହୋଇଥିବା ଦରକାର। ପୁରୁଣା ଏବଂ ନିଜ ଉପଯୋଗରେ ନ ଆସୁଥିବା ପୁରୁଣା ଜିନିଷ କେବେ କାହାକୁ ଦାନ ନ କରନ୍ତୁ।

ଏହିସବୁ ଜିନିଷ ଦାନ କରିପାରିବେ :

ମକର ସଂକ୍ରାନ୍ତିକୁ ଦାନପୁଣ୍ୟର ଦିନ କୁହାଯାଏ। ମକର ସଂକ୍ରାନ୍ତିରେ ଲୁଣ, ଘିଅ ଓ ଶସ୍ୟ ଜାତୀୟ ଜିନିଷ ଦାନ କରିପାରିବେ। ଏହାର ଅନେକ ମହତ୍ତ୍ୱ ରହିଛି। ଶିବ ପୁରାଣ ଅନୁସାରେ ଏହି ଦିନ ନୂଆ ବସ୍ତ୍ର ମଧ୍ୟ ଦାନ କରିପାରିବେ। ଏହା ଶୁଭ ହୋଇଥାଏ। ମକର ସଂକ୍ରାନ୍ତିରେ ରାଶି ଏବଂ ଗୁଡ ମଧ୍ୟ ଦାନ କରିପାରିବେ। ଏହା ବି ଶୁଭ ହୋଇଥାଏ।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ