ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଭୟାବହ ହେଲାଣି କରୋନା: କବର ଖୋଳୁଥିବା ଲୋକଙ୍କ ହାତରୁ ବାହାରୁ ଯାଉଛି ଛାଲ, ଜେସିବି ସାହାଯ୍ୟରେ ଆଡ଼ଭାନ୍ସରେ ଚାଲିଛି ମାଟି ଖୋଳା

ଭୋପାଲ ୧୬/୦୪ : ମଧ୍ୟପ୍ରଦେଶ ରାଜଧାନୀ ଭୋପାଲର ସ୍ମଶାନ ଘାଟରେ ଆଉ ଜାଗା ନାହିଁ। ଭୋପାଲ କବରସ୍ଥାନରେ ମଧ୍ୟ ଶବ ପାଇଁ ଆଉ ଜାଗା ନାହିଁ । ଶବ ପୋତିବାକୁ ଲୋକଙ୍କୁ ବହୁତ ବହୁତ ସମୟ ଅପେକ୍ଷା କରିବାକୁ ପଡୁଛି। କବର ଖୋଲିବାକୁ ଯେଉଁମାନଙ୍କୁ କାମରେ ଲଗାଯାଇଛି ସେମାନଙ୍କ ହାତରୁ ଛାଲ ବାହାରି ଗଲାଣି। ବର୍ତ୍ତମାନ ଜେସିବି ମେସିନ ସାହାଯ୍ୟରେ କବର ଖୋଳାଯାଉଛି। ଜାଗା ସହ ଏବେ ମାଟିର ଅଭାବ ମଧ୍ୟ ଦେଖାଦେଇଛି। ଶବ ପୋତିବାକୁ ମାଟି ମଧ୍ୟ ମିଳୁନି।

ଭୋପାଲର ଝଦା କବରସ୍ଥାନରେ ଜାଗା ଓ ମାଟି ଅଭାବ ଦେଖାଦେଇଛି। ଏଠାରେ ପ୍ରତିଦିନ ୭ ରୁ ୧୦ ଜଣଙ୍କ ମୃତ୍ୟୁ ହେଉଛି। ପଥୁରିଆ ଜାଗା ହୋଇଥିବାରୁ କବରସ୍ଥାନ ପାଇଁ ୧୫୦୦ ରୁ ୨୦୦୦ ମାଟି ଟ୍ରଲି ଆବଶ୍ୟକ ପଡୁଛି। ଝଦା କବରସ୍ଥାନ ଛଡା ସହରରେ ବଡ ବାଗ, ଅଶୋକା ହୋଟେଲ, ଛାବନି, ବାଗ ଫରହତ ଅଫଜାରେ ମଧ୍ୟ ଶବକୁ କବର ଦିଆଯାଉଛି।

ଝଦା କବରସ୍ଥାନରେ ପ୍ରତିଦିନ ଆଡ଼ଭାନ୍ସରେ ୧୫ କବର ଖୋଳାଯାଉଛି। କାରଣ ଶବ ପୋତିବାକୁ ଅପେକ୍ଷା କରିବାକୁ ପଡୁଛି। କବରସ୍ଥାନ ପ୍ରବନ୍ଧନ ଚେଷ୍ଟା କରୁଛନ୍ତି ଯେପରି କେହି ଫରି ନଯାଆନ୍ତୁ। କବରସ୍ଥାନରେ ମାଟି ପକାଇବାକୁ ଜିଲ୍ଲା ଅଧିକାରୀଙ୍କୁ ମଧ୍ୟ ସାହାଯ୍ୟ ମଗାଯାଇଛି।

କୁହାଯାଉଛି ଯେ କବରସ୍ଥାନକୁ କ୍ଷମତାଠୁ ଅଧିକ ଶବ ଆସୁଛି। ଏପ୍ରିଲ ୧୫ ତାରିଖରେ ଝଦା କବରସ୍ଥାନରେ ୧୭ ଶବ ପହଞ୍ଚିଥିଲା। ଏମାନଙ୍କ ମଧ୍ୟରୁ ୧୦ କରୋନା ମୃତକଙ୍କ ଶବ ହସ୍ପିଟାଲରୁ ଆସିଥିଲା ଓ ବାକି ୭ ଶବ ଘରୁ ଆସିଥିଲା। ଏପ୍ରିଲ ୧ ତାରିଖରୁ ଏବେ ଯାଏଁ ଝଦା କବରସ୍ଥାନରେ ୬୫ ଶବ ପହଞ୍ଚିଛି। ମୃତ୍ୟୁହାର ଗତଥର ତୁଳନାରେ ଦୁଇଗୁଣ ବଢିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ