ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଭୟଙ୍କର ମାନ୍ଦାବସ୍ଥା ଆଡ଼କୁ ଯାଉଛି ଚୀନ, ପ୍ରଭାବିତ ହେବ ବିଶ୍ବ ଅର୍ଥନୀତି

ବେଜିଂ : ଗୋଟିଏ ପଟେ ଭାରତ ପ୍ରାୟ ୭% ହାରରେ ଅଭିବୃଦ୍ଧି ହାସଲ କରୁଥିବା ବେଳେ ଅନ୍ୟପଟେ ପଡ଼ୋଶୀ ଚୀନ୍ ଅନେକ ଦଶନ୍ଧି ମଧ୍ୟରେ ସବୁଠାରୁ ବିପଜ୍ଜନକ ମାନ୍ଦାବସ୍ଥା ସହ ସଂଘର୍ଷ କରୁଛି। ଚୀନର ଗୃହ ନିର୍ମାଣ କ୍ଷେତ୍ର ୩ ବର୍ଷ ଧରି କ୍ରମାଗତ ଭାବେ ଧ୍ୱଂସ ହୋଇଛି । ଚାଇନା ଏବଂ ବିଶ୍ୱର ସବୁଠାରୁ ବଡ ରିଅଲ ଇଷ୍ଟେଟ କମ୍ପାନୀ ଏଭରଗ୍ରାଣ୍ଡ ବିକ୍ରି ହେବାକୁ ଯାଉଛି । ସମ୍ପତ୍ତି ବିକ୍ରି କରି ଋଣ ପରିଶୋଧ କରିବାକୁ ହଂକଂ କୋର୍ଟ କଂପାନିକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କମ୍ପାନୀ ୨୪ ଲକ୍ଷ କୋଟି ଟଙ୍କାର ଋଣରେ ବୁଡ଼ି ରହିଛି। ଚାଇନା ର ଷ୍ଟକ ବଜାର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ଯୁବପିଢ଼ିଙ୍କ ମଧ୍ୟରେ ବେକାରି ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ପରିସ୍ଥିତିକୁ ଲୁଚାଇବା ପାଇଁ ଚୀନ ସରକାର ଉଦ୍ୟମ କରୁଛନ୍ତି ।

ଏଭରଗ୍ରାଣ୍ଡ ବିକ୍ରି ଯୋଗୁଁ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥନୀତିକୁ ବଡ଼ ଝଟକା ଲାଗିଛି। ଗତ ତିନି ବର୍ଷ ମଧ୍ୟରେ ୫୦ରୁ ଅଧିକ ଚାଇନିଜ୍ ରିଅଲ୍ ଇଷ୍ଟେଟ୍ ଡେଭଲପର୍ ଋଣ ପରିଶୋଧ ରେ ଅବହେଳା କରିଛନ୍ତି। ସୋମବାର କୋର୍ଟଙ୍କ ନିର୍ଦ୍ଦେଶ ପରେ ଏଭରଗ୍ରାଣ୍ଡର ସେୟାର ୨୦ ପ୍ରତିଶତ ହ୍ରାସ ପାଇଛି। ଏହାପରେ ଷ୍ଟକ ଏକ୍ସଚେଞ୍ଜରେ ସେୟାର କାରବାର ବନ୍ଦ ହୋଇଯାଇଥିଲା । ଚୀନ ଅର୍ଥନୀତିର ଏପରି ଅବସ୍ଥା ପରେ ସାରା ବିଶ୍ବର ଅର୍ଥନୀତି ପ୍ରଭାବିତ ହେବାର ଆଶଙ୍କା ରହିଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ