ନୂଆଦିଲ୍ଲୀ ୨୧/୦୪: ଆଜିକାଲି ଅନେକ ବଲିଉଡ ସେଲିବ୍ରିଟି ଗୋଟିଏ ପରେ ଗୋଟିଏ ଭ୍ୟାକେସନ୍ ରେ ଯାଉଥିବାର ଦେଖାଯାଉଛି । ଅନେକ ଲୋକ ସେମାନଙ୍କର ସୋସିଆଲ ମିଡିଆ ଆକାଉଣ୍ଟରେ ମଧ୍ୟ ଫଟୋ ସେୟାର କରୁଛନ୍ତି । କେତେବେଳେ କେହି ସେଲିବ୍ରେଟର ବିକିନି ଫଟୋ ଭାଇରାଲ ହେଉଛି, ତ ଆଉ କେତେବେଳେ ପୁଲ୍ ରେ ଡ୍ୟାନ୍ସ କରୁଥିବା ଭିଡିଓ ଦେଖିବାକୁ ମିଳିଛି । ନିକଟରେ ଅଭିନେତ୍ରୀ ଶୃତି ହାସନ ମହାମାରୀ ସମୟରେ ଭ୍ୟାକେସନ୍ ରେ ଯାଉଥିବା ସେଲିବ୍ରେଟମାନଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିବା ଦେଖିବାକୁ ମିଳିଛି । ଏଥି ସହିତ ସେ ସମସ୍ତଙ୍କୁ ବଡ଼ ଉପଦେଶ ମଧ୍ୟ ଦେଇଛନ୍ତି ।
ବଢୁଥିବା କରୋନା ମାମଲାକୁ ନେଇ ଶୃତି ହାସନ ଚିନ୍ତା ପ୍ରକାଶ କରିଛନ୍ତି । ଏଥି ସହିତ ବଲିଉଡର ସେଲିବ୍ରେଟମାନେ ଭ୍ୟାକେସନ୍ ରେ ଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ ସେ କାହାର ବିଚାର କରିବାକୁ ଚାହାଁନ୍ତି ନାହିଁ କିନ୍ତୁ ସେ ଅନୁଭବ କରୁଛନ୍ତି ଯେ ଦେଶରେ ଏପରି ଦୁଃଖଦ ପରିବେଶ ଥିବାବେଳେ କିଛି ଲୋକ ଭ୍ୟାକେସନ୍ ରେ ଯାଉଛନ୍ତି ।
ସେ ଏହି ଇଣ୍ଟରଭ୍ୟୁରେ କହିଛନ୍ତି- ‘ମୁଁ ଖୁସି ଯେ ସେମାନେ ଛୁଟିଦିନ ପାଳନ କରୁଛନ୍ତି, ତାଙ୍କର ଏହି ଅଧିକାର ଅଛି । ମୁଁ ବ୍ୟକ୍ତିଗତ ଭାବେ ଅନୁଭବ କରୁଛି ଯେ ଏହା ଉଚିତ୍ ସମୟ ନୁହେଁ ଯେତେବେଳେ ଆପଣ ବିନା ମାସ୍କରେ ପୁଲ୍ କୁ ଯିବେ । ସମସ୍ତଙ୍କ ପାଇଁ ଏହା ଏକ କଷ୍ଟକର ସମୟ ଏବଂ କିଛି ଲୋକଙ୍କ ପାଇଁ ବହୁତ । ଶୃତି କହିଛନ୍ତି ଯେ ଯେତେବେଳେ ସେ ମହାମାରୀକୁ ନେଇ ଚିନ୍ତିତ ଥିଲେ, ଲୋକମାନେ ତାଙ୍କୁ ପାଗଳ ବୋଲି ଭାବୁଥିଲେ । ସେ କହିଛନ୍ତି ‘ଯେତେବେଳେ ଲୋକମାନେ ସାଧାରଣ ଜୀବନକୁ ଫେରୁଥିଲେ, ମୁଁ ଏହା ବିଷୟରେ ସର୍ବଦା ସତର୍କ ଥିଲି ଏବଂ ମୁଁ ଭାବୁ ନାହିଁ ଯେ ଲୋକମାନେ ଏହାକୁ ପସନ୍ଦ କରୁଥିଲେ ‘।