ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଭ୍ୟାକସିନ୍ ଅନ୍ ଦ ସ୍ପଟ୍: ଟୀକାକରଣ ଟିମକୁ ଦେଖି ତାଟି କବାଟ ବନ୍ଦ କରିଦେଉଥିଲେ ଲୋକେ, ଏବେ ଯେଉଁଠି ଦେଖିଲେ ସେଇଠି ଦିଆଯାଉଛି ଟିକା

ବେଙ୍ଗାଲୁରୁ ୨୯/୦୬: ଦେଶରେ ଟୀକାକରଣ ଅଭିଯାନ ଜାରି ରହିଛି। ଲଗାତାର ଅଧିକରୁ ଅଧିକ ଲୋକଙ୍କୁ ଟିକା ଦେବାକୁ ପ୍ରୟାସ କରାଯାଉଛି। କିନ୍ତୁ ଏବେ ବି ଏମିତି ଅନେକ ଅଞ୍ଚଳ ଅଛି ଯେଉଁଠାରେ ଲୋକେ ଟିକା ନେବାକୁ ଇଚ୍ଛା କରୁନାହାନ୍ତି। କର୍ଣ୍ଣାଟକ ୟାଦଗିର ଜିଲ୍ଲାରୁ ଏହିଭଳି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଗୋଟିଏ ଗାଁରେ ସ୍ୱାସ୍ଥ୍ୟକର୍ମୀଙ୍କ ଟିମ ଟିକା ଦେବାକୁ ପହଞ୍ଚିଲେ ଲୋକେ ତାଟି କବାଟ ବନ୍ଦ କରି ଦିଅନ୍ତି। ଏହାପରେ ସ୍ୱାସ୍ଥ୍ୟକର୍ମୀ ଲୋକଙ୍କୁ ଟିକା ଦେବାକୁ ନୂଆ ଉପାୟ ପାଞ୍ଚିଲେ।

ସୂଚନା ଅନୁଯାୟୀ, କର୍ଣ୍ଣାଟକ ୟାଦଗିର ଜିଲ୍ଲା କଞ୍ଚାଗଡହଲି ଗାଁରେ ସ୍ୱାସ୍ଥ୍ୟକର୍ମୀ ଓ ଆଶାକର୍ମୀ ଟିକା ଦେବାକୁ ପହଞ୍ଚିଥିଲେ। ତାଙ୍କୁ ଦେଖି ଲୋକେ ନିଜ ନିଜ ଘରର କବାଟ ବନ୍ଦ କରିଦେଲେ। ଟିମ ଯାଇ ଲୋକଙ୍କ ଘର ବେଲ ବଜାଇଥିଲେ ତଥାପି କେହି କବାଟ ଖୋଲି ନଥିଲେ। ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓରେ ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ପାଟି କରୁଥିବା ମଧ୍ୟ ନଜର ଆସିଛି। ମହିଳା ଜଣକ କହୁଛନ୍ତି ଯେ ସେ ଓ ତାଙ୍କ ପରିବାର ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି, ସେଥିପାଇଁ ଟିକା ନେବା ଆବଶ୍ୟକ ନାହିଁ।

ୟାଦଗିର ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଇନ୍ଦୁମତୀ ପାଟିଲଙ୍କ କହିବାନୁଯାୟୀ, ଏଠାରେ ଲୋକଙ୍କ ମଧ୍ୟରେ ଭୁଲ ଧାରଣା ରହିଛି ଯେ ଟିକା ନେବାପରେ ଲୋକେ ଅସୁସ୍ଥ ହୋଇଯାଆନ୍ତି। ସେଥିପାଇଁ ଲୋକେ ଟିକା ନେଇନାହାନ୍ତି। ତେଣୁ ଏବେ ନିଷ୍ପତ୍ତି ନିଆଯାଇଛି ଯେ ଯଉଁଠି ଲୋକଙ୍କୁ ଦେଖିବେ ସେଠାରେ ଟିକା ଦେବେ। ସେ କହିଛନ୍ତି, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା ଅଧୀନରେ ପଞ୍ଜୀକୃତ ହୋଇଥିବା ଲୋକଙ୍କ ତଥ୍ୟ ସଂଗ୍ରହ କରି ବିଭିନ୍ନ କାର୍ଯ୍ୟସ୍ଥଳ ଓ କ୍ଷେତକୁ ଯାଇ ଲୋକଙ୍କୁ ଟିକା ଦେବା ଆରମ୍ଭ କରାଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ