ପର୍ଯ୍ୟଟନ

ଭ୍ରମଣ ସୌକିନ ଲୋକଙ୍କ ଲାଗି ଖାସ୍ ଖବର, ଦିଲ୍ଲୀରୁ ଲଣ୍ଡନ ବସ୍ ଯାତ୍ରା ଲାଗି ଅପୂର୍ବ ସୁଯୋଗ, ଜାଣନ୍ତୁ ବୁଲିବେ କେତେ ଦେଶ?

ନୂଆଦିଲ୍ଲୀ : ଯେଉଁମାନେ ଭ୍ରମଣ ପ୍ରିୟ ସେମାନଙ୍କ ଲାଗି ଖୁସି ଖବର। ଗୁରଗ୍ରାମର ଏକ ଘରୋଇ ଟ୍ରାଭେଲ କମ୍ପାନୀ ସଡକ ରାସ୍ତାରେ ଦିଲ୍ଲୀରୁ ଲଣ୍ଡନ ଭ୍ରମଣର ସୁଯୋଗ ଦେଉଛନ୍ତି। ଏହି ଟୁର ଏକତରଫା ଓ ୭୦ ଦିନର। ଯେ କେହି ବି ଚାହିଁବେ ଏହି ଦୀର୍ଘ ଯାତ୍ରାରେ ସାମିଲ ହୋଇପାରିବେ। ଏଥିଲାଗି ଟ୍ରାଭେଲ କମ୍ପାନୀ ଗତ ଅଗଷ୍ଟ ୧୫ ତାରିଖ ଦିନ ବସ୍ ମଧ୍ୟ ଲଞ୍ଚ କରିଛନ୍ତି। ଯାହାକୁ ‘ବସ୍ ଟୁ ଲଣ୍ଡନ’ ନାମକରଣ କରିଛନ୍ତି।

ଦିଲ୍ଲୀରୁ ୭୦ ଦିନର ଲଣ୍ଡନ ଯାତ୍ରା ଲାଗି ପୃଥକ ପୃଥକ ୧୮ଟି ଦେଶ ହୋଇ ଯିବାକୁ ପଡିବ। ଯେଉଁଥିରେ ଇଣ୍ଡିଆ, ମ୍ୟାଁମାର, ଥାଇଲ୍ୟାଣ୍ଡ, ଲାଓସ୍, ଚୀନ୍, କିର୍ଗିଜସ୍ତାନ, ଉଜବେକିସ୍ତାନ, କଜାଖସ୍ତାନ, ଋଷିଆ, ଲାଟିଭିଆ, ଲିଥୁଆନିଆ, ପୋଲାଣ୍ଡ, ଚେକ୍ ରିପବ୍ଲିକ୍, ଜର୍ମାନ, ନେଦରଲ୍ୟାଣ୍ଡ, ବେଲଜିୟମ, ଫ୍ରାନ୍ସ ଓ ୟୁନାଇଟେଡ୍ କିଙ୍ଗଡମ ଆଦି ଦେଶ ଭ୍ରମଣର ସୁଯୋଗ ମିଳିବ। ତେବେ ଏହା କଣ ସମ୍ଭବ ବୋଲି ହୁଏତ ଭାବୁଥାଇପାରନ୍ତି। ତେବେ ଏହା ସମ୍ଭବ କରିଛନ୍ତି ଦିଲ୍ଲୀ ନିବାସୀ ତୁଷାର ଓ ସଞ୍ଜୟ ମଦାନ।

ତୁଷାର ଓ ସଞ୍ଜୟ ୨୦୧୭, ୨୦୧୮ ଓ ଗତ ୨୦୧୯ରେ କାରଯୋଗେ ସଡକ ମାର୍ଗରେ ଏହି ଦୂରତା ଅତିକ୍ରମ କରିଛନ୍ତି। ସେହି ଆଧାରରେ ସେମାନେ ୨୦ ଜଣିଆ ଟୁରର ପରିକଳ୍ପନା କରିଛନ୍ତି। ବସ୍ ଟୁ ଲଣ୍ଡନରେ ଯାତ୍ରୀଙ୍କୁ ସବୁ ପ୍ରକାର ସୁବିଧା ପ୍ରଦାନ କରାଯିବ ବୋଲି ଟୁର ଆୟୋଜକ କହିଛନ୍ତି। ଏପରିକି ଏଥିରେ ଯାତ୍ରୀଙ୍କ ଲାଗି ଆବଶ୍ୟକ ହେଉଥିବା ଭିସା ମଧ୍ୟ ଟୁର ଅପରେଟର ବ୍ୟବସ୍ଥା କରିବେ।

ଦିଲ୍ଲୀରୁ ଲଣ୍ଡନ ପର୍ଯ୍ୟନ୍ତ ଯାତ୍ରା ଲାଗି ମୋଟ ୧୫ଲକ୍ଷ ଟଙ୍କା ଖର୍ଚ୍ଚ ପଡିବ। ତେବେ ଏଥିପାଇଁ ଟୁର ଅପରେଟର ଇଏମଆଇ ବ୍ୟବସ୍ଥା ମଧ୍ୟ ରଖିଛନ୍ତି। ଏହି ସମ୍ପୂର୍ଣ୍ଣ ଟୁର ୪ଟି କ୍ୟାଟଗରୀରେ ବିଭିଜିତ ହୋଇଥିବା ବେଳେ ପ୍ରତ୍ୟେକ କ୍ୟୋଟଗରୀ ଲାଗି ପୃଥକ ପୃଥକ ଦେୟ ରକିଛନ୍ତି। ତେବେ କୋଭିଡ-୧୯ ଯୋଗୁ ଏବେ ଏହି ଟୁର ଆରମ୍ଭ ହେବ ନାହିଁ। ୨୦୨୧ ମସିହାରେ ପ୍ରଥମ ଟୁର ଆୟୋଜନ ନେଇ ଅପରେଟର ଯୋଜନା କରିଛନ୍ତି।

NewsLaxmi7

About Author

You may also like

ପର୍ଯ୍ୟଟନ

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ଦୀର୍ଘଦିନ ପରେ କରୋନା କଟକଣା ମଧ୍ୟରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। କୋଭିଡ କଟକଣା ମାନି ଜାତୀୟ ଉଦ୍ୟାନରେ ବୁଲି
ପର୍ଯ୍ୟଟନ

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ, ଏହାର ଅଭିବୃଦ୍ଧି ପାଇଁ ଚଳିତବର୍ଷ ବଜେଟରେ 19 କୋଟି ଟଙ୍କା ବ୍ୟବସ୍ଥା

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ। 2019-20 ଆର୍ଥିକ ବର୍ଷରେ 46 ହଜାରରୁ ଅଧିକ ପର୍ଯ୍ୟଟକ ପରିବେଶ ପର୍ଯ୍ୟଟନର ସୁଯୋଗ ନେଇଥିଲେ। ଏଥିରୁ 6 କୋଟି 85 ଲକ୍ଷ