ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ

ଭୋଟ ଗଣତି କେନ୍ଦ୍ର ପାଇଁ କୋଭିଡ୍ ନିୟମ : ଦୁଇଟି ଟିକା ନେଇଥିଲେ ଓ ୪୮ ଘଣ୍ଟା ମଧ୍ୟରେ ପରୀକ୍ଷା ହୋଇଥିଲେ ପ୍ରବେଶ ଅନୁମତି

ଭୁବନେଶ୍ବର : ଆସନ୍ତା ୨୬ ତାରିଖରେ ରାଜ୍ୟରେ ଚାଲିଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଗଣତି ଆରମ୍ଭ ହେବ । ଏଥିପାଇଁ ରାଜ ନିର୍ବାଚନ କମିଶନ କୋଭିଡ୍ କଟକଣା ଜାରି କରିଛନ୍ତି । ଏନେଇ କମିଶନଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖି ନିର୍ଦ୍ଦେଶ ଦିଆଯାଇଛି ।

ଏହି ନିର୍ଦ୍ଦେଶ ଅନୁସାରେ ଭୋଟ ଗଣନା କେନ୍ଦ୍ରରେ ପ୍ରବେଶ କରୁଥିବା ଲୋକମାନଙ୍କର ୪୮ ଘଣ୍ଟା ମଧ୍ୟରେ ଆରଟିପିସିଆର କିମ୍ବା ଆଣ୍ଟିଜେନ ଟେଷ୍ଟ ହୋଇଥିବ । ପୂର୍ବରୁ ଦୁଇଟି ଟିକା ନେଇଥିଲେ ବି ଏହି ଟେଷ୍ଟ କରାଯିବ ।

ସେହିପରି ଗଣନା କେନ୍ଦ୍ରକୁ ପ୍ରବେଶ କରିବା ପୂର୍ବରୁ ସବୁ ଲୋକଙ୍କର ଥର୍ମାଲ ଟେଷ୍ଟ ବା ତାପମାତ୍ରା ଯାଞ୍ଚ କରାଯିବ । କେବଳ ଦୁଇଟି ଟିକା ନେଇଥିବା ଲୋକମାନଙ୍କୁ ହିଁ ଭୋଟ ଗଣନା କେନ୍ଦ୍ରରେ ପ୍ରବେଶ ଅନୁମତି ମିଳିବ । ଯେଉଁମାନଙ୍କର ଜ୍ବର, ଥଣ୍ଡା, କାଶ ଆଜି କୋଭିଡ୍ ଲକ୍ଷଣ ଥିବ ସେମାନଙ୍କୁ ଭୋଟ ଗଣନା କେନ୍ଦ୍ରକୁ ଛଡ଼ାଯିବ ନାହିଁ ।

ଏହି ନିର୍ଦ୍ଦେଶ ଅନୁସାରେ ଗଣତି ଦିନ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

NewsLaxmi7

About Author

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର