ଅପରାଧ ରାଜ୍ୟ

ଭୋଟ୍‌ ହାତେଇବାକୁ କାରସାଦି! ନକଲି ଖାତାରେ ୬ ମାସର ଭତ୍ତା

ପାଳଲହଡ଼ା : ମଧୁବାବୁ ପେନସନ୍‌ ଯୋଜନାରେ ବାର୍ଦ୍ଧକ୍ୟ ଭତ୍ତା ମିଳିବା ପରେ ଖୁସି ହୋଇଗଲେ ପାଳଲହଡ଼ା ବ୍ଲକ୍‌ ଝାରବେଡ଼ା ପଞ୍ଚାୟତ ଝାରବେଡ଼ା ଗାଁର ଘନଶ୍ୟାମ ନାଏକ(୬୨)। ତାଙ୍କୁ ୬ ମାସର ଭତ୍ତା ମିଳିଥିବାବେଳେ ୯ ମାସ ହେଲା ଆଉ ଭତ୍ତା ମିଳିନାହିଁ। ବକେୟା ଭତ୍ତା ନମିଳିବାରୁ ସେ ପଚରାଉଚରା କରିବାରୁ ତାଙ୍କୁ ଭତ୍ତା ମଂଜୁର ହୋଇନାହିଁ ଓ ମିଳିଥିବା ଭତ୍ତା ବହି ନକଲି ବୋଲି ଜଣାପଡ଼ିଛି।

ଘନଶ୍ୟାମଙ୍କ କହିବା ମୁତାବକ, ମଧୁବାବୁ ପେନସନ୍‌ ଯୋଜନାରେ ତାଙ୍କୁ ଭତ୍ତା ପ୍ରଦାନ କରାଗଲା। ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜେଶ ବେହେରା ୨୦୨୧ ଡିସେମ୍ବର ଓ ଜାନୁଆରି ମାସରେ ୨୦୦୦ ଟଙ୍କା, ୧୨.୦୨.୨୦୨୨ ତାରିଖରେ ୫୦୦ ଟଙ୍କା, ୨୬.୦୩.୨୨ ତାରିଖରେ ୫୦୦ ଟଙ୍କା, ୨୭.୦୪.୨୨ ତାରିଖରେ ୫୦୦ ଟଙ୍କା ଭତ୍ତା ଦେଇଥିଲେ। ଝାରବେଡ଼ା ପଞ୍ଚାୟତ ମହିଳା ସରପଞ୍ଚଙ୍କ ସ୍ବାମୀ ଅଜିତ ନାୟକ ୦୩.୦୫.୨୨ ତାରିଖରେ ତାଙ୍କୁ ୬୦୦ ଟଙ୍କା ଭତ୍ତା ଦେଇଛନ୍ତି। ବାକି ଭତ୍ତା ଏ ପର୍ଯ୍ୟନ୍ତ ମିଳିଲା ନାହିଁ। କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଗୁହାରି ପରେ ଜଣାପଡ଼ିଲା ପଞ୍ଚାୟତ ନିର୍ବାଚନରେ ଭୋଟ୍‌ ହା‌ତେଇବା ପାଇଁ ତାଙ୍କୁ ଏହି ଟଙ୍କା ଦିଆଯାଇଥିଲା। ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ବେହେରା ତାଙ୍କୁ ୫ ମାସର ଓ ସରପଞ୍ଚଙ୍କ ସ୍ବାମୀ ୧ ମାସର ଭତ୍ତା ଦେଇଛନ୍ତି। ଭତ୍ତା ଦାୟିତ୍ବରେ ବ୍ଲକ୍‌‌ରେ ଥିବା ଅଧିକାରୀ ଏ ସଂପର୍କରେ କହିଛନ୍ତି ‘ଘନଶ୍ୟାମଙ୍କ ଭତ୍ତା ଏ ପର୍ଯ୍ୟନ୍ତ ମଂଜୁର ହୋଇନାହିଁ। ଏହା ମଂଜୁର ହେବା ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରାଯାଇଛି। ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିବାରୁ ଭତ୍ତା ଟଙ୍କା ଆସିନାହିଁ ବୋଲି ଜଣାପଡ଼ିଛି।’ ତେଣୁ ଘନଶ୍ୟାମଙ୍କ ଭତ୍ତା ମଂଜୁର ହୋଇ ନଥିବାବେଳେ ତାଙ୍କୁ ଭତ୍ତା ଖାତା ଦେଲା କିଏ, ଏଥିରେ ଥିବା ବିଡିଓଙ୍କ ଦସ୍ତଖତ ଠିକ୍‌ ନା ଜାଲ୍‌, ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଘଟଣା ସଂପର୍କ‌ରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ବେହେରାଙ୍କୁ ପଚାରିବାରୁ ଘନଶ୍ୟାମଙ୍କର ଭତ୍ତା ମଂଜୁର ହୋଇନାହିଁ ବୋଲି ସେ ସ୍ବୀକାର କରିଛନ୍ତି। ଏହା ସହିତ ତାଙ୍କ ଖାତା ନକଲି ଓ ସେ ୫ ମାସର ଭତ୍ତା ଦେଇନାହାନ୍ତି ବୋଲି କହିଛନ୍ତି।

ଅନ୍ୟପକ୍ଷରେ, ସରପଞ୍ଚଙ୍କ ସ୍ବାମୀ ଶ୍ରୀ ନାୟକ ଏ ସଂପର୍କରେ କହିଛନ୍ତି ‘ଘନଶ୍ୟାମଙ୍କର ଭତ୍ତା ମଂଜୁର ହେବାର ଥିବାରୁ ମୁଁ ହାତରୁ ତାଙ୍କୁ ଏକମାସର ଭତ୍ତା ଦେଇଥିଲି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଘନଶ୍ୟାମ ଦାବି କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।