ଖେଳ ଦେଶ ବିଦେଶ ମନୋରଞ୍ଜନ

ଭୋ… ଭୋ… ହୋଇ କାନ୍ଦିଲେ ମହମ୍ମଦ ସିରାଜ: ସିରିଜ୍ ଜିତି ପିତାଙ୍କୁ ଦେବାକୁ ଚାହୁଁଛନ୍ତି ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ ୨୩/୧୧ : ନଭେମ୍ବର ୨୦ରେ ଭାରତୀୟ କ୍ରିକେଟର ମହମ୍ମଦ ସିରାଜଙ୍କ ପିତାଙ୍କର ଦେହାନ୍ତ ହୋଇଛି । ଅନେକ ଦିନ ଧରି ଫୁସଫୁସ ଜନୀତ ରୋଗରେ ପୀଡିତ ଥିବା ସିରାଜଙ୍କର ୫୩ ବର୍ଷିୟ ପିତା ମହମ୍ମଦ ଗୋସ୍ ଶେଷ ନିଶ୍ବାସ ତ୍ବାଗ କରିଛନ୍ତି । ପିତାଙ୍କ ପରଲୋକ ଖବର ଶୁଣି ଭାଙ୍ଗିପଡିଛନ୍ତି ମହମ୍ମଦ ସିରାଜ । ଏବେ ସେ କ୍ରିକେଟ ସିରିଜ ଖେଳିବା ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଥିବାରୁ ପିତାଙ୍କ ଶେଷ ଦର୍ଶନ କରିବାର ସୁଯୋଗ ମଧ୍ୟ ପାଇନାହାନ୍ତି ।


ତେବେ ମହମ୍ମଦ ସିରାଜ ଅଷ୍ଟ୍ରେଲିଆରେ ଟେଷ୍ଟ୍ ସିରିଜ ଜିତି ପିତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବାକୁ ଚାହୁଁଛନ୍ତି । ଅତ୍ୟନ୍ତ ଗରିବ ଘରୁ ଆସି ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ନିଜ ସ୍ଥାନ ବନାଇଥିବା ମହମ୍ମଦ ସିରାଜଙ୍କ ସଫଳତା ପଛରେ ତାଙ୍କ ପିତାଙ୍କର ବହୁତ ବଡ ହାତଥିଲା । ସିରାଜଙ୍କ ବାପା ଜଣେ ଅଟୋ ଚାଳକ ଥିଲେ । ଯେତେବେଳେ ଯାହା ଦରକାର ହେଉଥିଲା ସେ ପୂରଣ କରୁଥିଲେ । ପିତାଙ୍କ ଦେହାନ୍ତ ଖବର ଶୁଣିବା ପରେ ସମ୍ପୂର୍ଣ୍ଣ ଭାଙ୍ଗିପଡିଥିଲେ ମହମ୍ମଦ ସିରାଜ । ଭୋ ଭୋ ହୋଇ କାନ୍ଦୁଥିଲେ କାରଣ ଶେଷକୃତ୍ୟ ସମ୍ପନ୍ନ ପାଇଁ ମଧ୍ୟ ସୁଯୋଗ ପାଇନଥିଲେ ସିରାଜ । ସେ ଭାରତ ଫେରିବାକୁ ଚାହୁଁଥିଲେ ମଧ୍ୟ ତାଙ୍କ ଭାଇ ମହମ୍ମଦ ଇସ୍ମାଇଲ ଭାରତ ନଫେରି ଟେଷ୍ଟ ସିରିଜ ଉପରେ ଧ୍ୟାନ ଦେବାକୁ କହିଥିଲେ ।


ସିରାଜଙ୍କ ଭାଇ ଇସ୍ମାଇଲ କହିଛନ୍ତି, କୋଚ୍ ରବି ଶାସ୍ତ୍ରୀ ଏବଂ ବିରାଟ କୋହଲି ତାଙ୍କୁ ଆଶ୍ବାସନା ଦେଉଛନ୍ତି । ସେ ମଧ୍ୟ ଲଗାତାର ସିରାଜଙ୍କ ସହିତ ସମ୍ପର୍କରେ ଥିବା କହିଛନ୍ତି ଇସ୍ମାଇଲ । ସିରାଜ କହିଛନ୍ତି ଅଷ୍ଟ୍ରେଲିଆରେ ଯେମିତି ବି ହେଉ ଟେଷ୍ଟ୍ ସିରିଜ ଜିତି ପିତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବେ । ସିରାଜଙ୍କ ପିତା ମହମ୍ମଦ ଗୋସଙ୍କ ଇଚ୍ଛା ଥିଲା ଯେ ତାଙ୍କ ପୁଅ ଦେଶର ନାଁ ବହୁତ ଆଗକୁ ନେଉ । ଆଇପିଏଲ ସିଜିନ ୧୩ରେ ଜବରଦସ୍ତ ପ୍ରଦର୍ଶନ କରି ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳରେ ସାମିଲ ହୋଇଛନ୍ତି ମହମ୍ମଦ ସିରାଜ । ସେ ଏହି ଟେଷ୍ଟ୍ ସିରିଜରେ ଭାରତକୁ ବିଜୟ ଭେଟିଦେବା ପୂର୍ବକ ପିତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଚାହୁଁଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ