ମନୋରଞ୍ଜନ

ଭେଟେରାନ ଅଭିନେତା ନାସିରୁଦ୍ଦିନ ଶାହାଙ୍କୁ ନିମୋନିଆ : ମୁମ୍ୱାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି

ମୁମ୍ୱାଇ ୩୦/୬: ଭେଟେରାନ ଅଭିନେତା ତଥା ଥିଏଟର ଆର୍ଟିଷ୍ଟ ନାସିରୁଦ୍ଦିନ ଶାହା ଅସୁସ୍ଥ । ୭୦ ଦଶକରେ ସମାନ୍ତରାଳ ସିନେମା ମାଧ୍ୟମରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନାସିରୁଦ୍ଦିନ ଶାହାଙ୍କୁ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ନାସିରୁଦ୍ଦିନଙ୍କ ପତ୍ନୀ ରତ୍ନା ପାଠକ ଶାହା ଏନେଇ ସ୍ପଷ୍ଟ କରିଛନ୍ତି । ରତ୍ନା କହିଛନ୍ତି ଯେ ନାସିର ସାହାବଙ୍କୁ ନିମୋନିଆ ହୋଇଛି ।

ଏଥିପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । “ତାଙ୍କ ଫୁସଫୁସରେ ନିମୋନିଆର ଏକ ପ୍ୟାଚ୍ ମିଳିଛି । ଯେଉଁଥିପାଇଁ ତାଙ୍କୁ ପରୀକ୍ଷା ପାଇଁ ଦୁଇ ଦିନ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଏଥିରେ ଚିନ୍ତା କରିବାର କିଛି ନାହିଁ । ତାଙ୍କୁ କୋଭିଡ କିମ୍ବା ଅନ୍ୟ କୌଣସି ରୋଗ ହୋଇନି ।

ସୂଚନାଯୋଗ୍ୟ ଯେ, ତିନିଥର ଜାତୀୟ ପୁରସ୍କାର ଜିତିଥିବା ୭୦ ବର୍ଷୀୟ ନାସିରୁଦ୍ଦିନ ଶାହାଙ୍କୁ ଖାରର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନାସିରୁଦ୍ଦିନ ଶାହାଙ୍କ ସଚିବ ଜୟରଜ କହିଛନ୍ତି, “ନାସିରୁଦ୍ଦିନ ଶାହାଙ୍କ ଚିକିତ୍ସା ତଥା ଚିକିତ୍ସାରେ ଡାକ୍ତରମାନେ ଜଡିତ ଅଛନ୍ତି । ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଦିନେ କିମ୍ବା ଦୁଇ ଦିନ ହସ୍ପିଟାଲରୁ ଡିସଚାର୍ଜ କରାଯାଇପାରେ । ସ୍ୱାସ୍ଥ୍ୟବସ୍ଥାରେ ସୁଧାରେ ଆସିଲେ ଡାକ୍ତରାମାନେ ଯାହା ନିଷ୍ପତ୍ତି ନେବେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ