ରାଜ୍ୟ ସ୍ପେଶାଲ ରିପୋର୍ଟ

ଭୂ-କମ୍ପରେ ଥରିଲା ଗାଁ, ଭାଙ୍ଗିଲା ଘର

କୁଆମରା: ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ହଠାତ୍ କୌଣସି କାରଣରୁ ମାଟିରେ ପ୍ରବଳ କମ୍ପନ ସୃଷ୍ଟି ହେବା ସହ ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ୍‌ ରାଣୀବନ୍ଧ ପଞ୍ଚାୟତ ତିରାଲଡିହି ନାଉପଦା ଗ୍ରାମ ଥରି ଉଠିଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପ୍ରଥମେ ପ୍ରଚଣ୍ଡ ଶବ୍ଦ ହୋଇଥିଲା ଓ ପରେ ପରେ ଭୂଇଁରେ କମ୍ପନ ସୃଷ୍ଟି ହୋଇଥିଲା।

ଗ୍ରାମବାସୀ ଭୟରେ ନିଜ ନିଜ ଘରୁ ବାହାରକୁ ଚାଲି ଆସିଥିଲେ। ଏଥିରେ କାହାର କିଛି କ୍ଷତି ହୋଇ ନଥିଲେ ମଧ୍ୟ ଗ୍ରାମର ହାଡ଼ିବନ୍ଧୁ ମହାର୍ଣ୍ଣାଙ୍କ ଇଟାକାନ୍ଥ ଓ ଆଜବେଷ୍ଟସ୍‌ ଛପର ଘର ଭାଙ୍ଗିଯାଇଛି। କାନ୍ଥ ପଡ଼ି ଜିନିଷପତ୍ର ନଷ୍ଟ ହୋଇଛି। ଖବର ପାଇ ସରପଞ୍ଚ ମମତା ଖଟୁଆ ପହଞ୍ଚି ସ୍ଥିତି ଆକଳନ କରିବା ସହ ଗ୍ରାମରେ ଭୂମିକମ୍ପ ଅନୁଭୂତ ହୋଇଥିବା ନେଇ ସ୍ଥାନୀୟ ରାଜସ୍ବ ନିରୀକ୍ଷକଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ତେବେ ଭୂମିକମ୍ପ କଥାକୁ ଜିଲ୍ଲା ପ୍ରଶାସନ ଖଣ୍ଡନ କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।