ଅପରାଧ ରାଜ୍ୟ

ଭୂଷଣ ଷ୍ଟିଲ୍‌ର ୫୬ ହଜାର କୋଟି ବ୍ୟାଙ୍କ ଠକେଇ ମାମଲା: ଓଡ଼ିଶା ସମେତ ୩୦ସ୍ଥାନରେ ଇଡିର ଚଢ଼ଉ

ଭୁବନେଶ୍ବର: ଭୂଷଣ ଷ୍ଟିଲ୍‌ର ୫୬ହଜାର କୋଟି ଟଙ୍କା ବ୍ୟାଙ୍କ ଠକେଇ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓଡ଼ିଶାର ଭୁବନେଶ୍ବରସ୍ଥିତ କାର୍ଯ୍ୟାଳୟ ସମେତ ଦିଲ୍ଲୀ, ହରିୟାଣା, କୋଲକାତା, ମୁମ୍ବାଇର ୩୦ଟି ସ୍ଥାନରେ ଚଢ଼ଉ କରିଛି। ଚଢ଼ଉ ବେଳେ ନଗଦ ୭୨ଲକ୍ଷ ଟଙ୍କା, ୪କୋଟି ମୂଲ୍ୟର ୩ଟି ଦାମୀ କାର୍‌, ବିଦେଶୀ ମୁଦ୍ରା, ୫୨ଲକ୍ଷର ଚେକ୍‌ ଓ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ପ୍ରକାଶ ଥାଉ କି, ପୂର୍ବରୁ ଇଡି ଏହି ମାମଲାରେ ଭୂଷଣ ଷ୍ଟିଲର ପୂର୍ବତନ ଏମ୍‌ଡି ନୀରଜ ସିଂହଲଙ୍କୁ ଗିରଫ କରିଥିଲା। ମେସର୍ସ ଭୂଷଣ ଷ୍ଟିଲ୍ ଲିମିଟେଡ ଏବଂ ଅନ୍ୟମାନଙ୍କ ନାମରେ ଗୁରୁତର ଜାଲିଆତି ତଦନ୍ତ ସଂଗଠନ (ଏସଏଫଆଇଓ) ଅଭିଯୋଗ ରୁଜୁ କରିଥିଲା। ଉକ୍ତ ଅଭିଯୋଗ ଆଧାରରେ ଇଡି ତଦନ୍ତ ଆରମ୍ଭ କରିଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।