ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଭୂତ ଖାଇଗଲା କୋଭିଡ଼ ସହାୟତା, ବର୍ଷ ବର୍ଷ ମୃତ ବ୍ୟକ୍ତିଙ୍କ ନାଁରେ ଚାଲିଛି ହରିଲୁଟ୍

ପାଟଣା ୨୬।୦୮: ମୃତ ହିତାଧିକାରୀଙ୍କ ନାଁରେ କୋଭିଡ୍ ସହାୟତା ରାଶି ହଡପ । ଜଣେ କି ୨ ଜଣ ନୁହେଁ, ଏପରି ୧୪ଜଣ ମୃତ ହିତାଧିକାରୀଙ୍କ ନାଁରେ ଏକହଜାର ଟଙ୍କା ଲେଖାଏଁ କୋଭିଡ୍ ସହାୟତା ହଡପ ଅଭିଯୋଗ ହୋଇଛି । କେବଳ, କୋଭିଡ୍ ସହାୟତା ରାଶି ନୁହେଁ, ଏହି ମୃତ ହିତାଧିକାରୀଙ୍କ ନାଁରେ ବର୍ଷ ବର୍ଷ ଧରି ରାସନ୍ ସାମଗ୍ରୀ ମଧ୍ୟ ହଡପ କରାଯାଉଥିବା ସରପଞ୍ଚ ଅଭିଯୋଗ ଆଣିଛନ୍ତି । ସାହାରପଡା ବ୍ଲକ ଉଦୟପୁର ଗ୍ରାମ ପଞ୍ଚାୟତରୁ ଆସିଛି ଏପରି ସଙ୍ଗୀନ ଅଭିଯୋଗ ।

ଗତବର୍ଷ ହିତାଧିକାରୀଙ୍କ ପାଇଁ ଆସିଥିବା ଏକ ହଜାର ଟଙ୍କା ଲେଖାଏଁ କୋଭିଡ୍ ସହାୟତା ରାଶି ମୃତବ୍ୟକ୍ତିଙ୍କ ନାଁରେ ଉଠାଇ ହଡପ୍ ଅଭିଯୋଗ ହୋଇଛି । ଏପରି ୧୪ଜଣ ମୃତ ବ୍ୟକ୍ତିଙ୍କ ନାଁରେ କୋଭିଡ୍ ସହାୟତା ରାଶି ଉଠାଇ ବ୍ଲକର ଯୋଗାଣ ସହାୟକ ସ୍ୱରୂପ କୁମାର ରାଜ୍ ହଡପ କରିଥିବା ଅଭିଯୋଗ ହୋଇଛି । ଏନେଇ ସରପଞ୍ଚ ସାହାରପଡା ବିଡିଓ ଲମ୍ବୋଦର ଖୁଣ୍ଟିଆ ଅଭିଯୋଗ ପରେ ଘଟଣାର ତଦନ୍ତ କରି ରିପୋର୍ଟ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।

ଉଦୟପୁର ଗ୍ରାମ ପଞ୍ଚାୟତର ୧୩୬୫ଜଣ ଲୋକଙ୍କ ପାଇଁ ଆସିଥିବା କୋଭିଡ୍ ସହାୟତା ରାଶି ଯୋଗାଣ ସହାୟକ ସ୍ୱରୂପ କୁମାର ରାଜ୍ ସମସ୍ତଙ୍କୁ ପ୍ରଦାନ କରାଯାଇଥିବା ଲେଖିଥିବା ବେଳେ, ୧୩୬୦ଜଣଙ୍କୁ ଏହା ପ୍ରଦାନ କରାଯାଇଥିବା କାଗଜପତ୍ରରେ ଦର୍ଶାଇଛନ୍ତି । ପ୍ରଦାନ କରାଯାଇଥିବା ୧୩୬୦ଜଣଙ୍କ ମଧ୍ୟରେ ରହିଛନ୍ତି ୧୪ଜଣ ମୃତବ୍ୟକ୍ତି । ସେମାନଙ୍କ ନାଁରେ ଆସିଥିବା ସହାୟତା ରାଶି ଉଠାଇ ହଡପ କରାଯାଇଛି । କେବଳ ଏତିକି ନୁହେଁ, ବର୍ଷ ବର୍ଷ ଧରି ଏହି ମୃତବ୍ୟକ୍ତିଙ୍କ ନାଁରେ ରାସନ୍ ସାମଗ୍ରୀ ମଧ୍ୟ ହଡପ ହେଉଥିବା ଅଭିଯୋଗ ହୋଇଛି ।

ହଡ଼ପ ସମ୍ପର୍କରେ ବିଡିଓଙ୍କ ମତାମତ ନେବାରୁ କ୍ୟାମେରା ଆଗରେ କିଛି ନକହି, ଅଭିଯୋଗ ଆସିଛି ଘଟଣାର ତଦନ୍ତ କରି ଉପ ଜିଲ୍ଲାପାଳଙ୍କୁ ରିପୋର୍ଟ ଦିଆଯାଇଥିବା କହିଛନ୍ତି। ଅନ୍ୟପଟେ ଏସମ୍ପର୍କରେ ଉପ ଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁଙ୍କ ମତାମତ ନେଇଥିଲେ । ସେ କହିଥିଲେ କି, ଅଭିଯୋଗ ଆସିଛି ସତ୍ୟତା ଥିଲେ ସମ୍ପୃକ୍ତ ଯୋଗାଣ ସହାୟକ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ତେବେ ଉପଯୁକ୍ତ ହିତାଧିକାରୀଙ୍କୁ ସରକାରୀ ସହାୟତା ନଦେଇ ମୃତବ୍ୟକ୍ତିଙ୍କ ନାଁରେ ଟଙ୍କା ହଡପ କରୁଥିବା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ