ରାଜ୍ୟ ସ୍ପେଶାଲ ରିପୋର୍ଟ

ଭୂତଳ ଜଳସ୍ତର ଅସ୍ବାଭାବିକ ହ୍ରାସ: ରେଡ୍ ଜୋନ୍‌ମୁହଁା ‘ମୟୂରଭଞ୍ଜ’

ବାରିପଦା: ମୟୂରଭଞ୍ଜରେ ଭୂତଳ ଜଳସ୍ତର ଅସ୍ବାଭାବିକ ଭାବେ ହ୍ରାସ ପାଉଛି। ଗତ କିଛିବର୍ଷ ହେଲା ସ୍ବଳ୍ପ ବୃଷ୍ଟିପାତ ସହ ଜଳ ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ଏମିତି ସ୍ଥିତି ଉପୁଜିଥିବା କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ରିପୋର୍ଟ ଦେଇଛି। ୨୦୨୦-୨୧ ଓ ୨୦୨୧-୨୨ ମସିହା ତଥ୍ୟ ଅନୁଯାୟୀ; ୪ରୁ ୫ ମିଟର ଭୂତଳ ଜଳ ତାଲିକାରେ ରହିଛି ମୟୂରଭଞ୍ଜ। ତେବେ ଏହି ଧାରା ଜାରି ରହିଲେ ଆଗାମୀ ୧୦ ବର୍ଷ ଭିତରେ ଜଳସ୍ତର ଆହୁରି ତଳକୁ ଚାଲିଯିବ ଏବଂ ଜିଲ୍ଲାବାସୀ ମୁନ୍ଦାଏ ପାଣି ପାଇଁ ଡହଳବିକଳ ହୋଇପାରନ୍ତି।
ଉଲ୍ଲେଖ ଥାଉକି; ଜଳସ୍ତର ହ୍ରାସ ଦୃଷ୍ଟିରୁ ଜିଲ୍ଲା ଅଧୀନ ଶୁଳିଆପଦା, ସାରସକଣା, କୁସୁମୀ, ଠାକୁରମୁଣ୍ଡା, ବାଙ୍ଗିରିପୋଷି, ଖୁଣ୍ଟା ଓ କପ୍ତିପଦା ବ୍ଲକ୍‌ର ୮୦ ପ୍ରତିଶତ ଦୁର୍ଗମ ଅଞ୍ଚଳ ରେଡ୍ ଜୋନ୍‌ରେ ରହିଛି। ସେହିପରି ଉଦଳା, ଯଶିପୁର, ବାରିପଦା, ଶୁକୃଳି, କରଞ୍ଜିଆ ଓ ବିଶୋଇ ବ୍ଲକ୍‌ର ୭୦ ପ୍ରତିଶତ ଅଞ୍ଚଳ ଏବଂ ବିଶୋଇ, କୁଳିଅଣା, ଜାମଦା, ତିରିଂ, ରାସଗୋବିନ୍ଦପୁର ଓ ବେତନଟୀ ବ୍ଲକ୍‌ର ୬୦ ପ୍ରତିଶତ ଅଞ୍ଚଳରେ ଜଳସ୍ତର ସ୍ବାଭାବିକ ସ୍ଥିତିଠାରୁ ଢେର୍‌ କମ୍‌ ଅଛି। ଗତ କିଛି ବର୍ଷ ହେଲା ରୌଦ୍ରତାପ ବଢ଼ିଥିବା ବେଳେ ଆବଶ୍ୟକ ମୁତାବକ ବୃଷ୍ଟିପାତ ନହେବା, ବର୍ଷାଜଳ ଜଳ ସଂରକ୍ଷଣ ପାଇଁ ପଦକ୍ଷେପ ନିଆ ନଯିବା ଏବଂ ଚୋରା ବାଲି ଚାଲାଣ ଯୋଗୁଁ ନଦୀଗୁଡ଼ିକର ଜଳଧାରଣ କ୍ଷମତା କମିବା ଏପରି ସ୍ଥିତି ପାଇଁ ମୁଖ୍ୟ କାରଣ ହୋଇଛି।

ସୂଚନାଯୋଗ୍ୟ; ମୟୂରଭଞ୍ଜରେ ୫୦୦ରୁ ଊର୍ଦ୍ଧ୍ବ ଛୋଟବଡ଼ ପୋଖରୀ ଓ ଝରଣା ସହ ୨ ହଜାର ୫୦୦ଟି ନଳକୂଅ ଓ ୫୬୮ଟି ଛୋଟ ଜଳ ପ୍ରକଳ୍ପ ରହିଛି। ଏହା ବାଦ୍‌ ସରକାରୀ ଭାବେ ୨୧ଟି ଜଳପ୍ରପାତ ରହିଥିବା ବେଳେ ପ୍ରକୃତ ସଂଖ୍ୟା କିନ୍ତୁ ୫୦ରୁ ଅଧିକ। ସେହିପରି ବୁଢ଼ାବଳଙ୍ଗ ନଦୀ ସହ ଅନ୍ୟ ୬ଟି ଛୋଟ ନଦୀ ମଧ୍ୟ ଜିଲ୍ଲା ଦେଇ ପ୍ରବାହିତ ହେଉଛି। ପାନୀୟଜଳ ସମସ୍ୟା ଦୂର ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚରେ ମେଗା ପ୍ରକଳ୍ପମାନ ନିର୍ମାଣ କରୁଛନ୍ତି। ହେଲେ ଜିଲ୍ଲାବାସୀଙ୍କ ଶୋଷ ମେଣ୍ଟିପାରୁନି। ଭୂତଳ ଜଳ ସମସ୍ୟା ଜଟିଳ ହେଉଥିବା ବେଳେ ଜିଲ୍ଲାର ବହୁ ବୁଦ୍ଧିଜୀବୀଙ୍କ ସହ ଅନେକ ସଂଗଠନର ସଦସ୍ୟ ସମାଧାନ ଦାବି କରିଛନ୍ତି। ସେହିପରି ଜଳ ସଂରକ୍ଷଣ ପାଇଁ ସରକାର ଲୋକଙ୍କୁ ସଚେତନ କରିବା ଏବଂ ଏକ ଦୀର୍ଘସୂତ୍ରୀ ଯୋଜନା କାର୍ଯ୍ୟକାରୀ କରିବା ଉଚିତ ବୋଲି ଗବେଷକମାନେ ମତ ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।