ରାଜ୍ୟ ସ୍ପେଶାଲ ରିପୋର୍ଟ

ଭୁଶୁଡ଼ିଲା ନିର୍ମାଣାଧୀନ ଟନେଲ୍‌: ଫସି ରହିଛନ୍ତି ୩୬ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଉତ୍ତରକ‌ାଶୀ ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଶନିବାର ରାତିରେ ଏକ ନିର୍ମାଣାଧୀନ ଟନେଲ ଭୁଶୁଡ଼ିଥିବା ବେଳେ ସେଥିରେ ୩୬ ଜଣ କର୍ମଚାରୀ ଫସି ରହିଥିବା ଆଶଙ୍କା ରହିଛି। ଶ୍ରମିକମାନଙ୍କୁ ଉଦ୍ଧାର କରିବାର ପ୍ରୟାସ ଆରମ୍ଭ ହୋଇଛି।

ନେସ୍‌ନାଲ୍‌ ଡିଜାଷ୍ଟର୍‌ ରେସ୍‌ପନ୍ସ ଫଣ୍ଡ୍‌ (ଏନ୍‌ଡିଆର୍‌ଏଫ୍‌) ଏବଂ ଷ୍ଟେଟ୍‌ ଡିଜାଷ୍ଟର୍‌ ରେସ୍‌ପନ୍ସ ଫଣ୍ଡ୍‌ (ଏସ୍‌ଡିଆର୍‌ଏଫ୍‌) ଟିମ୍‌ ଓ ପୁଲିସ୍‌ ପହଞ୍ଚି ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ତେବେ ନିର୍ମାଣାଧୀନ ଟନେଲ୍‌ଟି ବ୍ରହ୍ମଖାଲ୍‌-‌ୟମୁନୋତ୍ରୀ ଜାତୀୟ ରାଜପଥର ସିଲ୍‌କ୍ୟାରାରୁ ଦଣ୍ଡାଲ୍‌ଗାଓଁକୁ ସଂଯୋଗ କରୁଥିବା ବେଳେ ଟନେଲରେ ଉଦ୍ଧାର କାର୍ଯ୍ୟ ଚାଲିଛି। ତେବେ ସେଠାରୁ ଭଗ୍ନ ସାମଗ୍ରୀ ସବୁ କାଢ଼ିବା ପାଇଁ ଡ୍ରିଲିଂ ମେସିନ୍ ବ୍ୟବସ୍ଥା କରାଯାଇଛି।  ଭିତରକୁ ଅମ୍ଳଜାନ ପାଇପ୍ ମଧ୍ୟ ପଠାଯାଇଛି।

ଅଧିକାରୀମାନଙ୍କ ବର୍ତ୍ତମାନର ଆକଳନ ଅନୁଯାୟୀ, ସମସ୍ତ ଶ୍ରମିକମାନଙ୍କୁ ସ୍ଥାନାନ୍ତର କରିବାକୁ ୨-୩ ଦିନ ସମୟ ଲାଗିପାରେ। ଉତ୍ତରକ‌ାଶୀର ଏସପି ଅରପାନ ଯାଦୁଭାନ୍ସି କହିଛନ୍ତି ଯେ ଟନେଲ ତିଆରି  ଆରମ୍ଭ ହୋଇଥିବାର ସ୍ଥାନଠାରୁ (ଷ୍ଟାର୍ଟିଂ ପଏଣ୍ଟ୍‌) ପ୍ରାୟ ୨୦୦ ମିଟର ଆଗରେ ଏହା ଭୁଶୁଡ଼ି ପଡ଼ିଛି।

ଅଧିକାରୀଙ୍କ କହିବାନୁସାରେ, ‘‘ପ୍ରାୟ ୩୬ ଜଣ ଲୋକ ଟନେଲରେ ଫସି ରହିଛନ୍ତି ଏବଂ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ଉଦ୍ୟମ କରାଯାଉଛି। ପୁଲିସ ଫୋର୍ସ, ଏନଡିଆରଏଫ ଏବଂ ଏସଡିଆରଏଫ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଜୀବନହାନୀ ହୋଇନାହିଁ। ଆମେ ଶୀଘ୍ର ସମସ୍ତ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବୁ ।’’ ଅଧିକାରୀଙ୍କ ଅନୁଯାୟୀ ସମସ୍ତ କର୍ମଚାରୀ ସୁରକ୍ଷିତ ଥିବା ଜଣାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।