ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
କଣାସ/ଗଡ଼ିଶାଗୋଦା : ଗତକାଲି ରାତିରେ କଣାସ ବ୍ଲକ୍ର ବସନ୍ତପୁର ନିକଟସ୍ଥ ଦୟା ନଦୀବନ୍ଧ ନଦୀ ଭିତରକୁ ଭୁଶୁଡ଼ି ପଡ଼ିବା ଓ ଲମ୍ବା ଫାଟ ସୃଷ୍ଟି ହେବା ନେଇ ସ୍ଥାନୀୟ ଲୋକେ ଆତଙ୍କିତ ହୋଇଛନ୍ତି। ଖବର ମୁତାବକ ଜଙ୍କିଆଠାରୁ ଗଡ଼ିଶାଗୋଦା ଦୟା ନଦୀବନ୍ଧ ରାସ୍ତା ଖରାପ ହୋଇଯିବାରୁ ଅଞ୍ଚଳବାସୀ ବାରମ୍ବାର ରାସ୍ତା ନିର୍ମାଣ ପାଇଁ ଦାବି କରିଆସୁଥିଲେ। ରାଜ୍ୟ ସରକାର ଗଡ଼ିଶାଗୋଦାଠାରୁ ଜଙ୍କିଆ ପର୍ଯ୍ୟନ୍ତ ଢଳାଇ ରାସ୍ତା ନିର୍ମାଣ କରିବାକୁ ଠିକାଦାର ନିଯୁକ୍ତି କରିଥିଲେ। ଠିକାଦାର ଗଡ଼ିଶାଗୋଦାଠାରୁ ପ୍ରାୟ ୧ କିଲୋମିଟରରୁ ଊର୍ଦ୍ଧ୍ୱ ଢଳାଇ ରାସ୍ତା ନିର୍ମାଣ କରି ସାରିଥିବା ବେଳେ ଢଳାଇ ଆଗକୁ ଗତକାଲି ରାତିରେ ହଠାତ୍ ବନ୍ଧ ଫାଟି ଯାଇ ନଦୀ ମଧ୍ୟକୁ ଭୁଶୁଡ଼ି ଯାଇଥିଲା।
ଚଳିତ ବର୍ଷ ବନ୍ୟାରେ ବନ୍ଧ ଉପରେ ବନ୍ୟାପାଣି ଚାଲୁଥିବାରୁ ଏହାକୁ ବାଲିବସ୍ତା ଦେଇ ଅଟକ କରାଯାଇଥିଲା। କିନ୍ତୁ ବନ୍ଧର ତଳସ୍ତରରେ କିଛି ଫାଙ୍କ ରହିଯିବା ଫଳରେ ଏଭଳି ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ନୂତନ ବନ୍ଧ କାର୍ଯ୍ୟ ପାଇଁ ଗଦାଯାଇଥିବା ଗୋଡ଼ିର ଚାପ ଯୋଗୁ ଏଭଳି ହୋଇଥିବା ମଧ୍ୟ ଅନୁମାନ କରାଯାଉଛି। ଏହି ରାସ୍ତା ଉପରେ ୬ଟି ପଞ୍ଚାୟତର ୩୦ଟି ଗାଁ’ର ଲୋକ ନିର୍ଭର କରୁଥିବା ବେଳେ ବନ୍ଧ ଭୁଶୁଡ଼ିବା ଦ୍ବାରା ଏହି ରାସ୍ତାରେ ଯାତାୟାତ ଠପ୍ ହୋଇଯାଇଛି।

ଖବର ପାଇ ବିଭାଗୀୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି କାହିଁକି ନଦୀବନ୍ଦ ଭୁଶୁଡ଼ିଲା ସେନେଇ ଆକଳନ କରିଛନ୍ତି। ଆଜି ଜଳସେଚନ ବିଭାଗ କନିଷ୍ଠ ଯନ୍ତ୍ରୀ ମକରା ବେହେରା, ସହକାରୀ ଯନ୍ତ୍ରୀ ତନୁଜ କିଶୋର ରାଉତ, ଏସ୍ଇ ରତ୍ନାକର ଦଳାଇ ବନ୍ଧ ଭୁଶୁଡ଼ିବା ସ୍ଥାନରେ ପହଞ୍ଚି ତଦନ୍ତ କରି ଫେରିଥିବା ବେଳେ ଆସନ୍ତା କାଲି ମୁଖ୍ୟ ଯନ୍ତ୍ରୀ ପରିଦର୍ଶନ କରିବା ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ଶ୍ରୀ ବେହେରା ସୂଚନା ଦେଇଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l