ଅପରାଧ ଦେଶ ବିଦେଶ

ଭୁଲ୍‌ ଜେଲ୍‌ଦଣ୍ଡ: ୧୦ ହଜାର କୋଟି କ୍ଷତିପୂରଣ ଦାବି କଲେ ଯୁବକ

ଇନ୍ଦୋର : ମଧ୍ୟପ୍ରଦେଶ ରତଲମର ଜଣେ ଆଦିବାସୀ ଯୁବକ ବିନା କୌଣସି ଅପରାଧରେ ୨ ବର୍ଷ ଜେଲ୍‌ଦଣ୍ଡ ଭୋଗିଛନ୍ତି। ଗଣଦୁଷ୍କର୍ମ ମାମଲାରେ ସେ ମୋଟ୍‌ ୬୬୬ ଦିନ ଜେଲ୍‌‌ରେ ରହିଛନ୍ତି। ଅକ୍ଟୋବର ୨୦୨୨ରେ ତାଙ୍କୁ ଏହି ମାମଲାର ଦୋଷମୁକ୍ତ କରାଯାଇଥିଲା। ତେବେ ତ୍ରୁଟିପୂର୍ଣ୍ଣ ଜେଲ୍‌ଦଣ୍ଡ ପାଇଁ ଆଦିବାସୀ ଯୁବକ ଜଣଙ୍କ ସରକାରଙ୍କଠାରୁ ୧୦ ହଜାର ୬ କୋଟି ଟଙ୍କା କ୍ଷତିପୂରଣ ଦାବି କରି ଅଦାଲତଙ୍କ ଦ୍ବାରସ୍ଥ ହୋଇଛନ୍ତି। ଜିଲ୍ଲା କୋର୍ଟରେ କ୍ଷତିପୂରଣ ପାଇଁ ଆବେଦନ କରିଥିବା କାନ୍ତୁ ଓରଫ କାନ୍ତିଲାଲ ଭିଲ୍‌ (୩୫) କହିଛନ୍ତି, ୨ ବର୍ଷର କାରାଦଣ୍ଡ ସମୟରେ ମୁଁ କେଉଁଭଳି ଯନ୍ତ୍ରଣା ଭୋଗିଛି ତାହା ମୁଁ ବର୍ଣ୍ଣନା କରିପାରିବିନାହିଁ। ମୋ ପରିବାର ଘୋର ଅନଟନ ଦେଇ ଗତି କରିଛନ୍ତି। ମୁଁ ଜେଲ୍‌ରେ ଅତି କଷ୍ଟ ପାଇଛି। ବିନା ପୋଷାକରେ ପ୍ରବଳ ଥଣ୍ଡା ଓ ଗରମ ସହିଛି।

ମୁଁ ମୋ ପରିବାରର ଏକମାତ୍ର ରୋଜଗାରକ୍ଷମ ଥିଲି। ମୋ ବିନା ମୋ ପରିବାରର ଅବସ୍ଥା କ’ଣ ହୋଇଥିବ ଥରେ ଚିନ୍ତା କରିବା ଦରକାର ବୋଲି ସେ କହିଛନ୍ତି। କାନ୍ତୁ କହିଛନ୍ତି, ଦେବୀ ଭଗବତୀଙ୍କ କୃପାରୁ ମୁଁ କାରାଗାରରୁ ବାହାରକୁ ଆସିପାରିଛି ଏବଂ ବିନା କାରଣରେ ଯେତିକି ଦିନ ଜେଲ୍‌ରେ ରହିଛନ୍ତି ସେ ବାବଦରେ କ୍ଷତିପୂରଣ ଦାବି କରୁଛି। କାନ୍ତୁ ସରକାରଙ୍କଠାରୁ ବିଭିନ୍ନ କ୍ଷତି ବାବଦରେ ୧୦,୦୦୬ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି। ସେ ତାଙ୍କ ଜୀବନରେ ପ୍ରତିଟି କ୍ଷତି ପାଇଁ ଗୋଟିଏ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି। ବ୍ୟବସାୟ ଏବଂ ବୃତ୍ତି, ସମ୍ମାନ, ଶାରୀରିକ ଏବଂ ମାନସିକ ଯନ୍ତ୍ରଣା, ପାରିବାରିକ ଜୀବନ ନଷ୍ଟ ଏବଂ ଶିକ୍ଷା ଓ କ୍ୟାରିୟରରେ ଅଗ୍ରଗତି ପାଇଁ ସୁଯୋଗର ଅଭାବ ପାଇଁ କୋଟିଏ ଲେଖାଏଁ କ୍ଷତିପୂରଣ ଦାବି କରିଛନ୍ତି। ତେବେ ମଣିଷଙ୍କୁ ଭଗବାନଙ୍କର ଏକ ଅନନ୍ୟ ଉପହାର ଯୌନସୁଖରୁ ମଧ୍ୟ ତାଙ୍କୁ ବଞ୍ଚିତ କରାଯାଇଥିବାରୁ ସେଥିପାଇଁ ୧୦ ହଜାର କୋଟି କ୍ଷତିପୂରଣ ଦାବି କରିଛନ୍ତି। ସେହିପରି ସେ ଜେଲ୍‌ରେ ଥିବା ସମୟରେ ବିଚାରଣ‌ା ଖର୍ଚ୍ଚ ପାଇଁ ୨ ଲକ୍ଷ କ୍ଷତିପୂରଣ ଦାବି କରିଛନ୍ତି।

ଉଲ୍ଲେଖଯୋଗ୍ୟ, କାନ୍ତୁ ଏବଂ ଅନ୍ୟ ଜଣଙ୍କ ବିରୋଧରେ ୨୦୧୮ ଜୁଲାଇ ୨୦ରେ ଆଇପିସିର ଧାରା ୩୬୬ ଏବଂ ୩୭୬ ଅଧୀନରେ ମାମଲା ରୁଜୁ ହୋଇଥିଲା। କାନ୍ତୁ ଡିସେମ୍ବର ୨୦୨୦ରେ ଗିରଫ ହୋଇଥିଲେ। ତେବେ ସେସନ୍ସ କୋର୍ଟ ତାଙ୍କୁ ୨୦୨୨ ଅକ୍ଟୋବର ୧୦ରେ ଏହି ମାମଲାରୁ ଦୋଷମୁକ୍ତ କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ