କଳା ଓ ସଂସ୍କୃତି ଧର୍ମ

ଭୁଲରେ ବି ଘରେ ଲଗାନ୍ତୁ ନାହିଁ ଏପରି ଓ୍ବାଲ୍ ପେପର୍ : ସୃଷ୍ଟି ହୋଇପାରେ ନକରାତ୍ମକତା

ଘରେ ସଜାସଜି ପାଇଁ ଆଜିକାଲି ଲୋକେ ଓ୍ବାଲପେପର ଲଗାଇବାକୁ ପସନ୍ଦ କରୁଛନ୍ତି। ଏହା ଦ୍ବାରା କେବଳ କାନ୍ଥର ସୌନ୍ଦର୍ଯ୍ୟ ବଢ଼ାଇନଥାଏ ବରଂ ଘରେ ରହୁଥିବା ଲୋକଙ୍କ ଜୀବନ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଲଗାଯାଇଥିବା ଯେଉଁ ଭାବ ସହ ଜଡ଼ିତ ହେବ, ଘରେ ରହୁଥିବା ଲୋକଙ୍କ ଉପରେ ମଧ୍ୟ ସେହିଭଳି ପ୍ରଭାବ ପଡ଼ିବ।

ଘରେ ଯୁଦ୍ଧର ରକ୍ତରଞ୍ଜିତ ଦୃଶ୍ୟ,ଉଜୁଡ଼ା ଲ୍ୟାଣ୍ଡସ୍କେପ୍,ଶୁଖିଲା ଗଛ ଏବଂ ଅବସାଦ ସୃଷ୍ଟି କରୁଥିବା ଦୃଶ୍ୟ ବିଲକୁଲ ଲଗାଇବା ଅନୁଚିତ୍। ଏହା ଦ୍ବାରା ନକରାତ୍ମକ ଶକ୍ତି ଉତ୍ପନ୍ନ ହେବା ସହିତ ଘରେ ବାସ୍ତୁ ଦୋଷ ହୋଇଥାଏ। ଆସନ୍ତୁ ଜାଣିବା ବାସ୍ତୁ ମୁତାବକ କେଉଁ କାନ୍ଥରେ କିପରି ଓ୍ବାଲପେପର ଲଗାଇବା ଦ୍ବାରା ଘରେ ଖୁସି ଆସିବ।

– ଘରର ପୂର୍ବ ଦିଗର କାନ୍ଥରେ ସୂର୍ଯୋଦୟ ସୂର୍ଯ୍ୟବଂଶୀ ପ୍ରଭୁ ଶ୍ରୀରାମ ଦରବାରର ଫଟୋ ଲଗାଇବା ଉଚିତ୍। ଏହା ଦ୍ବାରା ଘରର ସକରାତ୍ମକ ଶକ୍ତିରେ ବୃଦ୍ଧି ଘଟିଥାଏ। ଏହା ସହିତ ସ୍ବାସ୍ଥ୍ୟରେ ଉନ୍ନତି ଘଟିଥାଏ।

– ଯଦି ଆପଣ ରୋଷେଇ ଘରେ wallpaper ଲଗାଇବାକୁ ଚାହୁଁଛନ୍ତି ତେବେ ଦକ୍ଷିଣ ପାର୍ଶ୍ବରେ କାନ୍ଥରେ ଲାଲ କିମ୍ବା ନାରଙ୍ଗୀ ଫଳ ଏବଂ ପରିବାର ଫଟୋ ଲଗାଇ ପାରିବେ। ଏହା ଦ୍ବାରା ଦକ୍ଷିଣ ଦିଗର ବାସ୍ତୁ ଦୋଷ ଦୂର ହୋଇଥାଏ।

– ଉତ୍ତର ଦିଗକୁ କୁବେରର ଦିଗ କୁହାଯାଇଛି। ଧନ ବୃଦ୍ଧି ପାଇଁ ଏହି ଦିଗରେ ଧନର ଦେବୀ ମହାଲକ୍ଷ୍ମୀ ଏବଂ ବୁଦ୍ଧି ଦାତା ଶ୍ରୀ ଗଣେଶ ଏବଂ ରତ୍ନ କିମ୍ବା ଗହଣା ଭଳି ସମ୍ପନ୍ନତା ଦର୍ଶାଉଥିବା ଚିତ୍ର ଲଗାଯିବା ଉଚିତ୍।

– ଉତ୍ତର ଦିଗର କାନ୍ଥରେ ଝରଣା କିମ୍ବା ପାଣିର ସ୍ରୋତର ଓ୍ବାଲପେପର ଲଗାଇବା ଦ୍ବାରା ମଧ୍ୟ ଟଙ୍କା ବୃଦ୍ଧି ହୋଇଥାଏ।

– ପାହାଡ଼ ଏବଂ ଚଟାଣର ଲ୍ୟାଣ୍ଡସ୍କେପକୁ ଦକ୍ଷିଣ ଏବଂ ପଶ୍ଚିମ ଦିଗର କାନ୍ଥରେ ଲଗାଇବା ଦ୍ବାରା ମନୋବଳ ବୃଦ୍ଧି ହୋଇଥାଏ। ଯଦି ଏପରି ପେଣ୍ଟିଂ ପୂର୍ବ ଦିଗରେ କାନ୍ଥରେ ଲଗାଯାଏ ତେବେ ସୌଭାଗ୍ୟ ବଢ଼ିଥାଏ।

– ବାସ୍ତୁ ଅନୁସାରେ ଘରର ଉତ୍ତର ଦିଗ,ପୂର୍ବ ଦିଗ ଏବଂ ଉତ୍ତର-ପୂର୍ବ ଦିଗରେ ପରିବାରର ସଦସ୍ୟଙ୍କ ପ୍ରସନ୍ନ ମୁଦ୍ରାରେ ଫଟୋ ଲଗାଇବା ଉଚିତ୍।

– ପିଲାଙ୍କ ଷ୍ଟଡି ରୁମରେ ଉତ୍ତର କିମ୍ବା ପୂର୍ବ ଦିଗରେ ବିଦ୍ୟାର ଦେବୀ ମା ସରସ୍ବତୀଙ୍କ ଚିତ୍ର ଲଗାଇବା ଉଚିତ୍। ଏହି ଦିଗରେ ମୁହଁ କରି ପାଠ ପଢ଼ିବା ଦ୍ବାରା ପାଠରେ ରୁଚି ହୋଇଥାଏ। ଏହା ବ୍ୟତୀତ ଆପଣ ଚାହିଁଲେ ମୟୁର,ବୀଣା,କଲମ,ପୁସ୍ତକ,ହଂସ କିମ୍ବା ମାଛର ଚିତ୍ର ମଧ୍ୟରୁ ଗୋଟିଏ ଲଗାଇ ପାରିବେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ