ଦେଶ ବିଦେଶ ମନୋରଞ୍ଜନ

ଭୁଲରେ କରୀନାଙ୍କୁ ଧକ୍କା ମାରି ଦେଲେ ପ୍ରଶଂସକ, ରାସ୍ତା ମଝିରେ କଲେ ଗାଳି…

ମୁମ୍ବାଇ ୦୩।୧୧ : ବଲିଉଡରେ ବେବୋ ନାମରେ ପରିଚିତ କରୀନା କପୁର ଖାନ୍‌ । ତାଙ୍କ ସୁନ୍ଦରତା ଓ ଷ୍ଟାଇଲକୁ ନେଇ ସବୁବେଳେ ଚର୍ଚ୍ଚା । ତାଙ୍କ ସବୁବେଳେ ଟିକେ ଟିକେ କଥାରେ ନାକ ଉପରେ ରାଗ । କିନ୍ତୁ ବର୍ତ୍ତମାନ ଗତକାଲି ସୋସିଆଲ ମିଡିଆରେ ତାଙ୍କର ଏକ ରାଗି ଯିବାର ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ହୋଲି ସମୟର ଜଣାପଡିଛି, ଯେଉଁଥିରେ ଜଣେ ପ୍ରଶଂସକ ହଠାତ୍ କରିନା କପୁରଙ୍କୁ ଠେଲି ଦେଇଛନ୍ତି। ଏହା ପରେ କରୀନା କପୁରଙ୍କ ରାଗି ଯିବାର ପ୍ରତିକ୍ରିୟା ଦେଖିବାକୁ ମିଳଲା । ଏହି ଭିଡିଓ ଦେଖିବା ପରେ ପ୍ରଶଂସକମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା କରୁଛନ୍ତି । ଏହା ସହିତ, ଏହି ଭିଡିଓକୁ ମଧ୍ୟ ଖୁବ୍‌ ସେୟାର କରାଯାଉଛି ।
ଭାଇରାଲ ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଫାଟକ ସାମ୍ନାରୁ ବାହାରକୁ ଆସୁଥିବା ବେଳେ ଜଣେ ପ୍ରଶଂସକ ହଠାତ୍ କରିନାଙ୍କ ସହ ମୁହାଁମୁହିଁ ଧକ୍କା ହୋଇଥିଲେ। ପ୍ରଶଂସକ ତାଙ୍କ ଭୁଲକୁ ଅନୁଭବ କରୁଛନ୍ତି ଯେ ସେତେବେଳକୁ କରୀନାଙ୍କ ମୁହଁ ରାଗ ଦେଖିବାକୁ ମିଳୁଛି । କରୀନା ହଠାତ୍‌ ବୁଲି ଯାଇ ସେହି ପ୍ରଶଂସକକୁ ଚାହିଁ ରାସ୍ତା ମଝିରେ ପାଟି କରିବାକୁ ଲାଗିଲେ । ଏହା ପରେ ସେ ପ୍ରଶଂସକ କରୀନାଙ୍କୁ ସରି ମାମ୍‌’ମଧ୍ୟ କହୁଛନ୍ତି । ତଥାପି, କରୀନା ଏତେ ରାଗିକି ଅଛନ୍ତି ଯେ କୌଣସି ଉତ୍ତର ନ ଦେଇ ଆଗକୁ ଚାଲି ଯାଆନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ