ରାଜ୍ୟ

ଭୁରୁଷିଖମାରେ ଲାଗିଲା ବ୍ୟାନର ଓ ପୋଷ୍ଟର: ମାଓ ବିରୋଧୀଙ୍କୁ ମୃତ୍ୟୁଦଣ୍ଡ ଚେତାବନୀ

ମୁନିଗୁଡା : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଅଞ୍ଚଳରେ ପୁଣି ସକ୍ରିୟ ହୋଇଛନ୍ତି ମାଓବାଦୀ। ୯ଦିନ ମଧ୍ୟରେ ଦ୍ବିତୀୟ ଥର ଉପସ୍ଥିତ ଜାହିର କରିବା ସହ ଭୁରୁଷିଖମା ଛକରେ ପୋଷ୍ଟର ଓ ବ୍ୟାନର ଲଗାଇଛନ୍ତି। ମାଓ ବିରୋଧୀ ତଥା ଦଲାଲଙ୍କୁ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି। ସିପିଆଇ ମାଓବାଦୀ ବାଶଧରା-ଘୁମୁସର-ନାଗାବଳୀ ଡିଭିଜିନାଲ କମିଟି ଏହି ପୋଷ୍ଟର ଲଗାଇଛି।

ଶେରକାପାଡିରୁ ନିୟମଗିରିକୁ ସଂଯୋଗ ପାଇଁ ନିର୍ମାଣ ଚାଲିଥିବା ରାସ୍ତା କାମକୁ ତୁରନ୍ତ ବନ୍ଦ କରାଯାଉ। ଆଦିବାସୀଙ୍କ ଜଙ୍ଗଲ ଜମିକୁ ପୁଞ୍ଜିପତିଙ୍କ ହାତକୁ ଟେକି ଦେଉଛନ୍ତି ସରକାର। ତାହାକୁ ସମସ୍ତେ ବିରୋଧ କରନ୍ତୁ। ନିୟମଗିରି ଓ ଶାଶୂ-ବୋହୂମାଳି ପର୍ବତରେ ଯେଉଁ ଦଲାଲ ବୁଲୁଛନ୍ତି ସାବଧାନ ହୋଇଯାନ୍ତୁ। ମେ ୧୫ତାରିଖରେ ସଂଗଠନ ଦେଇଥିବା ବନ୍ଦ ଡାକରାକୁ ବିରୋଧ କରିଥିବା ବ୍ୟକ୍ତି ମଧ୍ୟ ସତର୍କ ରୁହନ୍ତୁ। ପୁଲିସ ଓ ପ୍ରଶାସନ ସପକ୍ଷରେ ପ୍ରଚାର କରି ଗରିବଙ୍କ ସମସ୍ୟା ଲୋକଲୋଚନକୁ ଆଣୁନଥିବା ସାମ୍ବାଦିକଙ୍କୁ ପୋଷ୍ଟରରେ ତାଗିଦ୍‌ କରାଯାଇଛି।

ସୂଚନାଯୋଗ୍ୟ, ଗତ ମାସ ୩୦ତାରିଖ ବିଳମ୍ବିତ ରାତିରେ ଦେଓକୁପୁଲି ଛକ ସ୍ଥିତ ଗୋଟିଏ କ୍ରସରରେ ସଶସ୍ତ୍ର ମାଓବାଦୀ ପୋଡ଼ାଜଳା କରିଥିଲେ। ଟିପର, ଜେସିବି ସମେତ ୯ଟି ଗାଡ଼ିରେ ନିଆଁ ଲଗାଇବା ସହ ଦୁଇଟି ପୋଷ୍ଟର ସେଠାରେ ଛାଡ଼ି ଯାଇଥିଲେ। କ୍ରସର ଯୋଗୁ କେଉଁ ଭଳି କ୍ଷୟକ୍ଷତି ହେଉଛି ପୋଷ୍ଟରରେ ଉଲ୍ଲେଖ ହୋଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।