ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଭୁବନେଶ୍ୱର ରେଳ ଷ୍ଟେସନରୁ ନିଖୋଜ ସ୍ୱିଟି ହାୱଡ଼ାରେ ଠାବ, ପୁରୁଷ ବନ୍ଧୁ ସହ ନଜର ଆସିଥିବା ସିସିଟିଭିରୁ ସୁରାକ୍

ଭୁବନେଶ୍ୱର ୨୫/୦୬: ଭୁବନେଶ୍ୱର ରେଳ ଷ୍ଟେସନରୁ ଜଣେ ଇଜିନିୟରିଂ ଛାତ୍ରୀ ସ୍ୱିଟି ରାୟ ନିଖୋଜ ଘଟଣାରେ ଜିଆରପି ମିଳିଲା ସୁରାକ। ପଶ୍ଚିମବଙ୍ଗ ହାୱଡ଼ା ଷ୍ଟେସନର ସିସିଟିଭି ଫୁଟେଜ୍‌ରୁ ସ୍ୱିଟି ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଠାବ କରିଛି ଜିଆରପି । ଏବେ ସେମାନେ ଚିତ୍ତପୁର ଟାଉନ୍‌ରେ ଥିବା ଜଣାପଡ଼ିଛି । ତାଙ୍କୁ ଟ୍ରେସ କରିବା ପାଇଁ ପୋଲିସ ୨ଟି ଟିମ୍ ତଦନ୍ତ ଚଲାଇଥିବା ଜଣାପଡିଛି।

ସ୍ୱିଟିଙ୍କ ଘର ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜୟପୁରର ଜେସର ରୋଡ୍‌ରେ । ସେ ଖଣ୍ଡଗିରି ଅଞ୍ଚଳରେ ଥିବା ଉତ୍କଳ ଏରୋସ୍ପେସ ଆଣ୍ଡ ଇଞ୍ଜିନୟରିଂ କଲେଜର ଦ୍ୱିତୀୟ ବର୍ଷ ଛାତ୍ରୀ । ନୂଆପଲ୍ଲୀ ଥାନା ଅଞ୍ଚଳରେ ଘରଭଡ଼ା ନେଇ ରହୁଥିଲେ । କିଛି ଦିନ ତଳେ ସେ ଘରକୁ ଯାଇଥିଲେ । ବୁଧବାର ହାୱଡ଼ାରୁ ଜନଶତାଦ୍ଦୀ ଟ୍ରେନରେ ଭୁବନେଶ୍ୱର ଆସିଥିଲେ । ରାତି ୮ଟା ୨୫ରେ ଷ୍ଟେସନର ୬ ନମ୍ବର ପ୍ଲାଟ୍‌ଫର୍ମରେ ଓହ୍ଲାଇଥିଲେ ।

ଟ୍ରେନ୍‌ରୁ ଓହ୍ଲାଇବା ପରେ ସ୍ୱିଟି ତାଙ୍କ ମା’ଙ୍କୁ ଫୋନରେ ଜଣାଇଥିଲେ । ରୁମ୍‌ରେ ପହଞ୍ଚି ଫୋନ୍‌ କରିବେ ବୋଲି କହିଥିଲେ । ହେଲେ ସେ ରୁମ୍‌କୁ ସେ ଫେରି ନଥିଲେ । ରାତି ୧୦ ଟା ବେଳେ ତାଙ୍କ ମା’ ଫୋନ୍‌ କରିଥିଲେ । କିନ୍ତୁ ସ୍ୱିଟିଙ୍କ ଫୋନ୍‌ ବନ୍ଦ ଥିଲା । ସ୍ୱିଟିଙ୍କ ବାପା ବିଜୟ ରାୟ ବିଏସ୍‌ଏଫ୍‌ର ସବ୍‌ ଇନ୍ସପେକ୍ଟର । ଝିଅର ଫୋନ୍‌ ବନ୍ଦ ହେବା ଓ ସେ ରୁମ୍‌ ନ ଫେରିବା ଖବର ବିଜୟ ଜାଣିବା ପରେ ୟୁନିଟ୍‌-୧ରେ ରହୁଥିବା ତାଙ୍କ ବନ୍ଧୁ ସୁରେଶ କୁମାର ପଣ୍ଡାଙ୍କୁ ଜଣାଇଥିଲେ । ଗୁରୁବାର ସକାଳେ ସୁରେଶ ଜିଆରପି ଥାନାରେ ଏତଲା ଦେଇଥିଲେ।

ଏତଲା ପାଇବା ପରେ ପୁଲିସ୍‌ ଆରମ୍ଭ କରିଥିଲା ତଦନ୍ତ । ସିସିଟିଭି ଯାଞ୍ଚ କରିଥିଲା । ଏହି ସମୟରେ ଜଣାପଡିଥିଲା, ସ୍ୱିଟି ୬ ନମ୍ବର ପ୍ଲାଟ୍‌ଫର୍ମରେ ଓହ୍ଲାଇବା ପରେ ଜଣେ ଯୁବକଙ୍କ ସହ କଥା ହୋଇ ଚାଲି ଚାଲି ୧ ନମ୍ବର ପ୍ଲାଟ୍‌ଫର୍ମ ପଟେ ବାହାରକୁ ଆସିଛନ୍ତି । ବାହାରେ ସେ ଯୁବକଙ୍କ ସହ ଠିଆ ହୋଇ କିଛି ସମୟ କଥା ହେଲା ପରେ ଫୋନ୍‌ ବନ୍ଦ କରି ପକେଟ୍‌ରେ ସେଠାରୁ ଚାଲି ଯାଇଥିଲେ।

ପଶ୍ଚିମବଙ୍ଗ ହାୱଡ଼ା ଷ୍ଟେସନର ଲାଗିଥିବା ସିସିଟିଭି ଫୁଟେଜ୍‌ରୁ ସ୍ୱିଟି ଓ ତାଙ୍କ ପୁରୁଷ ବନ୍ଧୁ ସୁରାକ ପାଇଛି ଜିଆରପି । ଭୁବନେଶ୍ୱର,୨୫/୦୬: ଭୁବନେଶ୍ୱର ରେଳ ଷ୍ଟେସନରୁ ଜଣେ ଇଜିନିୟରିଂ ଛାତ୍ରୀ ସ୍ୱିଟି ରାୟ ନିଖୋଜ ଘଟଣାରେ ଜିଆରପି ମିଳିଲା ସୁରାକ୍ । ପଶ୍ଚିମବଙ୍ଗ ହାୱଡ଼ା ଷ୍ଟେସନର ସିସିଟିଭି ଫୁଟେଜ୍‌ରୁ ସ୍ୱିଟି ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଠାବ କରିଛି ଜିଆରପି । ଏବେ ସେମାନେ ଚିତ୍ତପୁର ଟାଉନ୍‌ରେ ଥିବା ଜଣାପଡ଼ିଛି । ତାଙ୍କୁ ଟ୍ରେସ କରିବା ପାଇଁ ପୋଲିସ ୨ଟି ଟିମ୍ ତଦନ୍ତ ଚଲାଇଥିବା ଜଣାପଡିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।