ଖେଳ

‘ଭୁବନେଶ୍ଵରଙ୍କୁ ଇଂଲଣ୍ଡ ଗସ୍ତରେ ନନେବା ମସ୍ତବଡ ଭୁଲ୍, ଶାର୍ଦ୍ଦୁଳଙ୍କୁ ଦଳରେ ସାମିଲ କରାଯିବାର ଥିଲା’

ନୂଆଦିଲ୍ଲୀ ୨୭।୦୬: ସର୍ବଶ୍ରେଷ୍ଠ ସୁଇଙ୍ଗ ବୋଲର ଭୁବନେଶ୍ଵର କୁମାରଙ୍କୁ ଇଂଲଣ୍ଡ ଗସ୍ତରେ ସାମିଲ କରାନଯିବା ବଡ ଭୁଲ ଏବଂ ଶାର୍ଦ୍ଦୁଳ ଠାକୁର ବିଶ୍ଵ ଟେଷ୍ଟ ଚାମ୍ପିଅନଶିପର ଫାଇନାଲ୍‌ର ୧୫ ଜଣିଆ ଦଳରେ ରହିବା ଉଚିତ୍ ଥିଲା। ଏହା କହିଛନ୍ତି ପୂର୍ବତନ ଚୟନକର୍ତ୍ତା ଶରଣଦୀପ ସିଂହ। ବିଶ୍ଵ ଟେଷ୍ଟ ଚାମ୍ପିଅନଶିପର ଫାଇନାଲ୍ ମୁକାବିଲାରେ ଭାରତ ନ୍ୟୁଜିଲାଣ୍ଡ ହାତରୁ ୮ ଓ୍ଵିକେଟ୍‌ରେ ପରାଜିତ ହୋଇଛି। ଏହା ପରଠୁ ଦଳର ଚୟନ ନେଇ ପ୍ରଶ୍ନ ଉଠିଛି।

ଚଳିତ ବର୍ଷ ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଦଳର ବିଜୟ ସହ ଶରଣଦୀପଙ୍କ ଚୟନକର୍ତ୍ତା ଭାବେ କାର୍ଯ୍ୟକାଳ ଶେଷ ହୋଇଥିଲା। ସେ କହିଛନ୍ତି, ଡବ୍ଲ୍ୟୁଟିସି ଫାଇନାଲ୍ ଓ ଅଗଷ୍ଟ ୪ରୁ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେଉଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଭୁବନେଶ୍ଵ କୁମାରଙ୍କୁ ଦଳରେ ଚୟନ କରାନଯିବା ଦୂର୍ଭାଗ୍ୟପୂର୍ଣ୍ଣ କଥା। ଇଂଲଣ୍ଡ ପରି ପରିବେଶରେ ଭୁବନେଶ୍ଵର ସବୁଠୁ ଘାତକ ବୋଲର। ତାଙ୍କ ରେକର୍ଡ ଉପରେ ନଜର ପକାଇଲେ ଆପଣ ଜାଣି ପାରିବେ ଯେ, ଇଂରେଜ ମାଟିରେ ଭୁବନେଶ୍ଵର କୁମାର ହିଁ ସଫଳ ବୋଲର।

ଶରଣଦୀପ ପିଟିଆଇ ସହ ଆଲୋଚନା ବେଳେ କହିଛନ୍ତି, ଦୁଇ ଦିନ ପୂର୍ବେ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପର ଫାଇନାଲ୍ ମ୍ୟାଚ୍ ପାଇଁ ଚୂଡାନ୍ତ ଏକାଦଶ ଚୟନ କରାଗଲା। ସେଥିରେ ଦୁଇ ଜଣ ସ୍ପିନରଙ୍କୁ ସାମିଲ୍ କରାଯିବା ଠିକ୍ ଥିଲା। କିନ୍ତୁ ପରେ ଏଥିରେ ପରିବର୍ତ୍ତନ କରାଯିବାର ଥିଲା, କାରଣ ବର୍ଷା ଯୋଗୁଁ ପିଚ୍ ଦ୍ରୁତ ବୋଲିଂ ପାଇଁ ଅନୁକୂଳ ହୋଇ ଯାଇଥିଲା।

ସେ କହିଛନ୍ତି, ଦଳ ପ୍ରବନ୍ଧକ ଦୁଇ ସ୍ପିନର ରବି ଚନ୍ଦ୍ରନ ଅଶ୍ଵିନ ଓ ରବୀନ୍ଦ୍ର ଜାଡେଜାଙ୍କୁ ଚୟନ କଲେ କାରଣ ଉଭୟ ବ୍ୟାଟିଂ କରିବାକୁ ସକ୍ଷମ। କିନ୍ତୁ ଜଣେ ମାତ୍ର ଦ୍ରୁତ ବୋଲର ଯିଏ ବ୍ୟାଟିଂ କରି ପାରିବେ , ସେ ହେଉଛନ୍ତି ଶାର୍ଦ୍ଦୁଳ ଠାକୁର। ସେ ୧୫ ଜଣିଆ ଦଳରେ ମଧ୍ୟ ନଥିଲେ। ତାଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଉ କି ନ କରାଯାଉ ତଥାପି ତାଙ୍କୁ ୧୫ ଜଣିଆ ଦଳରେ ରଖାଯିବାର ଥିଲା ବୋଲି ଶରଣଦୀପ ସିଂହ କହିଛନ୍ତି।

ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦଳର ଉପ ଅଧିନାୟକ କରାଯାଇଥିବା ଭୁବନେଶ୍ଵର କୁମାରଙ୍କ ସଂଦର୍ଭରେ ଶରଣଦୀପ କହିଛନ୍ତି, ଏହି ଦ୍ରୁତ ବୋଲରଙ୍କୁ ସ୍ଵତଃପ୍ରବୃତ ଭାବେ ଇଂଲଣ୍ଡ ଗସ୍ତ ପାଇଁ ଦଳରେ ଚୟନ କରାଯିବାର ଥିଲା। ଭୁବନେଶ୍ଵରଙ୍କୁ ଇଂଲଣ୍ଡ ନନେବା ଭାରତୀୟ ଦଳ ପାଇଁ ବହୁତ ବଡ ଭୁଲ୍। କାରଣ ସେ ଭାରତୀୟ ସର୍ବଶ୍ରେଷ୍ଠ ସୁଇଙ୍ଗ ବୋଲର। କିନ୍ତୁ ସେ ଦଳର ଅଂଶ ନାହାନ୍ତି।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ