ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ
ଭୁବନେଶ୍ବର : ନୂଆଦିଲ୍ଲୀରୁ ଭୁବନେଶ୍ବର ଆସୁଥିବା ଭିସ୍ତାରା ବିମାନ ୟୁକେ-୭୮୧ରେ ହାଇଡ୍ରୋଲିକ୍ ସିଷ୍ଟମ୍ କାମ ନକରିବାରୁ ବିମାନଟି ନୂଆଦିଲ୍ଲୀ ବିମାନବନ୍ଦରରେ ଜରୁରୀ ଅବତରଣ କରିଛି। ବିମାନରେ ପ୍ରାୟ ଶହେରୁ ଅଧିକ ଯାତ୍ରୀ ଥିଲେ ହେଁ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଡିଜିସିଏ ପକ୍ଷରୁ କୁହାଯାଇଛି।
ଡିଜିସିଏ ସୂଚନା ଅନୁଯାୟୀ, ବିମାନଟି ଅପରାହ୍ନ ୫ଟା ୫୦ରେ ଦିଲ୍ଲୀରୁ ଉଡ଼ାଣ ଆରମ୍ଭ କରିଥିବା ବେଳେ ଭୁବନେଶ୍ବରରେ ରାତି ୭ଟା ୫୫ରେ ଅବତରଣ କରିବାର ଥିଲା। କିନ୍ତୁ ଦିଲ୍ଲୀରୁ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ବିମାନଟିର ହାଇଡ୍ରୋଲିକ୍ ସିଷ୍ଟମ୍ କାମ କରିନଥିଲା। ଏହାଦ୍ବାରା ବିମାନର ଅଟୋ ପାଇଲଟ୍ ମୋଡ୍ କାମ ନକରିବାରୁ ପାଇଲଟ୍ଙ୍କୁ ବିମାନ ଚଳାଇବାରେ ସମସ୍ୟା ହୋଇଥିଲା। ଏପରିକି କିଛି ସମୟ ପରେ ବିମାନ ନିୟନ୍ତ୍ରଣ ବାହାରକୁ ଯିବାର ଆଶଙ୍କା ଥିବାରୁ ପାଇଲଟ୍ ବିମାନର ଜରୁରୀ ଅବତରଣ କରିବାକୁ ନୂଆଦିଲ୍ଲୀ ବିମାନବନ୍ଦର ଏଟିସିକୁ ଅନୁମତି ମାଗିଥିଲେ। ବିମାନର ସ୍ଥିତିକୁ ଦେଖି ନୂଆଦିଲ୍ଲୀରେ ଜରୁରୀକାଳୀନ ଲ୍ୟାଣ୍ଡିଂ ଘୋଷଣା କରାଯିବା ସହ ସମସ୍ତ ପ୍ରକାରର ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଥିଲା। ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ଆଜି ରାତିରେ ଅନ୍ୟ ବିମାନରେ ଏବଂ ଆସନ୍ତାକାଲି ସକାଳେ ଭୁବନେଶ୍ବରକୁ ପଠାଇବାର ବ୍ୟବସ୍ଥା କରାଯାଉଥିବା ଜାଣିବାକୁ ମିଳିଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
ଭୁବନେଶ୍ବର ଆସୁଥିବା ବିମାନର ଦିଲ୍ଲୀରେ ଜରୁରୀ ଅବତରଣ